ଅଧ୍ୟକ୍ଷ ପଦକୁ ନେଇ ଉତ୍କଣ୍ଠା

ଯୋଡ଼ା,୫ା୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌର ପରିଷଦ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସଙ୍ଗଠନକୁ ସୁଦୃଢ଼ କରି କିପରି ଅଧିକ ଆସନ ଅକ୍ତିଆର କରାଯାଇ ପାରିବ ଏ ନେଇ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ୧୪ଟି ୱାର୍ଡ ବିଶିଷ୍ଟ ଏହି ପୌରପାଳିକାର ଅଧ୍ୟକ୍ଷ ପଦକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଲୋଚନା ଚାଲିଛି। ଚଳିତ ଥର ଭୋଟର ସିଧାସଳଖ ଅଧ୍ୟକ୍ଷ ନିର୍ବାଚନ କରିବାର ଥିବାରୁ ଉତ୍କଣ୍ଠା ପ୍ରକାଶ ପାଇଛି।
ନିର୍ବାଚନ ଭଳି ଅଧ୍ୟକ୍ଷ ପଦ ଅକ୍ତିଆର କରିବା ପାଇଁ ଏଥର ବିଜେଡି ସ୍ବତନ୍ତ୍ର ରଣକୌଶଳ ଚଳାଇଛି। ଆଶାୟୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡି ନେତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ବନ୍ଦ୍ୱିିତା ଆରମ୍ଭ ହୋଇଯାଇଛି। ପୂର୍ବତନ ବିଧାୟକ ସନାତନ ମହାକୁଡ଼, ଜିଲା ବିଜେଡି ଉପସଭାପତି କୁଶ ଆପଟ୍ଟ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ମଧ୍ୟରୁ କିଏ ପୌର ନିର୍ବାଚନରେ ଦଳୀୟ ଟିକେଟ ଦେବେ ସେଥିନେଇ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନ ସୁଦ୍ଧା ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ। ଏଣୁ ଆଶାୟୀମାନେ ଟିକେଟ ପାଇବା ପାଇଁ ଜୋରଦାର ଲବି ଜାରି ଚଳାଇଛନ୍ତି। ପଞ୍ଚାୟତ ନିର୍ବାଚନରେ ସନାତନଙ୍କ ସଂଗଠନ ଦୁର୍ବଳ ହୋଇପଡ଼ିଥିବାରୁ ଏହାର ପ୍ରଭାବ ପୌର ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ ବୋଲି କେତେକ ବିଜେଡି ନେତା ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପ୍ରାର୍ଥୀ ଚୟନ ବେଳେ ଶିକ୍ଷିତ ଓ ଯୋଡ଼ାର ସ୍ଥାୟୀ ବାସିନ୍ଦାଙ୍କୁ ଅଗ୍ରାଧିକାର ଦିଆଗଲେ ସହରର ବିକାଶ ହୋଇପାରିବ ବୋଲି ଭୋଟରମାନେ ମତ ଦେଇଛନ୍ତି। ଯୋଡ଼ା ସହରର ଚତୁଃପାର୍ଶ୍ୱରେ ବହୁ ଖଣି ଖାଦାନ ଓ ଶିଳ୍ପ ଥିଲେ ମଧ୍ୟ ସହରବାସୀ ଏଥିରେ ନିଯୁକ୍ତି ପାଇ ପାରୁ ନାହାଁନ୍ତି। ଏଣୁ ଅଞ୍ଚଳର ଶିକ୍ଷିତ ଯୁବତୀଯୁବକମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରାଇବା ଏବଂ ବିଭିନ୍ନ ତାଲିମ ଦେଇ ସେମାନଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ଯେଉଁ ପ୍ରାର୍ଥୀମାନେ ଚେଷ୍ଟା କରିବେ ତାଙ୍କୁ ସମର୍ଥନ ଦେବେ ବୋଲି ଭୋଟରମାନେ କହି ବୁଲୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri