Posted inଖେଳ

ଆଇପିଏଲ୍‌ ୨୦୨୧: ଜାଣନ୍ତୁ ଫାଇନାଲ୍‌ ପରେ କାହାକୁ ମିଳିଲା କେଉଁ ପୁରସ୍କାର, କେତେ ରାଶି…

ଦୁବାଇ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ର ୧୪ ତମ ସଂସ୍କରଣ ଶୁକ୍ରବାର ଦୁବାଇରେ ଶେଷ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ୨୭ ରନ୍‌ରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଫାଇନାଲ ପରେ ଅନେକ ଖେଳାଳିଙ୍କୁ ବିଭିନ୍ନ ପୁରସ୍କାର ଏବଂ ପୁରସ୍କାର ରାଶି ସହିତ ସମ୍ମାନିତ କରାଯାଇଥିଲା।

ଚେନ୍ନାଇର ଯୁବ ଓପନର୍‌ ରୁତୁରାଜ ଗାଏକ୍ୱାଡ ଆଇପିଏଲ୍‌ ୨୦୨୧ ରେ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ, ଯିଏ ୬୩୫ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ୍‌ ଉପରେ କବ୍ଜା କରିଥିଲେ। ଏଥିସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ ପଟେଲ ସର୍ବାଧିକ ଉଇକେଟ ନେଇଥିଲେ। ହର୍ଷଲ ସମଗ୍ର ସିଜନରେ ୩୨ ଉଇକେଟ ନେଇ ରେକର୍ଡ କରିଥିଲେ । ଏହା ଗୋଟିଏ ସିଜନରେ କୌଣସି ଭାରତୀୟଙ୍କ ଦ୍ୱାରା ସର୍ବାଧିକ ସହ ବ୍ରାଭୋଙ୍କ ସର୍ବକାଳୀନ ରେକର୍ଡ ସହିତ ସମାନ। ଏଥିପାଇଁ ହର୍ଷଲ ପଟେଲ ପର୍ପଲ କ୍ୟାପ ଜିତିଥିଲେ। ତେବେ ଆସନ୍ତୁ ଜାଣିବା କାହାକୁ କେଉଁ ପୁରସ୍କାର ମିଳିଲା:

ଅନ୍ତିମ ମ୍ୟାଚ ପୁରସ୍କାର:
ମ୍ୟାଚ୍‌ର କ୍ୟାଚ୍‌ ଅଫ୍‌ ଦ ମ୍ୟାଚ୍‌ – ରବିନ୍ଦ୍ର ଜାଡେଜା (ସିଏସ୍‌କେ)
ମ୍ୟାଚ୍‌ର ସୁପର ଷ୍ଟ୍ରାଇକର – ରବିନ ଉଥାପ୍ପା (ସିଏସ୍‌କେ)
ଲେଟ୍ସ କ୍ରାକ୍‌ ଇଟ୍‌ ସିକ୍ସ ପୁରସ୍କାର – ଭେଙ୍କେଶ ଆୟର୍‌ (କେକେଆର୍‌)
ଗେମ୍‌ ଚେଞ୍ଜର ଅଫ୍‌ ଦ ମ୍ୟାଚ୍‌ – ଫାଫ ଡୁ ପ୍ଲେସିସ (ସିଏସ୍‌କେ)
ମୋଷ୍ଟ ଭାଲ୍ୟୁଏବୁଲ ଆସେଟ୍‌ ଅଫ୍‌ ଦ ମ୍ୟାଚ୍‌ – ଫାଫ ଡୁ ପ୍ଲେସିସ (ସିଏସ୍‌କେ)
ପାୱାର୍‌ ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ – ଭେଙ୍କଟେଶ ଆୟର୍‌ (କେକେଆର୍‌)
ମ୍ୟାନ ଅଫ ଦି ମ୍ୟାଚ – ଫାଫ ଡୁ ପ୍ଲେସିସ (ସିଏସ୍‌କେ)

ସମ୍ପୂର୍ଣ୍ଣ ସିଜନ(ଆଇପିଏଲ୍‌-୨୦୨୧) ସହ ଜଡିତ ପୁରସ୍କାର:
ଅରେଞ୍ଜ କ୍ୟାପ୍‌ – ରୁତୁରାଜ ଗାଏକ୍ୱାଡ, ସିଏସ୍‌କେ (୧୦ ଲକ୍ଷ ଟଙ୍କା)
ପର୍ପଲ କ୍ୟାପ୍‌ – ହର୍ଷଲ ପଟେଲ, ଆରସିବି (୧୦ ଲକ୍ଷ ଟଙ୍କା)
ଏମର୍ଜିଂ ପ୍ଲେୟାର ଅଫ୍‌ ଦି ଇୟର – ରୁତୁରାଜ ଗାଏକ୍ୱାଡ, ସିଏସ୍‌କେ (୧୦ ଲକ୍ଷ ଟଙ୍କା)
ଫେୟାରପ୍ଲେ ପୁରସ୍କାର – ରାଜସ୍ଥାନ ରୟାଲ୍ସ (୧୦ ଲକ୍ଷ ଟଙ୍କା)
ପରଫେକ୍ଟ କ୍ୟାଚ୍‌ ଅଫ୍‌ ଦ ସିଜନ୍‌ – ରବି ବିଶ୍ନୋଈ, ପିବିକେଏସ (୧୦ ଲକ୍ଷ ଟଙ୍କା)
ସୁପର ଷ୍ଟ୍ରାଇକର୍‌ ଅଫ୍‌ ଦ ସିଜନ୍‌ – ଶିମ୍ରନ୍‌, ଡିସି (୧୦ ଲକ୍ଷ ଟଙ୍କା)
ଗେମଚେଞ୍ଜର୍‌ ଅଫ୍‌ ଦ ସିଜନ୍‌ – ହର୍ଷଲ ପଟେଲ, ଆରସିବି (୧୦ ଲକ୍ଷ ଟଙ୍କା)
କ୍ରାକ୍‌ ଇଟ୍‌ ସିକ୍ସ ଅଫ୍‌ ଦ ସିଜନ୍‌- କେ.ଏଲ ରାହୁଲ (୧୦ ଲକ୍ଷ ଟଙ୍କା)
ପାୱାର୍‌ ପ୍ଲେୟାର ଅଫ୍‌ ଦ ସିଜନ୍‌ – ଭେଙ୍କଟେଶ ଆୟାର୍‌ (୧୦ ଲକ୍ଷ ଟଙ୍କା)
ମୋଷ୍ଟ ଭାଲ୍ୟୁଏବୁଲ୍‌ ପ୍ଲେୟାର ଅଫ୍‌ ଦ ସିଜନ୍‌- ହର୍ଷଲ ପଟେଲ (୧୦ ଲକ୍ଷ ଟଙ୍କା)
ରନର୍‌ ଅପ – କୋଲକାତା ନାଇଟ ରାଇଡର୍ସ (୧୨.୫ କୋଟି ଟଙ୍କା)
ବିଜେତା – ଚେନ୍ନାଇ ସୁପର କିଙ୍ଗ୍ସ (୨୦ କୋଟି ଟଙ୍କା)


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri