କର୍କଟରୁ ସୁସ୍ଥ ହୋଇ ପ୍ରେରଣା ଦେଉଛନ୍ତି ସ୍ବାଗତିକା

ଆଜି ଓ୍ବାର୍ଲଡ ରୋଜ୍‌ ଡେ’। ଏହି ଦିନଟିକୁ କର୍କଟ ରୋଗ ସହ ଲଢ଼େଇ କରୁଥିବା ଲୋକଙ୍କ ମଧ୍ୟରେ ଆଶା ଓ ଖୁସି ଭରିଦେବାକୁ ଉତ୍ସର୍ଗ କରାଯାଇଛି। ଅଧିକାଂଶ କର୍କଟ ଚିକିତ୍ସା ରୋଗୀଙ୍କ ଶରୀର ଓ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। କର୍କଟକୁ ନେଇ ମନରେ ରହିଥିବା ଭୟ ଓ ଭୁଲ୍‌ ଧାରଣା ରୋଗର ସ୍ଥିତିକୁ ଆହୁରି ବଢ଼ାଇ ଦେଇଥାଏ। ତେଣୁ ଏହି ସମୟରେ ରୋଗୀଙ୍କୁ ସବୁବେଳେ ଖୁସି ରଖିବା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେଥିପାଇଁ କେବଳ ସେପ୍ଟେମ୍ବର ୨୨ ନୁହେଁ, ପ୍ରତ୍ୟେକ ଦିନ ସେମାନଙ୍କ ପାଇଁ ‘ରୋଜ୍‌ ଡେ’ ହେବା ଉଚିତ। ରୋଗ ଯାହା ବି ହେଉନା କାହିଁକି ଶୀଘ୍ର ଚିହ୍ନଟ ହେଲେ ଆରୋଗ୍ୟ ସମ୍ଭବ ହୋଇଥାଏ। ତେଣୁ ଆରମ୍ଭରୁ ରୋଗ ଚିହ୍ନଟ ଓ ସଚେତନତା ସୃଷ୍ଟି ‘ରୋଜ୍‌ ଡେ’ର ଆଉଏକ ଆହ୍ବାନ ହୋଇଛି।

 

ଭୁବନେଶ୍ୱର, ୨୨।୯(ବ୍ୟୁରୋ): କାନାଡ଼ାର ମେଲିଣ୍ଡା ରୋଜ୍‌ଙ୍କ ସ୍ମୃତିରେ ସାରା ବିଶ୍ୱ ପାଳୁଛି ‘ରୋଜ୍‌ ଡେ’। ମେଲିଣ୍ଡା ୧୨ ବର୍ଷ ବୟସରେ ବିରଳ ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିଲେ। ଆଉ ମାତ୍ର କିଛି ସପ୍ତାହ ବଞ୍ଚତ୍ବେ ବୋଲି ଡାକ୍ତରମାନେ କହିଥିଲେ। କିନ୍ତୁ ସେ କେବେ ବି ଭାଙ୍ଗି ପଡି ନ ଥିଲେ କି କର୍କଟକୁ ପରାସ୍ତ କରିବାର ଆଶା ବି ଛାଡ଼ି ନ ଥିଲେ। ଆଉ ୬ମାସ ବଞ୍ଚତ୍ଥିଲେ। ସେ ଏହି ସମୟ ଭିତରେ ନିଜକୁ କେବେବି ଚିନ୍ତାରେ ବୁଡ଼ାଇ ନ ଥିଲେ। ନିଜ ମନୋବଳ ଦୃଢ଼ କରିବା ସହ ଅନେକ କର୍କଟ ରୋଗୀଙ୍କୁ ଖୁସିର ସହ ବଞ୍ଚତ୍ବାକୁ ପ୍ରେରଣା ଦେଇଥିଲେ। କର୍କଟ ରୋଗୀଙ୍କୁ ଚିଠି ଲେଖି, ଇମେଲ୍‌ ଜରିଆରେ ମେସେଜ୍‌ ଦେଇ ସେମାନଙ୍କ ମନରେ ନୂଆ ଆଶାର ସଞ୍ଚାର କରିଥିଲେ। ତେବେ ଓଡ଼ିଶାରେ ମଧ୍ୟ ମେଲିଣ୍ଡାଙ୍କ ଭଳି ଅନେକ କର୍କଟ ସଂଗ୍ରାମୀ ରହିଛନ୍ତି, ଯେଉଁମାନେ ଅନ୍ୟ କର୍କଟ ରୋଗୀଙ୍କ ମନରେ ଖୁସିର ଆଶା ଭରି ଦେବାକୁ ଅହରହ ଉଦ୍ୟମ ଚଳାଇଛନ୍ତି। ସେମିତି ଜଣେ ଝିଅ ହେଉଛନ୍ତି କଟକର ସ୍ବାଗତିକା ଆଚାର୍ଯ୍ୟ। ୧୯ ବର୍ଷ ବୟସରେ ଲ’ ପାଠ ପଢ଼ୁଥିବାବେଳେ ସେ ନାଜୋଫାରିଙ୍କ୍‌ସ କ୍ୟାନସରରେ ପୀଡିତ ଥିବା ଜାଣିବାକୁ ପାଇଥିଲେ। ତେବେ ଅନ୍ୟ ରୋଗୀଙ୍କ ପରି ସେ ଭାଙ୍ଗି ନ ପଡ଼ି ଆତ୍ମବିଶ୍ୱାସ ବଢ଼ାଇଥିଲେ। ଏବେ ସେ କର୍କଟ ରୋଗରୁ ସୁସ୍ଥ ହୋଇସାରିଛନ୍ତି। ନିଜେ ଚିକିତ୍ସିତ ହେଉଥିବା ସମୟରେ ସେ ଅନ୍ୟ କର୍କଟ ରୋଗୀଙ୍କ ପାଖକୁ ଯାଉଥିଲେ ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଉଥିଲେ। କେବଳ ରୋଜ୍‌ ଡେ’ ନୁହେଁ, ଅନ୍ୟ ଦିନମାନଙ୍କରେ ବି ସ୍ବାଗତିକା କର୍କଟ ସଂଗ୍ରାମୀଙ୍କ ପାଖକୁ ଯାଆନ୍ତି ଏବଂ ସେମାନଙ୍କୁ ପ୍ରେରଣା ଦେଉଛନ୍ତି।
ଏ ସମ୍ପର୍କରେ ସ୍ବାଗତିକା କୁହନ୍ତି, ମୋର ପ୍ରଥମ ବର୍ଷ ଚିକିତ୍ସା ବେଳେ ରୋଜ୍‌ ଡେ’ କ’ଣ ଜାଣି ନ ଥିଲି। ପରବର୍ଷ ମୁଁ ଜାଣିବା ପରେ ଯେଉଁଠି ଚିକିତ୍ସିତ ହେଉଥିଲି, ସେଠି ଅନ୍ୟ କର୍କଟ ରୋଗୀଙ୍କୁ ଗୋଲାପ ଫୁଲ ଦେଇ ମୋଟିଭେଟ୍‌ କରିଥିଲି। କର୍କଟରୁ ଆରୋଗ୍ୟ ସମ୍ଭବ ଓ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଯଦି ଜଣେ ଆକ୍ରାନ୍ତ ଜାଣିବ ତେବେ ତାଙ୍କ ମନରେ ନିଶ୍ଚିତ ସକାରାତ୍ମକ ଭାବନା ବା ବଞ୍ଚତ୍ବାର ଆଶା ବଢ଼ିବ। ତେଣୁ ଏଭଳି ବାର୍ତ୍ତା ନେଇ ପ୍ରତିବର୍ଷ କଟକର ଏକ କ୍ୟାନ୍‌ସର ହସ୍ପିଟାଲରେ ଆମେ ‘ରୋଜ୍‌ ଡେ’ ପାଳିଥାଉ। ଅନ୍ୟ ସମୟରେ ବି ବିଭିନ୍ନ କାର୍ଯ୍ୟକ୍ରମ କରି ସେମାନଙ୍କ ମୁହଁରେ ହସ ଫୁଟାଇଥାଉ। ଯେତେବେଳେ ମୁଁ କର୍କଟ ସଂଗ୍ରାମୀଙ୍କ ପାଖକୁ ଯାଏ ଅନେକେ କାନ୍ଦନ୍ତି। କୁହନ୍ତି, ତୁମେ ସିନା ଭଲ ହୋଇଗଲ, ଆମେ ଠିକ୍‌ ହେଇପାରିବୁ କି ନାହିଁ। ସେତେବେଳେ ସେମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ବୁଝାଇଥାଏ। ମୋର ରେଡିଏଶନ ବେଳେ କଳା ହୋଇଥିବା ଓ କେମୋ ବେଳେ ଚୁଟି ନ ଥିବାର ଫଟୋ ସେମାନଙ୍କୁ ଦେଖାଏ। ମୁଁ କେତେ ଖରାପ ସ୍ଥିତିରେ ଥିଲି ତାଙ୍କୁ ବି ଜଣାଏ। ଆଉ ଏବେ କେମିତି ସୁସ୍ଥ ହୋଇ ସବୁ କାମ କରିପାରୁଛି ତାହା ବି ବୁଝାଏ। ସେମାନଙ୍କୁ କୁହେ, ମୁଁ ଯଦି ତୁମ ସମ୍ମୁଖରେ ଛିଡ଼ା ହୋଇପାରିଛି, ତୁମେ ବି ଛିଡ଼ା ହୋଇପାରିବ। ଯଦି ଜଣେ କର୍କଟ ସଂଗ୍ରାମୀ ଆଉଜଣେ ସୁସ୍ଥ ହୋଇଥିବା କର୍କଟ ରୋଗୀଙ୍କୁ ରେଗୁଲାର ଦେଖିଥାଏ, ସେତେବେଳେ ତା’ମନରେ ଏକ ସକାରାତ୍ମକ ମନୋଭାବ ସୃଷ୍ଟି ହୋଇଥାଏ। କର୍କଟ ରୋଗ ବି ଭଲ ହୋଇପାରେ ବୋଲି ସେମାନେ ବିଶ୍ୱାସ କରିଯାଆନ୍ତି। ଆଉ ଶେଷବେଳକୁ ସେମାନଙ୍କ ମୁହଁରେ ଯେଉଁ ହସ ଆସେ, ସେଇଟା ହିଁ ମୋତେ ଖୁସି ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri