ସମୁଦ୍ରରେ ୧୧ ଇଞ୍ଚ ବହଳ ବରଫ, ଅଟକି ରହିଛି ୨୪ ଜାହାଜ…

ମସ୍କୋ,୨୫।୧୧: ଆର୍କଟିକ ସାଗରରେ ଦେଇ ୟୁରୋପ ଏବଂ ଏସିଆରେ ପହଞ୍ଚିବା ଏବେ କଷ୍ଟକର ହେଉଛି। ରୁଷିଆର ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅତି କମରେ ୨୪ ଟି ଜାହାଜ ବରଫରେ ଫସି ରହିଛନ୍ତି। ତୁଷାରପାତ ହେତୁ ସମଗ୍ର ଉତ୍ତର ସାଗର ମାର୍ଗ ବନ୍ଦ ହୋଇଯାଇଛି। ବର୍ତ୍ତମାନ ଅଟକି ରହିଥିବା ଜାହାଜଗୁଡ଼ିକୁ ହଟାଇବା ପାଇଁ ରୁଷିଆକୁ ବରଫ କାଟିବା ଜାହାଜ ପଠାଇବାକୁ ପଡିଛି।

ଉତ୍ତର ସାଗର ମାର୍ଗ ପାଇଁ ରୁଷିଆ ବହୁ ଟଙ୍କା ଖର୍ଚ୍ଚ କରିଛି। ଏହି ମାର୍ଗରେ ବ୍ୟବସାୟ ସୁବିଧା ହେବ ବୋଲି ରୁଷିଆ ଅନୁମାନ କରିଥିଲା। କିନ୍ତୁ ବରଫପାତ ଯୋଗୁ ମାର୍ଗ ବନ୍ଦ ହୋଇ ସମସ୍ତ ଆକଳନ ବିଫଳ ହୋଇଛି। ନଭେମ୍ବର ମାସ ସାରା ଏହି ରାସ୍ତା ଖୋଲା ରହିବ ବୋଲି ରୁଷିଆର ଅଧିକାରୀମାନେ ପୂର୍ବରୁ ଘୋଷଣା କରିଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂ ଯୋଗୁ ଗତ କିଛି ବର୍ଷ ମଧ୍ୟରେ ଆର୍କଟିକ୍‌ ସାଗରରେ ବରଫ ଜମିବାରେ ଅତ୍ୟଧିକ ବିଳମ୍ବ ହୋଇଯାଇଥିଲା। ତେଣୁ ବିଶେଷଜ୍ଞମାନେ ଏଭଳି କହିଥିଲେ। ଅକ୍ଟୋବର ଶେଷରେ ଲାପଟଓ୍ବେ ସାଗର ଏବଂ ପୂର୍ବ ସାଇବେରିଆ ସାଗରରେ ଏତେ ଶୀଘ୍ର ଅକ୍ଟୋବର ପରେପରେ ବରଫ ଜମିଥିବାରୁ ଉତ୍ତର ସାଗର ମାର୍ଗର ଅପରେଟରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅଧିକାରୀମାନେ ବର୍ତ୍ତମାନ ରୁଷିଆର ରାଜଧାନୀ ମସ୍କୋରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ବରଫ କାଟିବା ପାଇଁ ଦୁଇଟି ପରମାଣୁ ଶକ୍ତିରେ ଚାଳିତ ଜାହାଜକୁ ପଠାଯାଇଛି। ତେବେ ବରଫରେ ଫସିଥିବା ଜାହାଜ ଆସନ୍ତା କିଛି ମାସ ପାଇଁ ସେଠାରେ ରହିବାକୁ ବାଧ୍ୟ ହେବେ।

ଅଧିକାରୀମାନେ କହିଛନ୍ତି ଯେ ଏହି ଅଞ୍ଚଳର ପାଣିପାଗ ଦ୍ରୁତ ଗତିରେ ବଦଳିଗଲା। ଭୁଲ ପାଣିପାଗ ରିପୋର୍ଟ ଯୋଗୁ ଜାହାଜଗୁଡ଼ିକ ବରଫରେ ଅଟକି ରହିଛନ୍ତି।

ଅଧିକାରୀ କହିଛନ୍ତି ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ସମୁଦ୍ର ବରଫ ପାଲଟି ଯାଇଛି। ଅଟକି ରହିଥିବା ଜାହାଜଗୁଡ଼ିକ ମଧ୍ୟରେ କାର୍ଗୋ ଏବଂ ଦୁଇଟି ତେଲ ଟ୍ୟାଙ୍କର୍‌ ଅଛି। ୟୁରୋପ ଏବଂ ରୁଷିଆକୁ ସଂଯୋଗ କରିବାରେ ଉତ୍ତର ସାଗର ମାର୍ଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ମାର୍ଗରେ ସମୁଦ୍ର ଯାତ୍ରାର ପଥ ବହୁ କମି ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri