ଗଦା ହୋଇଛି ଟନ୍‌ଟନ୍‌ ପୋଷାକ, ଏଥିରୁ ନିଜ ପାଇଁ ବାଛୁଛନ୍ତି ଲୋକେ

ସାଣ୍ଟିଆଗୋ,୧୩ା୧୧: ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏହାର ସୁନ୍ଦର ପାହାଡ଼ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଏହି ଦେଶରେ ୨୦ ହଜାର ଫୁଟରୁ ଅଧିକ ଉଚ୍ଚର ୨୦ଟି ପାହାଡ଼ ରହିଛି। ମାତ୍ର ଚିଲିର ଆଟାକାମା ମରୁଭୂମିରେ ଏକ ପାହାଡ଼ ରହିଛି, ଯାହା ପୋଷାକ ଏବଂ ଜୋତାରେ ନିର୍ମିତ। ଏହି ପାହାଡ଼ରେ ସ୍ବେଟରଠାରୁ ଆରମ୍ଭ କରି ସ୍କାଇ ବୁଟ୍‌ ପର୍ଯ୍ୟନ୍ତ ଅଳିଆ ଆବର୍ଜନାରେ ଗଦା ହୋଇଥାଏ।

ଏଠାରେ ପକାଯାଇଥିବା ପୋଷାକର ପାହାଡ଼ ପ୍ରତିବର୍ଷ ଅତି କମ୍‌ରେ ୩୯ ହଜାର ଟନ୍‌ ବୃଦ୍ଧି ପାଉଛି। ଦ୍ରୁତ ଗତିରେ ବଢୁଥିବା ଫ୍ୟାଶନ ଇଣ୍ଡଷ୍ଟ୍ରି ଯୋଗୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ଏହି ପୋଷାକଗୁଡ଼ିକୁ ଖାଲିସ୍ଥାନରେ ଗଦାଇ ଦିଆଯିବା ପରେ ସେଗୁଡ଼ିକ ପରିବେଶ ପ୍ରତି କ୍ଷତି ପହଞ୍ଚାଇଥାନ୍ତି। ଏହାର ରାସାୟନିକ ପଦାର୍ଥ ବାୟୁ ଏବଂ ଭୂତଳ ଜଳରେ ପହଞ୍ଚି ଏହାକୁ ଅପରିଷ୍କାର କରିଥାଏ।

ଚିଲିରେ ଦୀର୍ଘଦିନରୁ ବିକ୍ରି ହୋଇ ନ ଥିବା ପୋଷାକ ପାଇଁ ଏକ ହବ୍‌ ହୋଇଆସୁଛି। ଏହି ପୋଷାକ ଚାଇନା ଏବଂ ବାଂଲାଦେଶରେ ତିଆରି କରାଯାଇଥାଏ। ପ୍ରତିବର୍ଷ ପ୍ରାୟ ୩୯୦୦୦ ଟନ୍‌ କପଡା ଉତ୍ତର ଚିଲିର ଅଲ୍ଟୋ ହୋସ୍‌ପିସିଓ ଅଞ୍ଚଳର ଇକ୍ୱିକ୍‌ ବନ୍ଦରକୁ ପଠାଯାଏ, ଯେଉଁଠାରେ ଏହି ପୋଷାକକୁ ବ୍ୟବସାୟୀମାନେ କିଣିଥାନ୍ତି।

କିଛି ଲୋକ ସେମାନଙ୍କ ପରିବାର ପାଇଁ ପୋଷାକଗୁଡ଼ିକୁ ନେବା ପାଇଁ ଏଠାକୁ ଆସିଥାନ୍ତି। ପାହାଡ଼ ଆକାରରେ ଗଦା ହୋଇଥିବା ପୋଷାକ ମଧ୍ୟରୁ ମନପସନ୍ଦର ପୋଷାକ ବାଛିବା କାଠିକର ପାଠ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri