Posted inଖେଳ

ଆର୍‌ସିବି ଦଳର ନେତୃତ୍ୱ ଛାଡ଼ିବାକୁ ଯାଉଛନ୍ତି କୋହଲି

ଦୁବାଇ,୧୯।୯: ଭାରତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିବା ପରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। ଏଠାରେ ଚାଲିଥିବା ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ ଶେଷ ହେବା ପରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଅଧିନାୟକ ପଦ ଛାଡ଼ିଦେବେ। ତାଙ୍କର ଏଭଳି ନିଷ୍ପତ୍ତି ସମ୍ପର୍କରେ ସେ ରବିବାର ସୂଚନା ଦେଇଛନ୍ତି।

୨୦୧୩ରେ ଡାନିଏଲ ଭିଟୋରିଙ୍କ ପରେ ଆରସିବି ଦଳର ନେତୃତ୍ୱ ଭାର ନେଇଥିଲେ କୋହଲି। ୯ଟି ଆଇପିଏଲ ସିଜନରେ କୋହଲିଙ୍କ ନେତୃତ୍ୱରେ ଆର୍‌ସିବି ଏପର୍ଯ୍ୟନ୍ତ ୧୩୨ ମ୍ୟାଚ୍‌ ଖେଳିଛି। ସେଥିରୁ ୬୨ ମ୍ୟାଚ୍‌ରେ ଦଳ ବିଜୟ ହାସଲ କରିଥିବା ବେଳେ ୬୬ଟି ମ୍ୟାଚ୍‌ରେ ଦଳକୁ ପରାଜୟର ମହଁ ଦେଖିବାକୁ ପଡ଼ିଥିଲା। ଫଳାଫଳ ଶୂନ୍ୟ ରହିଥିଲା ଅନ୍ୟ ୪ ମ୍ୟାଚ୍‌।

ପ୍ରତିଭାଶାଳୀ ଖେଳାଳିଙ୍କ ଗ୍ରୁପ୍‌ର ନେତୃତ୍ୱ ନେବା ମୋ ପାଇଁ ଏକ ପ୍ରେରଣାଦାୟୀ ଯାତ୍ରା ଥିଲା। ଲଗାତାର ଦଳର ଉନ୍ନତିରେ ସହଯୋଗ କରିଥିବା ଆର୍‌ସିବି ମ୍ୟାନେଜମେଣ୍ଟ, କୋଚ୍‌, ସପୋର୍ଟ ଷ୍ଟାଫ, ଖେଳାଳି ଓ ପୂରା ବାଙ୍ଗାଲୋର ପରିବାରକୁ ଧନ୍ୟବାଦ ଜଣାଉଛୁ। ଦଳର ନେତୃତ୍ୱ ଛାଡ଼ିବା ମୋ ପାଇଁ ସହଜ ନିଷ୍ପତ୍ତି ନ ଥିଲା। କିନ୍ତୁ ଫ୍ରାଞ୍ଚାଇଜର ହିତ ପାଇଁ ବହୁ ଚିନ୍ତା କରି ଏଭଳି ନିଷ୍ପତ୍ତି ନେଇଛି। ଆର୍‌ସିବି ପରିବାର ସର୍ବଦା ମୋ ହୃଦୟ ନିକଟରେ ରହିବ। ମୁଁ ଯେଉଁ ପର୍ଯ୍ୟନ୍ତ ସନ୍ନ୍ୟାସ ନେଇ ନାହିଁ, ସେପର୍ଯ୍ୟନ୍ତ କେବଳ ଆର୍‌ସିବି ପାଇଁ ଖେଳିବି ବୋଲି କୋହଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, କୋହଲିଙ୍କ ନେତୃତ୍ୱାଧୀନ ଆର୍‌ସିବି ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ସୋମବାର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri