ବିଳମ୍ବରେ କଂଗ୍ରେସର ପିପିଲି ଉପନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ୱର, ୧୪।୯(ବ୍ୟୁରୋ): ପିପିଲି ଉପନିର୍ବାଚନ ଆସନ୍ତା ୩୦ ତାରିଖରେ ହେବ। ଏଥିଲାଗି ବିଜେଡି ଓ ଭାଜପା ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ଏହା ଭିତରେ ଉପନିର୍ବାଚନକୁ ଆଉ ମାତ୍ର ୧୬ ଦିନ ରହିଛି। କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଦଳ ସୋମବାର ପିପିଲି ଉପନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିଛି। ଦଳୀୟ ଉପସଭାପତି ଏବଂ ସାଧାରଣ ସମ୍ପାଦକଙ୍କ ହାତରେ ଗୋଟିଏ ଲେଖାଏ ପଞ୍ଚାୟତ ଦାୟିତ୍ୱ ଦେବା ଲାଗି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଚେଲ୍ଲାକୁମାର କହିଛନ୍ତି, ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ବଦଳିବେନାହିଁ। ସଙ୍ଗଠନ କାମ ଠିକ୍‌ ଭାବେ ଚାଲିଛି। ଦଳୀୟ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ। ପିସିସିର ନୂଆ ଟିମ୍‌ ସହିତ ପଞ୍ଚାୟତ ନିର୍ବାଚନ ବିଷୟରେ ଆଲୋଚନା କରାଯାଇଛି। ଆସନ୍ତା ମାସରୁ ପ୍ରତ୍ୟେକ ଜିଲା ଗସ୍ତ କରିବା ସହ ଲୋକମାନଙ୍କ ସହିତ ମିଶିବେ ବୋଲି ସେ କହିଛନ୍ତି।
ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଚଳିତ ମାସର ଗତ ୮ ତାରିଖରେ ପିସିସି ରାଜ୍ୟ ଉପସଭାପତି, କୋଷାଧ୍ୟକ୍ଷ, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ କାର୍ଯ୍ୟକାରୀ କମିଟି ତାଲିକା ପ୍ରକାଶ ପାଇଥିଲା। ନୂଆ ତାଲିକାରେ ସ୍ଥାନ ପାଇଥିବା ଉପସଭାପତି, ସାଧାରଣ ସମ୍ପାଦକଙ୍କୁ ନେଇ ରାଜ୍ୟ ପ୍ରଭାରୀ ପ୍ରଥମ ବୈଠକ କରିଛନ୍ତି। ଏଥିରେ ମୁଖ୍ୟତଃ ବିଜେଡି ଓ ଭାଜପା ଶୈଳୀରେ କଂଗ୍ରେସ ନେତାଙ୍କୁ ପିପିଲିର ବିଭିନ୍ନ ପଞ୍ଚାୟତ ଏବଂ ଏନ୍‌ଏସି ଦାୟିତ୍ୱ ଦେବାକୁ ସ୍ଥିର ହୋଇଛି। କାହାକୁ କେଉଁ ପଞ୍ଚାୟତ ଦାୟିତ୍ୱ ମିଳିବ ସେନେଇ ଆଲୋଚନା ସରିଥିବା ବେଳେ ମଙ୍ଗଳବାର ଏନେଇ ଦଳ ତରଫରୁ ବିଧିବଦ୍ଧ ଭାବେ ତାଲିକା ପ୍ରକାଶ ପାଇବ। ସେହିପରି ନୂତନ ଭାବେ ପ୍ରକାଶ ପାଇଥିବା ପିସିସି ତାଲିକାରେ ବହୁ ବରିଷ୍ଠ ନେତାଙ୍କ ନାମ ରଖାଯାଇ ନ ଥିବା ଦେଖିବାକୁ ମିଳିଛି। ତେଣୁ ତାଲିକାରୁ ବାଦ୍‌ ପଡ଼ିଥିବା ପ୍ରାୟ ୨୫ଜଣ ବରିଷ୍ଠ ନେତାଙ୍କୁ ପିପିଲି ଉପନିର୍ବାଚନରେ ଦାୟିତ୍ୱ ଦିଆଯିବାକୁ ସ୍ଥିର ହୋଇଛି। ଏହାସହ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସଂଯୋଜକ ଟିମ୍‌ ରହିବ। ଏହି ଟିମ୍‌ ତତ୍ତ୍ୱାବଧାନରେ ପିପିଲି ଉପନିର୍ବାଚନ ଲଢ଼ାଯିବ ବୋଲି ସୂଚନା ମିଳିଛି। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ସୋମବାର ରାତି କିମ୍ବା ମଙ୍ଗଳବାର ସୁଦ୍ଧା ନିଆଯିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସୂଚନା ଦେଇଛନ୍ତି। ଭାଜପା ଓ ବିଜେଡି ବିରୋଧରେ ଲୋକଙ୍କ ନିକଟକୁ ଯିବା ଲାଗି କୁହାଯାଇଥିବା ବେଳେ ତୃଣମୂଳସ୍ତରରେ ଦଳ ଏକାଠି ଥିବାର ବାର୍ତ୍ତା ଦେବା ଲାଗି ଦଳୀୟ ନେତାଙ୍କୁ ପ୍ରଭାରୀ କହିଥିବା ଜଣାପଡ଼ିଛି।
ଅନ୍ୟପଟେ ପିସିସି ଅଧୀନରେ ଥିବା ବିଭିନ୍ନ ସେଲ୍‌ର ଅଧ୍ୟକ୍ଷମାନଙ୍କୁ ନେଇ ଏକ ବୈଠକ ଚେଲ୍ଲାକୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ସେଲ୍‌ର ଅଧ୍ୟକ୍ଷମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଫଳତା ବିରୋଧରେ କାର୍ଯ୍ୟକ୍ରମ କରିବା ସହ ତାହା ଯେପରି ତୃଣମୂଳସ୍ତରରେ ପହଞ୍ଚାଯାଇପାରିବ ସେଥିଲାଗି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri