୯ ଦିନରେ ୮ଥର ବଢ଼ିଲାଣି ତେଲ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୧୦।୧୦: ଗତ ୯ ଦିନ ମଧ୍ୟରେ ୮ ଥର ତେଲ ଦର ବଢ଼ିଲାଣି। ଏପରିକି କ୍ରମାଗତ ପଞ୍ଚମ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ର ସୂଚନା ଅନୁସାରେ ଶନିବାର ଭୁବନେଶ୍ୱରରେ ଡିଜେଲ ୩୮ ପଇସା ଏବଂ ପେଟ୍ରୋଲ ୩୨ ପଇସା ବଢ଼ିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୧୦୦.୮୫ ଟଙ୍କା ଏବଂ ପେଟ୍ରୋଲ ୧୦୪.୭୫ ଟଙ୍କାରେ କାରବାର ହେଉଛି। ଗତ ୧୫ଦିନ ମଧ୍ୟରେ ପେଟ୍ରୋଲ ୨.୭୧ ଟଙ୍କା ଏବଂ ଡିଜେଲ ୪.୨୪ ଟଙ୍କା ବୃଦ୍ଧି ପାଇଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ମତବ୍ୟକ୍ତ କରିଛନ୍ତି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୧୦୧.୧୯ ଟଙ୍କା ଓ ପେଟ୍ରୋଲ ୧୦୫.୧୦ ଟଙ୍କାରେ ପହଞ୍ଚତ୍ଛି।

ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୫ ପଇସା ଏବଂ ପେଟ୍ରୋଲ ୩୦ ପଇସା ବଢ଼ିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୨.୪୭ ଟଙ୍କା ଏବଂ ପେଟ୍ରୋଲ ୧୦୩.୮୪ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ୨.୭୦ ଟଙ୍କା ଏବଂ ଡିଜେଲ ୩.୮୫ ଟଙ୍କା ବଢ଼ିଥିବା ଜଣାପଡିଛି। ଗତ ସେପ୍ଟେମ୍ବର ୨୪ରୁ ଡିଜେଲ ଦର ସହ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇଚାଲିଛି ବୋଲି ତୈଳ ନିଗମ ସୂଚନା ଦେଇଛି।

ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୩୩ରୁ ୩୭ ପଇସା ବଢ଼ି ଯଥାକ୍ରମ ୯୬.୯୩ ଟଙ୍କା, ୯୫.୫୮ ଟଙ୍କା ଏବଂ ୧୦୦.୨୯ ଟଙ୍କାରେ ପହଞ୍ଚତ୍ଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୨୬ରୁ ୨୯ ପଇସା ବୃଦ୍ଧି ଘଟି ଯଥାକ୍ରମେ ୧୦୧.୨୭ ଟଙ୍କା, ୧୦୪.୫୨ ଟଙ୍କା ଏବଂ ୧୦୯.୮୩ ଟଙ୍କାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri