ଠିକା କର୍ମଚାରୀ ଏବେ ‘ଇନିସିଆଲ୍‌ ଆପଏଣ୍ଟିଜ୍‌’

ରାଜ୍ୟ କ୍ୟାବିନେଟ୍‌ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ୧୭ଟି ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଠିକା କର୍ମଚାରୀଙ୍କୁ ‘ଇନିସିଆଲ୍‌ ଆପଏଣ୍ଟିଜ୍‌’ ଭାବେ ଗ୍ରହଣ କରାଯିବା ସହ ପ୍ରଥମ ବର୍ଷରୁ ସେମାନଙ୍କୁ ଅତିରିକ୍ତ ୫୦% ଦରମା ଦେବାକୁ ନିଷ୍ପତ୍ତି ନିଆଯାଇଛି। ନ୍ୟାଶନାଲ ପେନସନ ସ୍କିମ୍‌ (ଏନ୍‌ପିଏସ୍‌)ରେ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ପୂର୍ବରୁ ଦେଉଥିବା ୧୦% ଅନୁଦାନ ୧୪%କୁ ବୃଦ୍ଧି କରାଯାଇଛି।

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କୁ ଏଣିକି ସରକାରୀ କ୍ଷେତ୍ରରେ ପ୍ରାରମ୍ଭିକ ନିଯୁକ୍ତ ବା ଇନିସିଆଲ୍‌ ଆପଏଣ୍ଟିଜ୍‌ ଭାବେ ବିବେଚନା କରାଯିବ। ସେମାନଙ୍କୁ ଆଉ ଠିକା କର୍ମଚାରୀ କୁହାଯିବ ନାହିଁ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହାଛଡ଼ା କର୍ମଚାରୀମାନଙ୍କୁ ମିଳୁଥିବା ଦରମାରୁ ନିଯୁକ୍ତିର ପ୍ରଥମ ବର୍ଷରୁ ୫୦% ଅଧିକ ଦରମା ପ୍ରଦାନ କରାଯିବ। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକ ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ୬ ବର୍ଷ ପରେ ସେମାନଙ୍କର ଚାକିରି ନିୟମିତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ୨୫୦ କୋଟି ଟଙ୍କା ଅଧିକ ବ୍ୟୟ ଭାର ବହନ କରିବାକୁ ପଡ଼ିବ। ଏହାଛଡ଼ା ପୂର୍ବରୁ ଠିକା କର୍ମଚାରୀମାନଙ୍କୁ ପୂର୍ବରୁ ଚିକିତ୍ସା ଖର୍ଚ୍ଚ ମିଳୁ ନ ଥିଲା। ଏଣିକି ସେମାନଙ୍କୁ ରାଜ୍ୟ ସରକାର ମେଡିକାଲ ଖର୍ଚ୍ଚ ପ୍ରଦାନ କରିବେ। ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

୪ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୧୨୮୦ କୋଟି

ପ୍ରତ୍ୟେକ ଗାଁକୁ ପାଇପ୍‌ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ବଦ୍ଧପରିକର। ଏହି କ୍ରମରେ ରାଜ୍ୟ ସରକାର ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଏବଂ ବୌଦ୍ଧ ଜିଲାର ୧୨ ଲକ୍ଷ ଲୋକଙ୍କୁ ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ପିଇବା ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୧୨୮୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା, ଗଞ୍ଜାମ, ଛତ୍ରପୁର, ଖଲ୍ଲିକୋଟ, ରାୟଗଡ଼ା ଜିଲାର ରାୟଗଡ଼ା, କାଶୀପୁର ବ୍ଲକ ସମେତ ବୌଦ୍ଧ ଜିଲା ଏବଂ କନ୍ଧମାଳ, ହରଭଙ୍ଗା, ଫିରିଙ୍ଗିଆ, ଚକାପାଦ, ଖଜୁରିପଡା, ଜି ଉଦୟଗିରି ଏବଂ କେ ନୂଆଗାଁ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଚୂଡ଼ାନ୍ତ ହୋଇଥିବା ୩ଟି ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି।

 

ଏନ୍‌ପିଏସ୍‌ ଅବଦାନ ୧୪%କୁ ବଢ଼ିଲା
ଜାତୀୟ ପେନ୍‌ସନ ଯୋଜନା (ଏନ୍‌ପିଏସ୍‌) ଅଧୀନରେ ଥିବା କର୍ମଚାରୀଙ୍କ ମାସିକ ଅବଦାନ (କଣ୍ଟ୍ରିବ୍ୟୁଶନ)କୁ ରାଜ୍ୟ ସରକାର ୧୦%ରୁ ୧୪%କୁ ବୃଦ୍ଧି କରିଛନ୍ତି। ଏହା ପିଛିଲା ଭାବେ ୨୦୧୯ ଏପ୍ରିଲ ପହିଲାରୁ ଲାଗୁ ହେବ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୩୮୦ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ସେହିପରି ୨୦୧୯ରୁ ବକେୟା ବାବଦରେ ରାଜ୍ୟ ସରକାର ୭୭୨ କୋଟି ଟଙ୍କା ଜମା କରିବେ। ଏଥିରେ ପ୍ରାୟ ୨ ଲକ୍ଷ ୮ ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ। ଏହାଦ୍ୱାରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ ମଧ୍ୟରେ ତାରତମ୍ୟ ରହିବ ନାହିଁ। ଏହି ସ୍କିମ୍‌ ଗ୍ରୁପ୍‌ ସି ଓ ଡି ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଠିକା କର୍ମଚାରୀ ଏବଂ ସମସ୍ତ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହାଛଡ଼ା ରାଜ୍ୟ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ପାରିବାରିକ (ଫ୍ୟାମିଲି) ପେନ୍‌ସନ ଦେବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri