Posted inଫୁରସତ

ଗୁମ୍ଫା ମନ୍ଦିରର ସହର ‘ବାଦାମୀ’

କର୍ନାଟକର ବାଗଲକୋଟ ଜିଲା ଅନ୍ତର୍ଗତ ଏକ ପ୍ରାଚୀନ ସହର ହେଉଛି ବାଦାମୀ। ପାହାଡ଼କୁ କାଟି ଅତି ସୁନ୍ଦର ବାସ୍ତୁକଳା ନିର୍ମାଣ କରିବାରେ ଏହି ସହରର ରହିଛି ବେଶ୍‌ ନାଁ। ସେଥିପାଇଁ ଏଠାରେ ଅନେକ ଆକର୍ଷଣୀୟ ଗୁମ୍ଫା ମନ୍ଦିର ଦେଖିବାକୁ ମିଳିଥାଏ; ତନ୍ମଧ୍ୟରୁ ବାଦାମୀ ଗୁମ୍ଫା ମନ୍ଦିରର ରହିଛି ଏକ ସ୍ବତନ୍ତ୍ର ପରିଚୟ…

ବାଦାମୀ ହେଉଛି କର୍ନାଟକର ବାଗଲକୋଟ ଜିଲା ଅନ୍ତର୍ଗତ ଏକ ପ୍ରାଚୀନ ସହର। ପାହାଡ଼କୁ କାଟି ଆକର୍ଷଣୀୟ ବାସ୍ତୁକଳା ନିର୍ମାଣ କରିବାରେ ଏଠାକାର ଅଧିବାସୀ ବେଶ୍‌ ପାରଙ୍ଗମ। ତେଣୁ ଏଠାରେ ଅନେକ ସୁନ୍ଦର ସୁନ୍ଦର ଗୁମ୍ଫା ମନ୍ଦିର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ବାଦାମୀ ଗୁମ୍ଫା ମନ୍ଦିର ହେଉଛି ବେଶ୍‌ ପ୍ରସିଦ୍ଧ। ସେହିପରି ଏଠାରେ ଥିବା ଭୁତନାଥ୍‌ ମନ୍ଦିର, ବାଦାମୀ ଶିବାଳୟ, ଜମ୍ବୁଲିଙ୍ଗେଶ୍ୱର ମନ୍ଦିରର କାରୁକାର୍ଯ୍ୟ ବି ବେଶ୍‌ ମନଲୋଭା ହୋଇଥାଏ।

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଷଷ୍ଠରୁ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ଚାଲୁକ୍ୟ ରାଜବଂଶର ରାଜାମାନେ ଆନ୍ଧ୍ରପ୍ରଦେଶ ଓ କର୍ନାଟକର ଅଧିକାଂଶ ଭାଗକୁ ନିଜ ଅକ୍ତିଆରକୁ ନେଇଯାଇଥିଲେ। ଆଉ ସେହି ସମୟରେ ସେମାନେ ବାତାପି (ବାଦାମୀର ପୂର୍ବ ନାମ) ସହରକୁ ତାଙ୍କ ରାଜବଂଶର ରାଜଧାନୀ ଭାବେ ବାଛି ନେଇଥିଲେ। ସୂଚନାନୁଯାୟୀ, ଚାଲୁକ୍ୟ ରାଜବଂଶ ଅଧୀନରେ ଏହି ସହର ଯେତିକି ଦିନ ରହିଥିଲା, ସେହି ସମୟରେ ଏହାର ଖୁବ୍‌ ଉନ୍ନତି ହୋଇଥିଲା। ଯେହେତୁ ଏହି ସହରରେ ଏକ ସ୍ବତନ୍ତ୍ର ପ୍ରକାରର ସୁନେଲି ରଙ୍ଗର ବଲୁଆ ପଥରର ପାହାଡ଼ ପ୍ରଚୁର ପରିମାଣରେ ଦେଖିବାକୁ ମିଳିଥିଲା, ତେଣୁ ସେହି ପଥରକୁ କାଟି ଗୁମ୍ଫା ମନ୍ଦିର ତିଆରି କରିବାରେ ସେତେବେଳେ ଚାଲୁକ୍ୟ ରାଜବଂଶର ରାଜାମାନେ ଅଧିକ ଗୁରୁତ୍ୱ ଦେଉଥିଲେ। ଫଳରେ ପର୍ଯ୍ୟାୟକ୍ରମେ ଏଠାରେ ଅନେକ ଗୁମ୍ଫା ମନ୍ଦିରମାନ ଗଢ଼ି ଉଠିଲା; ଯାହା ଏହି ସହରକୁ ପରେ ଭିନ୍ନ ପରିଚିତି ଆଣିଦେଲା।

ଗୁମ୍ଫା ମନ୍ଦିର
ବାଦାମୀରେ ପ୍ରାୟ ଚାରୋଟି ଗୁମ୍ଫା ମନ୍ଦିର ଦେଖିବାକୁ ମିଳିଥାଏ; ତନ୍ମଧ୍ୟରୁ ତିନୋଟି ହେଉଛି ହିନ୍ଦୁ ମନ୍ଦିର ଏବଂ ଗୋଟିଏ ହେଉଛି ଜୈନ ମନ୍ଦିର।

* ପ୍ରଥମ ଗୁମ୍ଫା: ପ୍ରଥମ ଗୁମ୍ଫା ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ। ଏଠାରେ ଭଗବାନ ଶିବଙ୍କର ନଟରାଜ ମୂର୍ତ୍ତି ଏବଂ ମହିଷମର୍ଦ୍ଦିନୀ ମା’ଙ୍କର ପ୍ରତିମା ଥିବାର ଦେଖିବାକୁ ମିଳିଥାଏ।

* ଦ୍ୱିତୀୟ ଗୁମ୍ଫା: ଏହା ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଏହି ଗୁମ୍ଫାର ପୂର୍ବ ତଥା ପଶ୍ଚିମ କବାଟରେ ଭୁବରାହ ତଥା ତ୍ରିବିକ୍ରମଙ୍କର ବଡ଼ ବଡ଼ ଚିତ୍ର ଲାଗିଥିବାର ଦେଖିବାକୁ ମିଳେ। ସେହିପରି ଉକ୍ତ ଗୁମ୍ଫାର ଉପର କାନ୍ଥରେ ବ୍ରହ୍ମା, ବିଷ୍ଣୁ, ଶିବ ଏବଂ ଅଷ୍ଟଦିଗପାଳଙ୍କର ଚିତ୍ର ହୋଇଥିବାର ବି ଦେଖାଯାଏ; ଯାହା ଗୁମ୍ଫାଟିକୁ ଅପୂର୍ବ ଶୋଭା ପ୍ରଦାନ କରିଥାଏ।

* ତୃତୀୟ ଗୁମ୍ଫା: ଏହି ଗୁମ୍ଫାରେ ମଧ୍ୟ ବିଭିନ୍ନ ଦେବଦେବୀଙ୍କର ଅପୂର୍ବ ପ୍ରତିମା ତଥା ଚିତ୍ର ଥିବାର ମଧ୍ୟ ଦେଖିବାକୁ ମିଳିଥାଏ।

*ଚତୁର୍ଥ ଗୁମ୍ଫା: ଏହା ଏକ ଜୈନ ମନ୍ଦିର ଅଟେ। ମୁଖ୍ୟତଃ ଏହି ଗୁମ୍ଫାରେ ମହାବୀର ଜୈନ ତଥା ପାର୍ଶ୍ୱନାଥଙ୍କର ମୂର୍ତ୍ତି ଏବଂ ବିଭିନ୍ନ ଚିତ୍ର ଥିବାର ଦେଖିବାକୁ ମିଳିଥାଏ।

ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ
ଗୁମ୍ଫା ମନ୍ଦିର ବ୍ୟତୀତ ବାଦାମୀରେ ଆହୁରି କୋତୋଟି ଶିବ ମନ୍ଦିର ଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ମାଲେଗଟ୍ଟୀ ଶିବାଳୟ ହେଉଛି ଖୁବ୍‌ ପ୍ରସିଦ୍ଧ। ସେହିପରି ଭୁତନାଥ୍‌ ମନ୍ଦିର, ମଲ୍ଲିକାର୍ଜ୍ଜୁନ୍‌ ମନ୍ଦିର, ଦତ୍ତାତ୍ରୟ ମନ୍ଦିର, ବାଦାମୀ ଶିବାଳୟ, ଜମ୍ବୁଲିଙ୍ଗେଶ୍ୱର ମନ୍ଦିରର ଅପୂର୍ବ ବାସ୍ତୁକଳା ବି ଖୁବ୍‌ ଆକର୍ଷଣୀୟ ହୋଇଥାଏ। ତା’ଛଡ଼ା ବାଦାମୀରେ ଏକ ଦୁର୍ଗ ବି ରହିଛି, ଯାହା ମଧ୍ୟରେ ଅନେକ ପ୍ରାଚୀନ ମନ୍ଦିର ଥିବାର ମଧ୍ୟ ଦେଖାଯାଏ। କେବଳ ସେତିକି ନୁହେଁ ଦୁଃସାହସିକ କ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକ ଚାହିଁଲେ ବାଦାମୀରେ ପାହାଡ଼ ଚଢିବାର ମଧ୍ୟ ମଜା ନେଇପାରିବେ। ସେହିପରି ଏହି ସହରରେ କେତୋଟି ଝରଣା ତଥା ଜଳାଶୟ ବି ରହିଛି; ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଏକ ଅନୁଭୂତି ଦେଇଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ବାଦାମୀକୁ ଯିବା ପାଇଁ ସେପ୍ଟେମ୍ବରରୁ ଫେବୃୟାରୀ ହେଉଛି ସବୁଠୁ ଉପଯୁକ୍ତ ସମୟ। ସେହିପରି ଏହି ସହରକୁ ଯିବା ପାଇଁ ବସ୍‌, ଟ୍ରେନ୍‌ ତଥା ବିମାନର ବି ଭଲ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri