ବ୍ରହ୍ମପୁର ଅଫିସ,୨।୩ ଗଞ୍ଜାମରେ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଜୋନର ଚୂଡ଼ାନ୍ତ ଭୋଟ ଫଳାଫଳ ସରକାରୀ ଭାବେ ପ୍ରକାଶ ପାଇଛି। ୬୯ ଜୋନରେ ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ୨୫୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଥିରୁ ବିଜେଡିରୁ ୬୭ ଏବଂ ଭାଜପାରୁ ମାତ୍ର ୨ ଜଣ ନିର୍ବାଚିତ ହୋଇଛନ୍ତି। ଅନ୍ୟ ୧୮୭ ଜଣ ପରାଜିତ ହୋଇଛନ୍ତି। ତେବେ ଜଣେ ବି ନିର୍ବାଚିତ ନ ହୋଇ କଂଗ୍ରେସ ମୂଳପୋଛ ହୋଇଯାଇଛି। ଶତାଧିକ ବର୍ଷର ପୁରୁଣା ଦଳର ଏହି ଦୁର୍ଦ୍ଦଶା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପାଇଁ ଦଳ ଆତ୍ମସମୀକ୍ଷା କରିବାର ବେଳ ଆସିଛି ବୋଲି ସଂଖ୍ୟାଧିକ କର୍ମୀ ଓ ନେତା ମତ ପ୍ରକାଶ ସହ ଜିଲା ନେତୃତ୍ୱ ପରିବର୍ତ୍ତନ କରାଯିବାକୁ ଗୁରୁତ୍ୱ ଦେଇଛନ୍ତି।
ଜିଲା ପରିଷଦ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ଘଟି ୬୯ ରୁ ୬୭ ଜୋନରେ ବାଜିମାତ କରିଛି। ବେଲଗୁଣ୍ଠା ବ୍ଲକର ୪୭ନଂ ଏବଂ ପାତ୍ରପୁର ବ୍ଲକର ୩୪ନଂ ଜୋନ୍ରୁ ଭାଜପା ପ୍ରାର୍ଥୀ ଦ୍ୱୟ ଜିତି ବଂଶରକ୍ଷା କରିଛନ୍ତି। ଅପରପକ୍ଷରେ ଏଥର ନିର୍ବାଚନ ରୋଚକ ହୋଇଛି ଏବଂ ଦୁଇ ତିନୋଟି ଛାଡ଼ିଦେଲେ ଅନ୍ୟ ଜୋନଗୁଡ଼ିକରେ ବିଜେଡି ସହ ଭାଜପାର କଡ଼ା ମୁକାବିଲା ହୋଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି। ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନିର୍ବାଚନମଣ୍ଡଳୀର ଧରାକୋଟ ବ୍ଲକର ୩ ଏବଂ ସାନଖେମୁଣ୍ଡି ବ୍ଲକର ୪ ଜୋନ ମଧ୍ୟରୁ ଗୋଟିଏରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଜିତି ନାହାନ୍ତି। ଅପରପକ୍ଷରେ ୨୦୧୭ ନିର୍ବାଚନରେ ଭାଜପାର ଗଞ୍ଜାମ ସାଙ୍ଗଠନିକ ଜିଲା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ୫୩ନଂ, ଗଞ୍ଜାମ ବ୍ଲକର ୧୫ନଂ ଏବଂ କୁକୁଡ଼ାଖଣ୍ଡି ବ୍ଲକର ୧୦ନଂ. ଜୋନରେ ଦଳୀୟ ପ୍ରାର୍ଥୀମାନେ ନିର୍ବାଚିତ ହୋଇଥିଲେ। ସେହିପରି ଘୁମୁସର ସାଙ୍ଗଠନିକ ଜିଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ୬୨ନଂ. ଜୋନ ଭାଜପା ଦଖଲରେ ଥିଲା। ଏଥର ନିର୍ବାଚନରେ ଏହି ୪ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିପୁଳ ଭୋଟରେ ନିର୍ବାଚିତ ହୋଇଛନ୍ତି। ଫଳରେ ଭାଜପାର ନିର୍ବାଚନୀ ପ୍ରଚାରରେ କେବଳ ମୋଦି ମନ୍ତ୍ରକୁ ଗ୍ରାମାଞ୍ଚଳ ଭୋଟର ପ୍ରତ୍ୟାଖ୍ୟାନ କରିଥିବା ପ୍ରମାଣିତ ହୋଇଛି। ଜିଲାର ବିଭିନ୍ନ ବ୍ଳକରେ ସିପିଏମ୍ର ୩ ଏବଂ ସିପିଆଇର ୬ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ହାତୀ ଚିହ୍ନରେ ଲଢ଼ିଥିବା ବିଏସ୍ପିର ୫, ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ପକ୍ଷରୁ ମଇଦାନକୁ ଓହ୍ଲାଇଥିବା ୩୭ ଜଣଙ୍କ ସମାନ ଦୁର୍ଦ୍ଦଶା ହୋଇଛି। ଗତ ନିର୍ବାଚନରେ ବିଜେଡି ୬୪ ଜୋନରେ ନିର୍ବାଚିତ ହୋଇଥିବା ବେଳେ ଏଥର ଅଧିକ ୩ ଜୋନ ଦଖଲ କରିଛି। ଭାଜପାର ୪ ଏବଂ କଂଗ୍ରେସର ଗୋଟିଏ ଜୋନ ହାତଛଡ଼ା ହୋଇଛି। ତେଣୁ ଚଳିତ ରାଜନୀତିରେ ଏହା ଚର୍ଚ୍ଚାକୁ ଆସିଛି।
ଗଞ୍ଜାମ ଜିଲା ପରିଷଦ ଜୋନ ନିର୍ବାଚନର ଭୋଟ ଫଳାଫଳ ଏକପାଖିଆ ସଫଳତା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ଓ ବିପଦ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ଡ.ବିଷ୍ଣୁ ଚରଣ ଚୌଧୁରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିରୋଧୀ ବିନା ଶାସକ ଗୋଷ୍ଠୀ ଏକଚ୍ଛତ୍ରବାଦ ହୋଇଯିବାର ସେ ଦର୍ଶାଇଛନ୍ତି। ତେଣୁ ଯେକୌଣସି ଶାସନ ବ୍ୟବସ୍ଥାରେ ବିରୋଧୀ ଦଳର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଥିବା ସ୍ପଷ୍ଟ କରିଛନ୍ତି। ଜିଲା ପରିଷଦର ୬୯ ଜୋନରୁ ୬୭ରେ ବିଜେଡିର ବାଜିମାତକୁ ଲକ୍ଷ୍ୟ ରଖି ଏହା କହିଛନ୍ତି। ଆଲୋଚନା ପ୍ରସଙ୍ଗରେ ଧରିତ୍ରୀକୁ ପ୍ରଫେସର ଚୌଧୁରୀ ଆହୁରି ସୂଚାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖି ତାଙ୍କ ନେତୃତ୍ୱରେ ଗଠିତ ବିଜୁ ଜନତା ଦଳକୁ ଲୋକେ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି। ତେବେ ବିରୋଧୀ ଦଳ ନିଶ୍ଚିହ୍ନ ହୋଇଗଲେ ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ ହେବ ଓ ଶାସକ ଦଳ ମନଇଚ୍ଛା ନିଷ୍ପତ୍ତି ନେବ। ତେଣୁ ବିରୋଧୀ ଦଳ ରହିବା ଏବଂ ସେମାନେ ସାମ୍ବିଧାନିକ ପଦ୍ଧତିରେ ନିଜ ଦାୟିତ୍ୱ ତୁଲାଇବାର ଆବଶ୍ୟକତା ରହିଛି।
ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର
ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...
ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି
ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...
ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…
ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...
ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’
ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...
ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ
ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...
୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…
ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...
୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ
ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...
ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…
ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...
Archives


