Posted inଫୁରସତ

୧୨୯ ସନ୍ତାନର ପିତା ହେଲେ ଏହି ବ୍ୟକ୍ତି, ଚଳିତବର୍ଷ ଆଉ ୯ ସନ୍ତାନ ନେବେ ଜନ୍ମ

ଆପଣ ଫିଲ୍ମରେ ସ୍ପର୍ମ ଡୋନରଙ୍କ ବିଷୟରେ ଦେଖିଥିବେ, ଜାଣିଥିବେ ବି। ଆୟୁଷ୍ମାନ ଖୁରାନା ଏକ ଫିଲ୍ମରେ ସ୍ପର୍ମ ଡୋନର ଭୂମିକାରେ ଅଭିନୟ କରିଥିଲେ। ଏବେ କିନ୍ତୁ ବାସ୍ତବରେ ଜଣେ ବ୍ୟକ୍ତି ସ୍ପର୍ମ ଦାନ କରି ୧୨୯ ପିଲାଙ୍କର ପିତା ହୋଇପାରିଛନ୍ତି।

ଏହି ବ୍ୟକ୍ତି ବ୍ରିଟେନର ଜଣେ ଅବସରପ୍ରାପ୍ତ ଶିକ୍ଷକ। ଯାହାଙ୍କ ବୟସ ୬୬ ବର୍ଷ। ସେ କୁହନ୍ତି, ମୁଁ ବର୍ତ୍ତମାନ ସୁଦ୍ଧା ସ୍ପର୍ମ ଦାନ କରି ୧୨୯ ପିଲାଙ୍କର ପିତା ହୋଇପାରିଛି। ଚଳିତବର୍ଷ ଆଉ ୯ ପିଲାଙ୍କର ବି ପିତା ହେବାକୁ ଯାଉଛି। ତାଙ୍କ ନାମ କ୍ଲାଇଭ୍‌ସ ଜୋନ୍‌ସ। ସେ ବ୍ରିଟେନର ଚ୍ୟାଡେସଡେନର ଡର୍ବିରେ ରୁହନ୍ତି। ତାଙ୍କୁ ଯେତେବେଳେ ୫୮ ବର୍ଷ ହୋଇଥିଲା ସେତେବେଳେ ସେ ସ୍ପର୍ମ ଦାନ କରିବା ଆରମ୍ଭ କରିଥିଲେ। ତାହା ପୁଣି ମାଗଣାରେ ଦାନ କରିଥାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଜୋନ୍‌ସଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କାରଣ ଜୋନ୍‌ସ କୌଣସି କ୍ଲିନିକ୍‌କୁ ଯାଇ ଏପରି କରୁନାହାନ୍ତି। ସେ ନିଜର ଫେସବୁକ୍‌ ମାଧ୍ୟମରେ ଏପରି କରୁଛନ୍ତି। ଏହାଦ୍ୱାରା କିଛି ପରିବାରରେ ଖୁସି ମିଳୁଛି।

ସେ ଦାବି କରନ୍ତି, ମୁଁ ଦୁନିଆର ସବୁଠୁ ଅଧିକ ସନ୍ତାନର ପିତା ଅଟେ। ମୁଁ ଆଗାମୀ କିଛି ବର୍ଷ ପାଇଁ ଏମିତି କରିବି। ଯେତେବେଳେ ୧୫୦ ସନ୍ତାନ ଜନ୍ମ ହେବେ ସେତେବେଳେ ଏପରି କାର୍ଯ୍ୟ ବନ୍ଦ କରିଦେବି। ସେ କୁହନ୍ତି,ମୁଁ ଜାଣିଛି ସ୍ପର୍ମ ବିକ୍ରି ହୁଏ, କିନ୍ତୁ ଦାନ କରାଯାଏନାହିଁ। ମୋତେ କିଛି ମା’ ଏବଂ ସନ୍ତାନଙ୍କ ଫଟୋ ମିଳିଛି। ସେମାନେ ମୋତେ ମେସେଜ୍‌ କଲେ ମୁଁ ବହୁତ ଖୁସି ହୁଏ। ୨୦ ପିଲା ନିଜର। ଆଉ ସବୁ ପିଲା ଡର୍ବି, ବର୍ମିଘାମ, ଷ୍ଟୋକ୍‌ ଏବଂ ନାଣ୍ଟିଘମରେ ଜନ୍ମ ହୋଇଛନ୍ତି।

ସେ କୁହନ୍ତି, ମୋତେ ଜଣେ ପିଲାର ଜେଜେମା ମେସେଜ କରି କହିଥିଲେ କି, ମୋତେ ତୁମେ ଜେଜେମା କରି ଦେଇଛ। ତୁମକୁ ବହୁତ ବହୁତ ଧନ୍ୟବାଦ। ଜୋନ୍‌ସଙ୍କ ମତରେ ଯେଉଁମାନଙ୍କର ସନ୍ତାନ ନାହାନ୍ତି ସେମାନଙ୍କୁ ମୁଁ ସ୍ପର୍ମ ଦାନ କରି ପରିବାରରେ ଖୁସି ଦେଉଥିବାରୁ ନିଜକୁ ଗର୍ବିତ ମନେ କରୁଛି।

ଜୋନ୍‌ସଙ୍କ ୧୯୭୮ରେ ବିବାହ ହୋଇଥିଲା। ମାତ୍ର ଏବେ ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ରହୁଛନ୍ତି। କାରଣ ତାଙ୍କ ସ୍ତ୍ରୀ ସ୍ପର୍ମ ଦାନ କାର୍ଯ୍ୟରେ ଖୁସି ନ ଥିଲେ। ୨୦୧୮ରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ ୪ ମ୍ୟାନ୍‌ ୧୭୫ ବେବିଜ୍‌’ରେ ନଜର ଆସିଥିଲେ। ଏବେ ଜୋନ୍‌ସଙ୍କ ଏହି କାର୍ଯ୍ୟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri