ସାଙ୍ଗୀତିକ ଧାରାକୁ ଦିଆଯାଇନି ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର (ବ୍ୟୁରୋ)/ ନୂଆଦିଲ୍ଲୀ,୭।୧୨(ସ୍ବ.ପ୍ର.): ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିବାବେଳେ କେନ୍ଦ୍ର ସରକାର ନିରାଶ କରିଛନ୍ତି। ସରକାର କୌଣସି ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦେଇନାହାନ୍ତି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କ୍ରିଷନ ରେଡ୍ଡୀ ସୋମବାର ଲୋକ ସଭାରେ କହିଛନ୍ତି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ଓଡ଼ିଶାରୁ ବାରମ୍ବାର କରାଯାଇଥିବା ଅନୁରୋଧ ଓ ଆବେଦନକୁ ସରକାର ଗ୍ରହଣ କରିଛନ୍ତି କି ଏବଂ ସେଥିନେଇ କିଭଳି ବିଚାର କରାଯାଉଛି ବୋଲି ବିଜେଡି ଏମ୍‌ପି ଅଚ୍ୟୁତ ସାମନ୍ତ ସମ୍ପୃକ୍ତ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ରେଡ୍ଡୀ କହିଥିଲେ ଯେ, ସରକାର ସଙ୍ଗୀତର କୌଣସି ଧାରା ବା ରୂପକୁ ଶାସ୍ତ୍ରୀୟ ମାନ୍ୟତା ଦେଇ ନ ଥାଆନ୍ତି।
ସୂଚନା ଦିଆଯାଇପାରେ ଯେ, ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସଙ୍ଗୀତ ନାଟକ ଏକାଡେମୀ ଏକ ସ୍ବୟଂଚାଳିତ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି। ଭୁବନେଶ୍ୱରସ୍ଥିତ ଗୁରୁ ଗୋପଳ ପଣ୍ଡା ଓଡ଼ିଶୀ ଏକାଡେମୀର ପ୍ରତିଷ୍ଠାତା ସଭାପତି ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆନ୍‌ ମ୍ୟୁଜିକ୍‌ ଅଧ୍ୟକ୍ଷ ପ୍ରଫେସର ପି.କେ. ମିଶ୍ର ଏବଂ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସଙ୍ଗୀତ ନାଟକ ଏକାଡେମୀ ଗ୍ରହଣ କରିଛି ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି।
ତେବେ ସରକାର କୌଣସି ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦେଇ ନାହାନ୍ତି ବୋଲି କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯିବା ପରେ ରାଜ୍ୟ ସଙ୍ଗୀତ ଜଗତରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ ମତରେ ଭାରତରେ ସଙ୍ଗୀତର ଦୁଇଟି ମୁଖ୍ୟସ୍ରୋତ ହେଉଛି ହିନ୍ଦୁସ୍ତାନୀ ଓ କର୍ନାଟକୀ। ଯଦି ଏହି ଦୁଇଟି ଧାରାକୁ ସର୍ବଭାରତୀୟ ସ୍ତରର ମାନ୍ୟତା ମିଳିଛି ଓ ସେହି ଅନୁଯାୟୀ ରାଷ୍ଟ୍ରୀୟ ପୁରସ୍କାର ଦିଆଯାଉଛି, ସେ ଦୃଷ୍ଟିରୁ ଦେଖିଲେ ଓଡ଼ିଶୀ ସଙ୍ଗୀତ ସେହି ଧରଣର ମାନଦଣ୍ଡ ପୂରଣ କରିପାରୁଛି। ମାନ୍ୟତା ପାଇବା ଲାଗି ପ୍ରସ୍ତାବ ଦେଇଥିବା ସଙ୍ଗଠନଗୁଡ଼ିକ ନିକଟରେ ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି। ଏ ନେଇ ଗୁରୁ ଗୋପଳ ପଣ୍ଡା ଓଡ଼ିଶୀ ଏକାଡେମୀର ପ୍ରତିଷ୍ଠାତା ସଭାପତି ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏକାଡେମୀ ଦ୍ୱାରା ପ୍ରଦତ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହା ଆମ ପାଇଁ ଏକ ସକାରାତ୍ମକ ଅନୁଭବ। ଏ ବିଷୟରେ ସେ ଯାହା ବୁଝୁଛନ୍ତିି ଯଦିଓ ଭାରତ ସରକାର କୌଣସି ସଙ୍ଗୀତକୁ ବିଧିବଦ୍ଧ ଭାବେ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଏଯାବତ୍‌ ଦେଇନାହାନ୍ତି, କିନ୍ତୁ ଏହା ସର୍ବବିଦିତ ଯେ ହିନ୍ଦୁସ୍ତାନୀ ଓ କର୍ନାଟକୀ ଭାରତୀୟ ସଙ୍ଗୀତର ୨ ପ୍ରମୁଖ ସ୍ରୋତ ବୋଲି ଗ୍ରହଣ ହୋଇଆସୁଛି। ତେଣୁ ସେହି ଦୁଇ ସଙ୍ଗୀତର ସମକାଳୀନ ସମଶାସ୍ତ୍ର ଭିତ୍ତିକ, ସମାନ ଲକ୍ଷଣ ତଥା ସମାନ ଐତିହାସିକ ପରିପୃଷ୍ଠତାରେ ପରିପୂର୍ଣ୍ଣ ଆମ ଓଡ଼ିଶୀ ସଙ୍ଗୀତ ଯେ ତୃତୀୟ ମୁଖ୍ୟ ସାଙ୍ଗୀତିକ ସ୍ରୋତ ରୂପରେ ପରିଗଣିତ
ସାଙ୍ଗୀତିକ ଧାରାକୁ…
ହେଉ ଏତିକି ହିଁ ଜୀବନବ୍ୟାପୀ ଚେଷ୍ଟା ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିିଶାବାସୀଙ୍କର ଏ ଆଶା ଦିନେ ନିଶ୍ଚୟ ପୂରଣ କରିବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ପଣ୍ଡା କହିଛନ୍ତି।
ବରିଷ୍ଠ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ କହିଛନ୍ତି ଯେ, ମନ୍ତ୍ରୀଙ୍କ ବିବୃତିରେ ସେ ବିବ୍ରତ ନୁହନ୍ତି। ମନ୍ତ୍ରୀଙ୍କ ସହିତ ଯେକେହି କହିଲେ ବି ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ଅକ୍ଷୁଣ୍ଣ ରହିଛି ଓ ରହିଥିବ। ଆମେ କାହାକୁ ହାତପାତିବା ଦରକାର ନାହିଁ। କାରଣ ଓଡ଼ିଶୀ ସଙ୍ଗୀତର ଧାରା ଓ ତାହାର ସାଙ୍ଗୀତିକତା କେବଳ ପ୍ରଚାର ପ୍ରସାରରେ ହିଁ ଊର୍ଦ୍ଧ୍ୱଗାମୀ ହୋଇପାରିବ। ତେଣୁ ଆମେ ଶାସ୍ତ୍ରୀୟତା ପାଇଁ ବିବ୍ରତ ହେବାର କିଛି କାରଣ ନାହିଁ। ଆମ ସରକାର ଆମ କଳାକୁ ଚିହ୍ନିଛନ୍ତି ଓ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି। ତାହା ଆମପାଇଁ ଯଥେଷ୍ଟ।
ବରିଷ୍ଠ କଣ୍ଠଶିଳ୍ପୀ ଗୁରୁ ରାମହରି ଦାସ କହିଛନ୍ତି, କେନ୍ଦ୍ର ପ୍ରଥମେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ନୁହେଁ ବୋଲି କହିଲେ, ଏବେ ଓଡ଼ିଶୀ ସଙ୍ଗୀତକୁ ମନା କରୁଛନ୍ତି। କେନ୍ଦ୍ର ସରକାର ଏକ ପ୍ରକାର ଆମ ଉତ୍କଳୀୟତାକୁ ବିଦ୍ରୁପ କରୁଛନ୍ତି। ଯଦି କେନ୍ଦ୍ର ସରକାର କାହାକୁ ଶାସ୍ତ୍ରୀୟ ମାନ୍ୟତା ଦେଉନାହାନ୍ତି ତେବେ ଭାରତରେ ୮ଟି ଶାସ୍ତ୍ରୀୟ ନୃତ୍ୟ ଓ ୨ଟି ଶାସ୍ତ୍ରୀୟ ସଙ୍ଗୀତ (ହିନ୍ଦୁସ୍ତାନୀ ଓ କର୍ନାଟକୀ) କିପରି ରହିଛି। ଯେଉଁ ଯୁକ୍ତିରେ ସେହି ନୃତ୍ୟ ଓ ସଙ୍ଗୀତକୁ ମାନ୍ୟତା ମିଳିଲା, ଭବିଷ୍ୟତରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ ଅସୁବିଧା କ’ଣ ରହିଛି। ଓଡ଼ିଶୀ ସଙ୍ଗୀତ ଯେ କୌଣସି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ତୁଳନାରେ କମ୍‌ ନୁହେଁ।
ଅନୁରୂପ ଭାବେ ଗୁରୁ ବିଜୟ ଜେନା କହିଛନ୍ତି, ଯେଉଁ ସଙ୍ଗୀତର ବଳିଷ୍ଠ ଗାୟନ ପରମ୍ପରା ରହିଛି ତାହା ଶାସ୍ତ୍ରୀୟ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀରେ କୌଣସି ଶାସ୍ତ୍ରୀୟ ଶବ୍ଦର ବ୍ୟବହାର କରାଯାଏ ନାହିଁ। କର୍ନାଟକୀ ଓ ହିନ୍ଦୁସ୍ତାନୀ ସଙ୍ଗୀତକୁ ବିଧିବଦ୍ଧ ଭାବେ ସେପରି କିଛି ମାନ୍ୟତା ମିଳିନାହଁି। ମାତ୍ର ପ୍ରଚାର ପ୍ରସାର ଫଳରେ ଏହି ସଙ୍ଗୀତ ଲୋକାଭିମୁଖୀ ହେବା ପରେ ଏହାକୁ ଶାସ୍ତ୍ରୀୟ ସଙ୍ଗୀତ ବୋଲି କୁହାଯାଉଛି। ଦେଶରେ ୮ଟି ଶାସ୍ତ୍ରୀୟ ନୃତ୍ୟ ରହିଥିବାବେଳେ ସଙ୍ଗୀତ କେବଳ ହିନ୍ଦୁସ୍ତାନୀ କିମ୍ବା କନର୍ର୍ାଟକୀରେ ସୀମିତ ହୋଇ ରହିବା ଉଚିତ ନୁହେଁ। ଭାଷାକୁ ଯେପରି କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି, ସେହିପରି ସଙ୍ଗୀତରେ ମଧ୍ୟ ପ୍ରୟାସ କରାଯିବା ଦରକାର। ଓଡ଼ିଶୀ ସଙ୍ଗୀତଜ୍ଞ କେଶବ ଚନ୍ଦ୍ର ରାଉତ ନିଜ ମତ ରଖିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ଦେବେ ନାହିଁ, ତେବେ କିଏ ମାନ୍ୟତା ଦେବେ? ପୂର୍ବରୁ ଯେଉଁ ନୃତ୍ୟ ଓ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି ତାହା କିପରି ମିଳିଲା। କେଉଁ ଜରିଆରେ ଅନ୍ୟ ସଙ୍ଗୀତ ଓ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ତାହା ଅନୁଧ୍ୟାନ କରିବା ଓଡ଼ିଶା ସରକାରଙ୍କ ଏବେ ମୁଖ୍ୟ ପ୍ରସଙ୍ଗ ହେବା ଦରକାର। ଦ୍ୱାଦଶ ଶତାବ୍ଦୀରୁ ଆମର ସମସ୍ତ ତଥ୍ୟ ଆମେ କେନ୍ଦ୍ରକୁ ପ୍ରଦାନ କରିଛୁ। ଏହାପରେ କେନ୍ଦ୍ର ମାନ୍ୟତା ଦେବାକୁ ମନା କରୁଛି, ଯାହାକି ଉଚିତ୍‌ ନୁହେଁ ବୋଲି ରାଉତ କହିଛନ୍ତି। ବରିଷ୍ଠ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ କହିଛନ୍ତି, ସେ ଜାଣିବାରେ ସରକାରୀ ସ୍ତରରେ ଶାସ୍ତ୍ରୀୟ ମାନତ୍ୟ ଦିଆଯାଏ ନାହିଁ। ଆମ ସଙ୍ଗୀତକୁ ରାଜ୍ୟ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି, ତାହା ଆମ ପାଇଁ ଯଥେଷ୍ଟ। ଜାତୀୟ ସ୍ତରରେ କୌଣସି କାର୍ଯ୍ୟକ୍ରମରେ ଓଡ଼ିଶୀ ସଙ୍ଗୀତ ପରିବେଷଣ ହେଲେ ଭାଷାଗତ ସମସ୍ୟା ହେବ। ନୃତ୍ୟରେ ସିନା ଅଭିନୟକୁ ଦେଖି ଅନ୍ୟମାନେ ବିଷୟ ବୁଝିଯିବେ, ମାତ୍ର ସଙ୍ଗୀତରେ ତାହା ହେବ ନାହିଁ। କିଏ ଗ୍ରହଣ କରୁ ବା ନ କରୁ, ଆମେ ଜାଣିଛୁ ଓଡ଼ିଶୀ ହେଉଛି ଶାସ୍ତ୍ରୀୟ ସଙ୍ଗୀତ। ଆମ ରାଜ୍ୟର ପ୍ରତି ଜିଲାରେ କିପରି ଏହାର ପ୍ରଚାର ପ୍ରସାର ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର। ଆମ ସଙ୍ଗୀତକୁ ନେଇ ଆମେ ଗର୍ବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri