ବିଶ୍ୱସନୀୟ ସେବାରେ ୪୯ ବର୍ଷ

ଭୁବନେଶ୍ୱର,୨।୧୦ କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ବର୍ତ୍ତମାନ ବଜାର ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି। ପାର୍ବଣ ଲାଗି ବ୍ୟବସାୟୀମାନେ ସଜବାଜ ହୋଇଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଭଲ କାରବାର ଆଶା ରହିଛି। ବିଭିନ୍ନ ଅଫର ସାଙ୍ଗକୁ ଅନ୍ୟ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଏକ ପରିଚିତ ନାମ ହୋଇପାରିଛି। ଚଳିତ ବର୍ଷ ପାର୍ବଣରେ ଏହା ଗ୍ରାହକଙ୍କ ଲାଗି ବିଭିନ୍ନ ଅଫର ନେଇ ଆସିଛି। ଅକ୍ଟୋବର ୨ରୁ ଏହାର ଅଫର ସବୁ ଗ୍ରାହକ ଲାଭ କରିପାରିବେ ବୋଲି ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ସ୍ବତ୍ୱାଧିକାରୀ ରାଜେଶ ଗୁପ୍ତା କହିଛନ୍ତି।
ଗୁପ୍ତା କହୁନ୍ତି, ଆମେ ଗତ ୪୯ବର୍ଷ ହେବ ଏ କ୍ଷେତ୍ରରେ କାମ କଲୁଣି। ବିଶ୍ୱସନୀୟ ସେବା ଯୋଗାଣ ଲାଗି ଗ୍ରାହକ ଆମ ସହ ଯୋଡ଼ି ହୋଇଛନ୍ତି। ସବୁବେଳେ ଗ୍ରାହକଙ୍କୁ ପ୍ରାଥମିକତା ଦେବାରେ ବିଶ୍ୱାସ ରଖିଥାଉ। ଚଳିତ ବର୍ଷ ପାର୍ବଣରେ ଭଲ ବିକ୍ରି ହେବା ନେଇ ଆଶା ରହିଛି। ଏହାକୁ ଧ୍ୟାନରେ ରଖି ଗ୍ରାହକଙ୍କ ଲାଗି ବିଭିନ୍ନ ଅଫର ଆଣିଛୁ। ଶନିବାରଠାରୁ ଗ୍ରାହକ ଏହି ଅଫର ସବୁ ଆମର ସାରା ରାଜ୍ୟରେ ଥିବା ୨୪ ଶୋ’ରୁମ୍‌ ଏବଂ ଭୁବନେଶ୍ୱରର ସାନ୍ତରାପୁରରେ ଚଳିତ ମାସ ଖୋଲିବାକୁ ଥିବା ନୂଆ ଶୋ’ରୁମ୍‌ରେ ଲାଭ କରିପାରିବେ। ଅଫରର ଲାଭ ନେବାକୁ ଗ୍ରାହକଙ୍କୁ ନିବେଦନ କରୁଛୁ।
ଗ୍ରାହକ ଆମ ଶୋ’ରୁମ୍‌ରୁ କିଣାକିଣି ଉପରେ ପ୍ରତି ପ୍ରଡକ୍ଟରେ ଡିସ୍‌କାଉଣ୍ଟ ଲାଭ କରିପାରିବେ। ସେହିଭଳି ପ୍ରତି କ୍ରୟରେ ନିଶ୍ଚିତ ଉପହାର ମିଳିବ। ଏଥିଲାଗି କ୍ରୟର କୌଣସି ସୀମା ରଖାଯାଇନାହିଁ। ଗ୍ରାହକଙ୍କୁ ୨୫% ଯାଏ କ୍ୟାଶ୍‌ବ୍ୟାକ ମଧ୍ୟ ଉପଲବ୍ଧ ହେଉଛି। ଶୋ’ରୁମ୍‌ ଅଫର ବାଦ୍‌ ଗ୍ରାହକ ବିଭିନ୍ନ କମ୍ପାନୀର ନିଜସ୍ବ ଅଫର ମଧ୍ୟ ଲାଭ କରିପାରିବେ। ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି। ଗ୍ରାହକଙ୍କୁ ସହଜ ଫାଇନାନ୍ସ, ନୋ କଷ୍ଟ ଇଏମ୍‌ଆଇ ଏବଂ ଗୋଟିଏ ଇଏମ୍‌ଆଇ ରିଫଣ୍ଡ ମିଳୁଛି। ନିର୍ଦ୍ଦିଷ୍ଟ ମୂଲ୍ୟ ପ୍ରଦାନ କରି ଗ୍ରାହକ ପ୍ରଡକ୍ଟର ଓ୍ବାରେଣ୍ଟି ସମୟ ବଢ଼ାଇପାରିବେ ବୋଲି ଗୁପ୍ତା ସ୍ପଷ୍ଟ କରିଛନ୍ତି। ସେ ପୁଣି କହିଛନ୍ତି, ବର୍ତ୍ତମାନର ଟ୍ରେଣ୍ଡକୁ ଆଧାରକରି ଗ୍ରାହକଙ୍କୁ ସିନେମା ଏକ୍ସପେରିଏନ୍ସ ଇନ୍‌ଷ୍ଟଲ କରିବାର ସୁବିଧା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗ୍ରାହକ ଘରେ ମଧ୍ୟ ସିନେମା ଦେଖିବାର ମଜା ନେଇପାରିବେ। ଆମର ଶହୀଦନଗର ଏବଂ ଅନୁଗୋଳ ଶୋ’ରୁମ୍‌ରେ ଏ ନେଇ ଲାଇଭ ଡେମୋ ମଧ୍ୟ ଗ୍ରାହକଙ୍କ ପାଇଁ ରହିଛି। ଏହାବାଦ୍‌ ଡିଜିଟାଲ ପ୍ରଡକ୍ଟ ଉପରେ ନିଶ୍ଚିତ ଉପହାର ଏବଂ କ୍ୟାଶ୍‌ ବ୍ୟାକ ମଧ୍ୟ ପ୍ରଦାନ କରାଯାଉଛି। ଏହାଦ୍ୱାରା ଗ୍ରାହକ ମୋବାଇଲ ଫୋନ, ଲାପ୍‌ଟପ୍‌ ଭଳି ପ୍ରଡକ୍ଟ ଆକର୍ଷଣୀୟ ମୂଲ୍ୟରେ ଲାଭ କରିପାରିବେ।
ଗୁପ୍ତାର ୯ ଶୋ’ରୁମ୍‌ରେ ଗ୍ରାହକ ବିଭିନ୍ନ ବର୍ଗର ଫର୍ନିଚର କିଣିବାର ସୁଯୋଗ ପାଇବେ। କଟକର ସିଡିଏ, କଳାପଥର, ଜଗତ୍‌ସିଂହପୁର, ଅନୁଗୋଳ, ଚଣ୍ଡିଖୋଲ, ନିମାପଡ଼ା, ନୟାଗଡ଼, ବାଲୁଗାଁ ଏବଂ ଯାଜପୁର ଟାଉନ ଭଳି ସ୍ଥାନରେ ଗ୍ରାହକଙ୍କୁ ଏହି ସେବା ଉପଲବ୍ଧ ହେବ। ଫର୍ନିଚର ଉପରେ ଗ୍ରାହକଙ୍କୁ ୪୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ନୀଲକମଲ, କ୍ରିଷ୍ଟାଲ, ଏମ୍‌ଏସ୍‌ଆର୍‌, ପିଚ୍‌ଟ୍ରି, ସୌକିନ ଏବଂ କର୍ଲଅନ୍‌ ଭଳି କମ୍ପାନୀର ପ୍ରଡକ୍ଟ ଗ୍ରାହକ ପାଇପାରିବେ। ଗ୍ରାହକଙ୍କୁ ଗୁରୁତ୍ୱ ଦେଇ ବିକ୍ରି ପରବର୍ତ୍ତୀ ସେବାକୁ ଅଗ୍ରାଧିକାର ଦିଆଯାଉଥିବା ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri