ଧ୍ୱଂସ ପାଉଛି ଉଖୁଡ଼େଇ ପାହାଡ଼

ଭଞ୍ଜନଗର,୧୪ା୨(ଡି.ଏନ.ଏ): ବେଲଗୁଣ୍ଠା ବ୍ଲକ କଣ୍ଟେଇପଲ୍ଲୀ-ବଡ଼ପଡ଼ା ରାସ୍ତା ଉଖୁଡ଼େଇ ପାହାଡ଼ ଉପରେ ରହିଛି ମା ଉଖୁଡ଼େଇଙ୍କ ମନ୍ଦିର। ବର୍ଷ ବର୍ଷ ଧରି ପାହାଡ଼ ଉପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଅଞ୍ଚଳବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ମା’ଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ପୂଜା କରୁଛନ୍ତି। ହେଲେ ମନ୍ଦିରର ଉନ୍ନତି ପାଇଁ ସେଭଳି କିଛି ସରକାରୀ ଯୋଜନା ପହଞ୍ଚି ପାରିନହିଁ। ଅନ୍ୟପଟେ ପାହାଡ଼ର ଚତୁଃପାର୍ଶ୍ୱରୁ ବେନିୟମ ଭାବେ ପଥର ଚୋରା ଚାଲାଣ ହେଉଛି । ରାଜସ୍ବ ବିଭାଗ ପକ୍ଷରୁ ମଧ୍ୟ ଉକ୍ତ ପାହାଡ଼ର ବିଭିନ୍ନ ପାର୍ଶ୍ୱରୁ ଲିଜ୍‌ ଦିଆଯାଉଛି। ଫଳରେ ଉଖୁଡ଼େଇ ପାହାଡ଼ ଧ୍ୱଂସ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଉଖୁଡ଼େଇ ମନ୍ଦିରକୁ ଇକୋ ଟୁରିଜମ୍‌ରେ ସାମିଲ କରାଗଲେ ପ୍ରକୃତିର ସୁରକ୍ଷା ହୋଇପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି ।
ମସିହାରେ ଉଖୁଡ଼େଇ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି । ଏଥିସହ ଗତ ଆର୍ଥିକ ବର୍ଷରେ ଉଖୁଡ଼େଇ ମନ୍ଦିର ପାର୍କ ଉନ୍ନତି କରଣ ପାଇଁ ୪ଲକ୍ଷ ୭୬ ହଜାର ୮୩୬ ଟଙ୍କା ଖର୍ଚ୍ଚ ହୋଇଛି। ୬ମାସ ପୂର୍ବେ ପାହାଡ ଶୀର୍ଷରେ ଦେବୀଙ୍କୁ ପୂଜା କରାଯାଉଥିବା ବେଳେ ଉପରକୁ ପର୍ଯ୍ୟଟକ ମାନେ ବୁଲି ଯିବା ପାଇଁ ପାହାଚ ଠିକ୍‌ ଭାବେ ନଥିଲା । କିଛି ମାସ ପୂର୍ବେ ଭଞ୍ଜନଗର ମେଡ଼ିକାଲର ପୂର୍ବତନ ଏସ୍‌ଡ଼ିଏମ୍‌ଓ .ବିଜୟ କୁମାର ପଣ୍ଡା କିଛି ସହାୟତା ଦେବାପରେ ପୁଣି କାମ ହୋଇଛି। ଏବେବି ଆହୁରି ଅନେକ କାମ କରିବାକୁ ବାକି ଅଛି । ଦେବୀଙ୍କ ସ୍ଥାୟୀ ମନ୍ଦିର ଗୃହ, ରୋଷେଇ ଶାଳ, ମଣ୍ଡପ ପ୍ରମୁଖ ସୁବିଧା ନାହିଁ। ବର୍ତ୍ତମାନ ଅଞ୍ଚଳବାସୀଙ୍କ ସହଯୋଗରେ ଦେବୀଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ହେଉଛି। ପ୍ରାୟ ୮ମାସ ହେବ ଘରେ ସ୍ବତନ୍ତ୍ର ପୂଜା ହେଉଛି। ସଂକ୍ରାନ୍ତି ଦିନ ଦେବୀଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ମନ୍ଦିରରେ ଭିଡ଼ ହେଉଛି । ଭଗବାନ ନାୟକ, ବାବୁଲା ନାୟକ, ସୂର୍ଯ୍ୟ ନାୟକ, କରଜ ସ୍ବାଇଁ, ଜିତେନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଗତ କିଛିମାସ ହେବ ମନ୍ଦିରର ଉନ୍ନତି ପାଇଁ ଚେଷ୍ଟା ଚଳାଇଛନ୍ତି। ଉତ୍କଳ କଳାକାର ମହାସଂଘର ସମ୍ପାଦକ ଶିଶିରକାନ୍ତ ଦାସ ମା’ଙ୍କ ମହିମାକୁ ନେଇ ମା’ ଉଖୁଡ଼େଇଙ୍କ ମଙ୍ଗଳବାର ବ୍ରତ କଥା ବହି କିଛିମାସ ପୂର୍ବେ ଉନ୍ମୋଚିତ ହୋଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ମନ୍ଦିରର ଉନ୍ନତି କରଣ କରିବାର ଆବଶ୍ୟକତା ରହିଛି। ମନ୍ଦିରର ପୂଜକ ପଙ୍କଜ ନାୟକ କହିଛନ୍ତି, ତାଙ୍କ ପୂର୍ବପୁରୁଷ ମଧ୍ୟ ଏହି ମନ୍ଦିରରେ ପୂଜା କରିଛନ୍ତି। ଅଞ୍ଚଳବାସୀ ଏବଂ ମନ୍ଦିରର ଜମିରୁ ଆଦାୟ ଅର୍ଥରୁ ପୂଜା କାର୍ଯ୍ୟ ହେଉଛି। ପ୍ରଶାନ୍ତ କୁମାର ପାଣିଗ୍ରାହୀ ମନ୍ଦିରର ଉନ୍ନତିକରଣ ପାଇଁ ସରକାରୀ ସହାୟତା ମିଳିଲେ ଭଲ ହୁଅନ୍ତା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ପୋଖରୀରୁ ଅଚିହ୍ନା ମୃତଦେହ ଜବତ: ହୁଡ଼ାରେ ରହିଛି ବ୍ୟାଗ୍‌, ଆଶାବାଡ଼ି

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତର ପଣ୍ଡିତ ଗାଁ ଚଟିବନ୍ଧରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି...

ଭଉଣୀ ବାହାଘରରେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ ଭାଇ, ଶୁଝିବା ପାଇଁ ଦାଦନ ସାଜି ବିଦେଶରେ ଗଲା ଜୀବନ

ଗଞ୍ଜାମ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ଦୀର୍ଘ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri