ଫିଟ୍‌ନେସ୍‌ ପରୀକ୍ଷା କରିବ ମେଶିନ

ଭୁବନେଶ୍ୱର୧୨।୧୦(ବ୍ୟୁରୋ): ରାଜ୍ୟ ପରିବହନ ବିଭାଗ ଦ୍ୱାରା ଚଳିତ ମାସ ୨୩ ତାରିଖରୁ ଅଟୋମେଟେଡ୍‌ ଇନ୍ସପେକ୍ସନ ଆଣ୍ଡ ସାର୍ଟିଫିକେଶନ ସେଣ୍ଟର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଥିବାବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ ଅପେକ୍ଷା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟରେ ଏନେଇ ଗୋଟିଏ ଲେଖାଏ ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଶାରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହା କଟକରୁ ଆରମ୍ଭ ହେବ। ଗାଡ଼ି, ମୋଟରର ଫିଟ୍‌ନେସ୍‌ ପରୀକ୍ଷାରେ ସ୍ବଚ୍ଛତା ରକ୍ଷାକରି ଦୁର୍ଘଟଣାକୁ ଏଡ଼ାଯିବା ସହିତ ଦୁର୍ନୀତି ରୋକିବାକୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବା ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
କଟକ ନରାଜଠାରେ ଅଟୋମେଟେଡ୍‌ ଇନ୍ସପେକ୍ସନ ଆଣ୍ଡ ସାର୍ଟିଫିକେଶନ ସେଣ୍ଟର ନିର୍ମାଣ କରାଯାଇଛି। ଏହି ସେଣ୍ଟର ଦ୍ୱାରା ଗାଡ଼ି ମୋଟର ଫିଟ୍‌ନେସ୍‌ ପରୀକ୍ଷା ଏଣିକି କରାଯିବ। ପୂର୍ବଭଳି ଏମ୍‌ଭିଆଇମାନେ ଯେପରି ଗାଡ଼ିର ଫିଟ୍‌ନେସ୍‌ ପରୀକ୍ଷା କରୁଥିଲେ ସେପରି ଆଉ ହେବ ନାହିଁ। ଏମ୍‌ଭିଆଇ ଗାଡ଼ି ମୋଟରର ଫିଟ୍‌ନେସ୍‌ ପରୀକ୍ଷା କରିବା ବେଳେ ସବୁ ଠିକ୍‌ରେ ନିରୀକ୍ଷଣ କରିବା ସମ୍ଭବ ହେଉ ନ ଥିଲା। ହେଲେ ଏହି ସେଣ୍ଟରରେ ଗାଡ଼ିର ଫିଟ୍‌ନେସ୍‌ ପରୀକ୍ଷା ହେବା ଦ୍ୱାରା ୨୩ଟି ପାରାମିଟର ଠିକ୍‌ରେ ପାଳନ କରାଯାଇପାରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଯେପରି ଗାଡ଼ିର ହେଡ୍‌ଲାଇଟ୍‌ ଠିକ୍‌ କାମ କରୁଛି ନା ନାହିଁ, ଉଭୟ ଶବ୍ଦ ଓ ସାଉଣ୍ଡ ପରୀକ୍ଷା, ସ୍ପିଡୋମିଟର, ଷ୍ଟିୟରିଂ ଆଦି ବିଭିନ୍ନ ପରୀକ୍ଷା ମାନୁଆଲି କରାଯିବ। ଏହି ସେଣ୍ଟର ନରାଜରେ ନିର୍ମାଣ କରାଯାଇଥିବା ବେଳେ ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଏକର ଜମି ଏବଂ ଭିତ୍ତିଭୂମି ନିର୍ମାଣ ଲାଗି ଅର୍ଥ ଖର୍ଚ୍ଚ କରାଯାଇଛି। ରୋଜମେଟ୍ରୋ ନାମକ ଏକ ସଂସ୍ଥାକୁ ଏହି ସେଣ୍ଟର ଚଳାଇବା ଦାୟିତ୍ୱ କେନ୍ଦ୍ର ସରକାର ଦେଇଛନ୍ତି। ଇନ୍ସସ୍ପେକଶନ ଫି ଟଙ୍କାରୁ ଉକ୍ତ କମ୍ପାନୀ ଏହି ସେଣ୍ଟରର ରକ୍ଷଣାବେକ୍ଷଣ କରିବା ସାଙ୍ଗକୁ ସେଠାରେ କାମ କରିବା କର୍ମଚାରୀଙ୍କୁ ଦରମା ପ୍ରଦାନ କରିବ। ଜଣେ ଏମ୍‌ଭିଆଇ ଏହାର ଦାୟିତ୍ୱରେ ରହିବେ। ଉକ୍ତ ସେଣ୍ଟରର ମେଶିନ ଠିକ୍‌ କାମ କରୁଛି ନା ନାହିଁ ଏମ୍‌ଭିଆଇ ଜଣକ ନଜର ରଖିବେ। ଅନ୍‌ଲାଇନ ଜରିଆରେ ଉକ୍ତ ସେଣ୍ଟରରୁ ଫିଟ୍‌ନେସ ସାର୍ଟିଫିକେଟ ପାଇଯିବେ ଗାଡ଼ି ମାଲିକ। କେନ୍ଦ୍ର ସରକାର ଏଥିଲାଗି ୧୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଆଗାମୀ ଦିନରେ ରାଜ୍ୟ ସରକାର ବ୍ରହ୍ମପୁର, ରାଉରକେଲା, କେନ୍ଦୁଝର, ଭୁବନେଶ୍ୱର ଏବଂ ଅନୁଗୋଳରେ ଏହି ସେଣ୍ଟର ଖୋଲିବାକୁ ଯୋଜନା ରଖିଛନ୍ତି। ମାତ୍ର ଏହି ସେଣ୍ଟର ଖୋଲିବା ଲାଗି କେନ୍ଦ୍ର ସରକାର ଆଉ ଅର୍ଥ ପ୍ରଦାନ କରିବେ ନାହିଁ ବୋଲି ଜଣାପଡ଼ିଛି। ଭବିଷ୍ୟତରେ ଏହି ସେଣ୍ଟର ଯେଉଁଠି ଖୋଲିବ ସେଥିଲାଗି ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ନରାଜଠାରେ ଆରମ୍ଭ ହେବାକୁ ଥିବା ସେଣ୍ଟର ଠିକ୍‌ରେ କାମ କରୁଥିବା ନେଇ ମଧ୍ୟ ପରୀକ୍ଷା ସରିଛି। ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିବାବେଳେ ପ୍ରଥମେ ଏନେଇ ଆସନ୍ତା ୧୮ ତାରିଖ ରଖାଯାଇଥିଲା। ହେଲେ ସୋମବାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ୨୩ ତାରିଖ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଏମ୍‌ଭିଆଇମାନେ ଫିଟ୍‌ନେସ୍‌ ସାର୍ଟିଫିକେଟ ପ୍ରଦାନ ସମୟରେ ପ୍ରଚୁର ପରିମାଣରେ ଦୁର୍ନୀତି ହେଉଥିବାର ଗନ୍ଧ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri