୨୪୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ବ୍ୟବସାୟ ଅନୁକୁଳ ବାତାବରଣ ଯୋଗୁ ଓଡ଼ିଶାକୁ ପୁଞ୍ଜିନିବେଶକାରୀ ଆକର୍ଷିତ ହେବାରେ ଲାଗିଛନ୍ତି। ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ କମିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ୧୪୧୧.୫୮ କୋଟି ଟଙ୍କାର ୯ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିରେ ମୋଟ ୨୪୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅନୁମୋଦିତ ହୋଇଥିବା ପ୍ରକଳ୍ପ ଗୁଡିକରେ ମୁଖ୍ୟତଃ ମାନୁଫାକ୍ଚରିଂ, ଖାଦ୍ୟ ପ୍ରକ୍ରିୟାକରଣ, ସାର ଉତ୍ପାଦନ, ଡ଼ାଉନଷ୍ଟ୍ରମ ଏବଂ ପର୍ଯ୍ୟଟନ କ୍ଷେତ୍ର ଅନ୍ତର୍ଭୁକ୍ତ। ଏସବୁ ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବ। ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରାନ୍ବିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ପ୍ରସ୍ତାବିତ ଶିଳ୍ପଗୁଡିକ ପାଇଁ ଆବଶ୍ୟକ ପଡ଼ୁଥିବା ଜମି ଓ ଜଳର ଆକଳନ କରିବା ସହ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବାୟୋ-ଡବ୍ଲ୍ୟୁ.ଏମ୍‌.ଏସ୍‌ ପକ୍ଷରୁ ଅନୁଗୋଳ, ସମ୍ବଲପୁର, ବରଗଡ, ଯାଜପୁର, ଝାରସୁଗୁଡା ଜିଲାରେ ୩୧୯.୨୫ କୋଟି ଟଙ୍କା ବ୍ୟୟରେ ବାୟୋମାସ୍‌ ପ୍ଲାଣ୍ଟ ସ୍ଥାପନ କରାଯିବ। ସେଥିରେ ୧,୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ସେହିପରି ଟିପିଏସ୍‌ ବିଓ୍ବରେଜ ଆଣ୍ଡ ଡିଷ୍ଟିଲାରିଜ ପକ୍ଷରୁ କଳାହାଣ୍ଡି ଜିଲାର ଜୁନାଗଡ ଠାରେ ୨୩୫ କୋଟି ଟଙ୍କା ବ୍ୟୟରେ ୨୦୦ କିଲୋଲିଟର ଇଥାନଲ ଏବଂ ୬ ମୋଗାଓ୍ବାଟ ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ ୨୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଇଫ୍‌କୋ ଜଗତସିଂହପୁର ଜିଲାର ପାରଦୀପଠାରେ ୨୨୫ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୩୩ ହଜାର କିଲୋଲିଟର କ୍ଷମତା ବିଶିଷ୍ଟ ଏକ ନୂତନ ନାନୋ ୟୁରିଆ ୟୁନିଟ ଏବଂ ଏକ ବଟଲିଂ ୟୁନିଟ୍‌ ସ୍ଥାପନ କରିବ। ଏଥିରେ ୨୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ଟାଟା କମ୍ପାନୀ ଗଞ୍ଜାମର ଗୋପାଳପୁର ଏସ୍‌ଇଜେଡ ଠାରେ ୧୦୭ କୋଟି ଟଙ୍କା ବିନିଯୋଗରେ ସମୁଦ୍ର ଜଳ ବିଶୋଧୀକରଣ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୨୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସିୟାଦ୍ରୀ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବାଲେଶ୍ୱର ଠାରେ ୧୦୦ କୋଟି ଟଙ୍କା ବ୍ୟୟରେ କ୍ରିସୋଟାଇଲ ହ୍ବାଇଟ ସିମେଣ୍ଟ ୟୁନିଟ ସ୍ଥାପନ କରାଯିବ। ସେଥିରେ ୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ପୁରୀ ଜିଲାର କୋଣାର୍କ ଠାରେ ସିସ୍କୋପ ଇନ୍‌ଫ୍ରାଷ୍ଟକ୍ଚର ଆଣ୍ଡ ହସ୍ପିଟାଲିଟି ପକ୍ଷରୁ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ହୋଟେଲ କମ୍‌ ରିସୋର୍ଟ ନିର୍ମାଣ କରାଯିବ। ଏଥିରେ ୧୭୩ ଜଣଙ୍କୁ ନିଯୁକ୍ତି ମିଳିପାରିବ। ଓଡିଶା କଂକ୍ରିଟ ଲିମିଟେଡ ପକ୍ଷରୁ କଟକ ଜିଲାର ବାରଙ୍ଗ ଠାରେ୫୪.୪୨ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟସିଟି ଡ୍ରେନେଜ ଓ ସ୍ବେରେଜ ସିଷ୍ଟମ ପ୍ରଡକ୍ଟ ପ୍ଲାଣ୍ଟ ନିର୍ମାଣ ହେବ। ଏଥିରେ ୧୦୬ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ନିୟୁମଡର୍ଣ୍ଣ ଟେକ୍ନୋମେକ ପକ୍ଷରୁ ୫୫ କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜ ଜିଲାର ବାରିପଦା ଠାରେ ଏକ ହଟ୍‌ ଗାଲଭାନାଇଜ୍‌ଡ ଷ୍ଟିଲ ଷ୍ଟ୍ରକ୍ଚର ନିର୍ମାଣ କରାଯିବ। ସେଥିରେ ୫୫୮ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri