Posted inଖେଳ

ଗୋଟିଏ କ୍ୟାଚ୍‌ ବଦଳାଇ ଦେଲା ମ୍ୟାଚ୍‌

ଆଣ୍ଟିଗୁଆ,୬।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାରେ ଭାରତ ଇଂଲଣ୍ଡକୁ ପରାସ୍ତ ଚାମ୍ପିଅନ୍‌ ହୋଇଛି। ଭାରତୀୟ ଦଳ ୧୯୦ ରନ୍‌ର ଲକ୍ଷ୍ୟକୁ ଭାରତ ୬ ଉଇକେଟ୍‌ ହରାଇ ହାସଲ କରିଥିଲା। ହାସଲ କରିଥିଲା। ରୋମାଞ୍ଚକର ଫାଇନାଲ ମୁକାବିଲାରେ ରାଜ ବାୱା ଓ ରବି କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଇଂଲଣ୍ଡ ୪୪.୫ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତକୁ ମଧ୍ୟ ଲକ୍ଷ୍ୟର ପିଛା କରିବା ସହଜ ହୋଇ ନ ଥିଲା। ନିଶାନ୍ତ ସିନ୍ଧୁଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୪୭.୪ ଓଭରରେ ୬ ଉଇକେଟ ହରାଇ ୧୯୫ ରନ କରି ମୁକାବିଲାକୁ ଜିତି ନେଇଥିଲା।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତର ବାମହାତୀ ପେସର ରବି କୁମାର ଇଂଲଣ୍ଡ ଓପ୍ନର ଜାକବ ବେଥେଲ (୨)ଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତାଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ ଟମ ପ୍ରିଷ୍ଟ ଖାତା ଖୋଲିବା ପୂର୍ବରୁ ରବି କୁମାରଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପନର ଦ୍ରୁତ ବ୍ୟାଟିଂ କରିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ସେ ୨୭ ରନ କରି ରାଜ ବାୱାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହା ରାଜ ୧୩ଶ ଓଭରର ପଞ୍ଚମ ବଲରେ ୱିଲିୟମ ଲକ୍ସଟନ (୪) ଓ ଷଷ୍ଠ ବଲରେ ଜର୍ଜ ବେଲ (୦)ଙ୍କୁ ଆଉଟ କରି ଇଂଲଣ୍ଡର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ।
ରେହାନ ଅହମ୍ମଦ (୧୦) ଓ ଆଲେକ୍ସ ହର୍ଟନ (୧୦)ଙ୍କୁ କୌଶଲ ତାମ୍ବେ ଆଉଟ କରିବାରେ ସଫଳ ହୋଇଥିଲେ। ୯୧ ରନରେ ୭ ଉଇକେଟ ହରାଇ ଇଂଲଣ୍ଡ ସଙ୍କଟରେ ପଡିଥିବା ବେଳେ ଜେମ୍ସ ରିଉ ଓ ଜେମ୍ସ ସେଲ୍ସ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ରିଉ ସକାରାତ୍ମକ ବ୍ୟାଟିଂ କରି ଇଂଲଣ୍ଡର ରନ ଗତି ଜାରି ରଖିଥିବା ବେଳେ ତାଙ୍କୁ ସେଲ୍ସ ଭରପୂର ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ଉଇକେଟ ପାଇଁ ୯୩ ରନର ବଡ ଭାଗିଦାରୀ କରି ଇଂଲଣ୍ଡକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଏହା ପରେ,୪୪ ତମ ଓଭରରେ ରବି କୁମାର ବୋଲିଂ କରିବାକୁ ଆସିଥିଲେ ଏବଂ ଏହି ଓଭରର ପ୍ରଥମ ବଲରେ ରିୟୁ ଏକ ଉଚ୍ଚ ସଟ ମାରିଥିଲେ, ଯାହା ସୀମା ରେଖା ଉପରେ ଠିଆ ହୋଇଥିବା କୌଶଲ ତାମ୍ବେଙ୍କ ନିକଟରେ ପହଞ୍ଚିଥିଲା। ସୀମାରେ ଥିବା ତାମ୍ବେ ଏକ କ୍ୟାଚ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ ତାଙ୍କ ହାତ ଖସିଯାଇଥିଲା। ଏହା ପରେ ତାମ୍ବେ ତତ୍‌କ୍ଷଣାତ୍‌ ସେ ହାର୍‌ ନ ମାନି ଡ୍ରାଇଭ୍‌ ମାରି ଗୋଟିଏ ହାତରେ କ୍ୟାଚ୍‌ ଧରିଥିଲେ। ଦ୍ୱିତୀୟ ପ୍ରୟାସରେ ସେ ଭାଗ୍ୟଶାଳୀ ଥିଲେ। ବଲ ତାଙ୍କ ହାତରେ ଆସିଥିଲା। ସୋସିଆଲ ମିଡିଆରେ ଏହି କ୍ୟାଚ ଟ୍ରେଣ୍ଡ ହେଉଛି। ଯଦି ରିୟୁ ଆଉ କିଛି ସମୟ ପଡ଼ିଆରେ ରହିଥାନ୍ତେ, ତେବେ ଇଂଲଣ୍ଡର ସ୍କୋର ୨୦୦ ଅତିକ୍ରମ କରିଥାନ୍ତା ଏବଂ ଏଭଳି ପରିସ୍ଥିତିରେ ଭାରତକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାନ୍ତା। ତେବେ ଏହା ଘଟି ନଥିଲା ଏବଂ ରାଜ ବାୱା ପାଞ୍ଚଟି ଏବଂ ରବି କୁମାରଙ୍କ ଚାରିଟି ଉଇକେଟ ଯୋଗୁ ଭାରତ ପ୍ରଥମେ ଇଂଲଣ୍ଡକୁ ୨୦୦ ଭିତରେ ସୀମିତ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri