ସ୍ବଚ୍ଛତା ଦିବସରେ ସଫେଇ ପରେ ପୁଣି ଆବର୍ଜନାପୂର୍ଣ୍ଣ ସୁନାରୀ ବନ୍ଧ

ବ୍ରହ୍ମପୁର ଅଫିସ,୯।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବଚ୍ଛତା ଦିବସ ଅବସରରେ ସହରର ବିଭିନ୍ନ ପୋଖରୀଗୁଡିକୁ ସଫେଇ କାର୍ଯ୍ୟ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରହ୍ମପୁର ସହରରେ ମୋଟ ୪୨ ପୋଖରୀ ରହିଛି। ପ୍ରତ୍ୟେକ ମାସ ମଙ୍ଗଳବାର ବିଭିନ୍ନ ପୋଖରୀଗୁଡିକର ସଫେଇ ନିମନ୍ତେ ପଦକ୍ଷେପ ନିଆଯାଇଛି। ଗତ ୧ ତାରିଖରେ ଗଞ୍ଜାମ ଜିଲାପାଳ, ବିଏମ୍‌ସି କମିଶନର,ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ଉପସ୍ଥିତିରେ ବିଏମ୍‌ସି ୱାର୍ଡ ନଂ.୨୪ ଅନ୍ତର୍ଗତ ସୁନାରୀ ବନ୍ଧ ସଫେଇ କାର୍ଯ୍ୟ କରାଯାଇଥିଲା। ଯେଉଁଥିରେ ଖୋଦ ଜିଲାପାଳ ପୋଖରୀ ସଫେଇ କରିଥିଲେ। ପୋଖରୀରେ ପଡି ରହିଥିବା ଅଳିଆ ଆବର୍ଜନା ଓ ବିଭିନ୍ନ ପୂଜା ସାମଗ୍ରୀ ସଫା କରାଯାଇଥିଲା। କିନ୍ତୁ ସେହି ଦିବସ ପରେ ପୋଖରୀରେ ପୁଣି ପୂର୍ବଭଳି ଅଳିଆ ଆବର୍ଜନା ଓ ବିଭିନ୍ନ ପୂଜା ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଛି। ସ୍ବଚ୍ଛତା ଦିବସ ପାଳନ ସମୟରେ ପୋଖରୀ ସଫେଇ ନେଇ ସଚେତନ କରାଗଲା ସତ, କିନ୍ତୁ ସବୁଦିନିଆ ସଫେଇ ପାଇଁ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଫଳରେ ପାହାଚଠାରୁ ଆରମ୍ଭ କରି ପାଣି ମଧ୍ୟରେ କୁଢ କୁଢ ଆବର୍ଜନା ପଡିରହିଛି। ଏପରିକି ଗାଧୁଆ ତୁଠ ମଧ୍ୟ ପରିଷ୍କାର ନାହିଁ। ଭିତରେ ଘାସବୁଦା ଉଠି ଅଧିକାଂଶ ଅଂଶ ପୋତି ହୋଇଯାଇଛି। ଅନ୍ୟପଟେ ପୋଖରୀକୁ ଲାଗି ୨ଟି ମନ୍ଦିର ରହିଥିବା ବେଳେ ମନ୍ଦିରର ସମସ୍ତ ପୂଜା ସାମଗ୍ରୀ ପଡି ପାଣି ଦୂଷିତ ହେଉଥିବା ନଜିର ରହିଛି। ଯାହାଦ୍ୱାରା ଏହା ଉପରେ ନିର୍ଭର କରୁଥିବା ବହୁ ବାସିନ୍ଦା ଚର୍ମ ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ପୋଖରୀର ପୁନରୁଦ୍ଧାର କିମ୍ବା ସଫେଇ ନିମନ୍ତେ ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଏହା ପାର୍ଶ୍ୱରେ କେବଳ ତାରଜାଲି ଲଗାଯାଇଥିବା ବେଳେ ପୋଖରୀ ସଫେଇ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କେବଳ କାୈଣସି ଦିବସ ପାଳନ ଅବସରରେ ସଫେଇ କାର୍ଯ୍ୟ ହାତକୁ ନିଆଯାଉଛି। ଏହାପରେ ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏଣୁ ପୋଖରୀ ସଫେଇ କ୍ଷେତ୍ରରେ ବିଏମ୍‌ସି କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତଙ୍କୁ ପଚାରିବାରୁ ସଫେଇ ଲାଗି ଆକ୍ଟିଭ୍‌ ଆକ୍ସନ ଟିମ୍‌ ଗଠନ କରାଯିବ । ତା’ପରେ ସଫେଇ ଲାଗି ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri