ଥ୍ୟାଙ୍କ ୟୁ କହି ପ୍ରାଧ୍ୟାପକଙ୍କ ଠାରୁ ଲୁଟିନେଲେ

ଗଞ୍ଜାମ,୮।୧(ଡି.ଏନ୍‌.ଏ.): ସହଯୋଗ ମାଗି ଜଣେ ପ୍ରଧ୍ୟାପକଙ୍କ ଠାରୁ ଲୁଟିନେଲେ ମୋବାଇଲ । ଏଭଳି ଘଟଣା ଘଟିଛ ଗଞ୍ଜାମ ସହରରେ ।
ମିଳିଥିବା ସୂଚନା ପ୍ରକାରେ, ଗଞ୍ଜାମ କଲେଜ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଭାଗିରଥି ପଲାଇ ଶନିବାର ଚାଲିଚାଲି ବଜାରରୁ କଲେଜ ଫେରୁଥିବା ବେଳେ ଗୋଟିଏ ବାଇକରେ ତିନିଜଣ ଯୁବକ ଆସି କିଛି ଦୂରରେ ବାଇକ ରଖିଥିଲେ। ସେଥିରୁ ଜଣେ ବ୍ୟକ୍ତି ରାସ୍ତା କଡ଼କୁ ପରିସ୍ରା କରିବାକୁ ଯାଇଥିବା ବେଳେ ବାଇକ ଚାଳକ ଗାଡି ପଡିଯିବା ବାହାନାରେ ପ୍ରାଧ୍ୟାପକଙ୍କୁ ସହଯୋଗ ମାଗିଥିଲେ । ଫଳରେ ପ୍ରାଧ୍ୟାପକ ଗାଡ଼ି ପାଖକୁ ଗଲାବେଳେ ଆଗ ପକେଟରେ ଥିବା ଦାମୀ ମୋବାଇଲକୁ ଅତି ଚତୁରତାର ସହ ଦୁର୍ବୃତ୍ତ ମାନେ ଲୁଟି ନେଇ ଥ୍ୟାଙ୍କ ୟୁ କହି ଦ୍ରୁତ ଗତିରେ ଗଞ୍ଜାମ ସହର ଦେଇ ଚମ୍ପଟ ମାରିଥିଲେ। ପକେଟରେ ମୋବାଇଲ ନ ଥିବା ଦେଖି ଗଞ୍ଜାମ ଥାନାରେ ଏତଲା ଦେଇଛନ୍ତି ପ୍ରାଧ୍ୟାପକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର-ପ୍ରଦୀପ ପାଣିଗ୍ରାହୀ ହାତାହାତି

ବ୍ରହ୍ମପୁର,୧୩।୫: ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଛନ୍ତି। ଗୋଷାଣୀ ନୂଆଗାଁ ଉତ୍କଳମଣି ୟୁପି ସ୍କୁଲ ବୁଥ...

ଭୋଟ ଦେଇ ଫେରୁଥିଲେ କୋଟିଆ ଭୋଟର: ବାଟରେ ଘଟିଲା ଦୁର୍ଘଟଣା

ପଟ୍ଟାଙ୍ଗି,୧୩।୫(ଶରତ ଧଳ): ରାଜ୍ୟରେ ଲୋକସଭା ଏବଂ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ମତଦାନ କରି ଘରକୁ ଫେରୁଥିବା ବେଳେ ଏକ...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଚାଲିଗଲା ୨ ନାବାଳକଙ୍କ ଜୀବନ

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ କ୍ଷେତରେ ଖଞ୍ଜା ଯାଇଥିବା ୟୁଜିବି ଲ୍ୟାଣ୍ଡମାଇନ୍‌ ସଂସ୍ପର୍ଶରେ ଆସି ସୋମବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ବୋଲେରୋରୁ ମିଳିଲା ୨ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା

ବାରିପଦା,୧୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାମାଖୁଣ୍ଟା ବ୍ଳକ ରଙ୍ଗମାଟିଆ ଛକରୁ ଏକ ବୋଲେରୋ ଗାଡିରୁ ବିପୁଳ ପରିମାଣର ଟଙ୍କା...

କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ...

ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ...

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ସୋମବାର ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଚେକିଂ ବେଳେ କାର୍‌ରୁ ବିପୁଳ ପରିମାଣର ଟଙ୍କା ଜବତ

ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍‌ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri