ନିର୍ବାଚନ ଆୟୋଗ, ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୨୬।୧୦: ହାଇକୋର୍ଟରେ ସୋମବାର ପୌର ନିର୍ବାଚନ ବିଳମ୍ବ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିଥିବାବେଳେ ହାଇକୋର୍ଟରେ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ସରକାର ଜବାବ ଦାଖଲ କରିଛନ୍ତି। ଆସନ୍ତା ଜାନୁୟାରୀ ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପୌର ନିର୍ବାଚନ ବିଳମ୍ବ ନେଇ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ସମୀର ଦେ ଏବଂ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲେ। ୩ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ବାଚନ ବିଳମ୍ବ ହୋଇଥିବାରୁ ହାଇକୋର୍ଟ କ୍ଷୁବ୍ଧ ହେବା ସହ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଥିଲେ। ଏନେଇ ଜବାବ ଦାଖଲ କରିବାପାଇଁ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗ ଏବଂ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କେଉଁ ପରିସ୍ଥିତିରେ ବର୍ତ୍ତମାନ ସୁଦ୍ଧା ନିର୍ବାଚନ କରାଯାଇନାହିଁ ଏବଂ କେବେ ସୁଦ୍ଧା ନିର୍ବାଚନ ହେବ ସେନେଇ ହାଇକୋର୍ଟ ଜବାବ ତଲବ କରିଥିଲେ। ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବରରୁ ରାଜ୍ୟର ଏନ୍‌ଏସି, ପୌର ପାଳିକା ଓ ମହାନଗର ନିଗମଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଯାଇଛି। ତେବେ ପୌର ନିର୍ବାଚନ ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉ ନ ଥିବା ଭାଜପା ଅଭିଯୋଗ ଆଣିଥିଲା। ଏଥିସହ ଭାଜପାର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲା। ପରେ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସମେତ ଅନ୍ୟ ୨ଜଣଙ୍କ ପକ୍ଷରୁ ପୃଥକ ଭାବେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ରାଜ୍ୟ ସରକାରଙ୍କ ଚାପରେ ନିର୍ବାଚନ ଆୟୋଗ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି ବୋଲି ଆବେଦନକାରୀମାନେ ସେମାନଙ୍କ ପିଟିଶନରେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

୯ ବଲ୍‌ରେ ହରାଇଲା ୫ ଉଇକେଟ୍‌…ଟିମ୍‌ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ

ଚଣ୍ଡିଗଡ଼,୧୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବୀନ୍ଦ୍ର...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ପାଠ ନପଢି ୩ବର୍ଷ ହେଲା କରୁଥିଲେ ହୃଦରୋଗ ଚିକିତ୍ସା, ପୋଲ୍ ଖୋଲିବା ପରେ ନକଲି ଡାକ୍ତର ଫେରାର

ନୂଆଦିଲ୍ଲୀ,୧୨।୧୨: ବର୍ତ୍ତମାନ ସାରା ଦେଶରେ ନକଲି ଡାକ୍ତରଙ୍କ ସଂଖ୍ୟା ବଢିବାରେ ଲାଗିଛି । ପାଠ ନପଢି ଡାକ୍ତର ହେବା ସହିତ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଛନ୍ତି...

ହଜିବ ପାକିସ୍ତାନର ନିଦ, ଭାରତକୁ ମିଳିବ R-37M ମିଶାଇଲ, ବ୍ରହ୍ମୋସଠାରୁ ବି ଶକ୍ତିଶାଳି

ନୂଆଦିଲ୍ଲୀ,୧୨।୧୨: ଭାରତର ବାୟୁ ଶକ୍ତିକୁ ଏକ ନୂଆ ଶକ୍ତି ମିଳିବାକୁ ଯାଉଛି। ଭାରତୀୟ ବାୟୁସେନା ଏବଂ ରୁଷିଆ ମଧ୍ୟରେ R-37M ଅଲ୍ଟ୍ରା-ଲମ୍ବା-ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ ପାଇଁ...

ଲଜ୍ଜାଜନକ ରେକର୍ଡ କଲେ ଅର୍ଶଦୀପ ସିଂ: କୌଣସି ବୋଲର୍‌…

ଚଣ୍ଡିଗଡ଼,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବିନ୍ଦ୍ର...

ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ କ୍ଷତି ପହଞ୍ଚାଇଲା? ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୨।୧୨: ଡିସେମ୍ବର ୧୧ ତାରିଖ ରାତିରେ ମୁଲାନପୁରର ମହାରାଜା ଯାଦବିନ୍ଦ୍ର ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri