ବଢୁଛି ଦାଦାବଟି ଆଦାୟ ଘଟଣା

ପୁରୀ ଅଫିସ, ୨୧।୧୦: ପୁରୀ ସହରରେ ଦାଦାବଟି ଆଦାୟ ଘଟଣା ବଢ଼ିବାରେ ଲାଗିଛି। ଦାଦାବଟି ପାଇଁ ବ୍ୟବସାୟୀ, ହୋଟେଲ ମାଲିକ, ନୂଆ ଘର ମାଲିକଙ୍କୁ ଟାର୍ଗେଟ କରାଯାଉଛି। ନୂଆଘର ବାବଦକୁ ଏକକାଳୀନ କିଛି ଟଙ୍କା ମଗାଯାଉଥିବା ବେଳେ ସମୁଦ୍ରକୂଳ ଅଞ୍ଚଳରେ ଥିବା ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରୁ ନିର୍ଦ୍ଦିଷ୍ଟ ଅନ୍ତରାଳରେ ବଟି ଆଦାୟ ହେଉଛି। ଜୀବନ ଭୟରେ ଲୋକେ ବିରୋଧ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। କେତେକ କ୍ଷେତ୍ରରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦାଦାବଟି ଆଦାୟକୁ ରୋକିପାରୁନାହିଁ।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ଅର୍ବାନ ହାଟରେ ପିସ୍ତଲ ଦେଖାଇ ଦୁଇଜଣ ଯୁବକ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସେହିଭଳି ଗତ ୮ତାରିଖରେ ବସଷ୍ଟାଣ୍ଡ ଓ ୪ତାରିଖରେ କୁମ୍ଭାରପଡ଼ା ଅଞ୍ଚଳରେ ଦାଦାବଟି ମାଗି ୨ଜଣ ଗିରଫ ହୋଇଥିଲେ। ସେହିଭଳି ଗତ ମାସ ୩୦ ତାରିଖରେ ଜଣେ ଯୁବକ ଭୁଜାଲି ଦେଖାଇ ଦାଦାବଟି ମାଗୁଥିବା ବେଳେ ଟାଉନ ଥାନା ପୋଲିସ ହାତରେ ଧରାପଡ଼ିଥିଲେ। ଗତ ମାସ ୨୭ରେ ୪ ଜଣ, ୨୦ ଓ ୧୯ ତାରିଖରେ ୨ଜଣ ଲେଖାଏ, ୧୪ ତାରିଖରେ ପେଣ୍ଠକଟାରୁ ୫ ଓ ସେପ୍ଟେମ୍ବର ୨ରେ ୨ଜଣ ଗିରଫ ହୋଇଥିଲେ। ଅଗଷ୍ଟ ୧୪ରେ ୫, ୧୫ରେ ୨ ଓ ୧୩ ତାରିଖରେ ୩ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଭଳି ଭାବେ ଗତ ୩ମାସରେ ପୁରୀ ସହରେ ୫୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ପୋଲିସ କେବଳ ଦାଦାବଟି ମାମଲାରେ ଗିରଫ କରିଛି। ୨୦୧୯ରେ ପୋଲିସ କେତେଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିଲା। ସ୍ଥାନୀୟ ଲୋକେ ଦାଦାବଟି ନ ଦେବାରୁ ଏମାନେ ବିସ୍ଫୋରଣ ଓ ଗୁଳିକାଣ୍ଡ ଘଟାଇଥିଲେ। ଦୁର୍ଦ୍ଦାନ୍ତ ପପୁ ବରାଳ ଚଳିତ ବର୍ଷ ବଟି ମାଗି ଗିରଫ ହୋଇଥିବା ବେଳେ ୨୦୧୯ରେ ବସ୍‌ଷ୍ଟାଣ୍ଡର ବାହନ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଦଶ ଅବତାର ମଠ ନିକଟ ଗ୍ରୋସେରି ଦୋକାନୀ ବଟି ନ ଦେବାରୁ ସେ ବିସ୍ଫୋରଣ ଘଟାଇଥିଲେ। ନୀଳଚକ୍ର ନଗରର ଟିକି ସାଁ ଓ କୁମ୍ଭାରପଡ଼ାର ଚିଣ୍ଟୁ ସାମନ୍ତରାୟ ମଧ୍ୟ ଦାଦାବଟି ପାଇଁ ବିସ୍ଫୋରଣ ଘଟାଇଥିଲେ। ତେବେ ଗତ କିଛିମାସ ଧରି ବିସ୍ଫୋରଣ ଓ ଗୁଳିକାଣ୍ଡ ଭଳି ଘଟଣା ଘଟି ନ ଥିଲା। ଏବେ ପୁଣି ଦାଦାବଟି ମାଗୁଥିବା ବ୍ୟକ୍ତି ସକ୍ରିୟ ହୋଇଉଠିଲେଣି। ନରେନ୍ଦ୍ରକୋଣର ଜଣେ ବାସିନ୍ଦା ନାମ ଗୋପନ ରଖି କହିଛନ୍ତି, ଦାଦାବଟି ମାଗୁଥିବା ଲୋକଙ୍କ ପାଖରେ ମାରଣାସ୍ତ୍ର ରହୁଥିବାରୁ ସେମାନଙ୍କ ବିରୋଧରେ ଯିବାର ସାହସ ଯୋଗାଡ଼ କରିପାରୁନାହୁଁ। ଏ ନେଇ ସାମାଜିକ କର୍ମୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ଲକଡାଉନ୍‌ ସମୟରେ ପୁରୀ ସହରରେ ଦାଦାବଟି ଆଦାୟ ଅଭିଯୋଗ କମିଥିବା ଭଳି ମନେ ହେଉଥିଲା। ମାତ୍ର ଏବେ ପୁଣି ବଢ଼ିଛି। ପୋଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ମୂଳୋତ୍ପାଟନ କରିବାକୁ ଚାହୁଁଥିଲେ, ପ୍ରଥମେ ସ୍ଥାନୀୟ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଆବଶ୍ୟକ। ଲୋକେ ନିର୍ଭୟର ସହ ପୋଲିସକୁ ଖବର ଦେଇଲେ ଦାଦାବଟି ରୋକାଯାଇପାରିବ। ଲୋକେ ଦାଦାବଟି ଦେଉଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ସମ୍ମୁଖକୁ ଆସି ଅଭିଯୋଗ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଅନ୍ୟପକ୍ଷରେ ପୁରୀ ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ଦାଦାବଟି ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ସାହି କମିଟିଗୁଡ଼ିକୁ ମଧ୍ୟ ଏସମ୍ପର୍କିତ ସୂଚନା ଦେବା ପାଇଁ ଅପିଲ କରାଯାଇଛି। ଦାଦାବଟି ଅପରାଧ ବିରୋଧରେ ପୁରୀ ପୋଲିସ ଶୂନ୍ୟସହନଶୀଳତା ନୀତି ଆପଣାଉଛି। ତେଣୁ ଲୋକେ ଦାଦାବଟି ନ ଦେଇ ପୋଲିସ ଉପରେ ଭରସା ରଖି ସୂଚନା ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri