Posted inଖେଳ

କାହିଁକି ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା

ନୂଆଦିଲ୍ଲୀ,୧୨।୯: ରାତାରାତି ଏମିତି କ’ଣ ଘଟିଲା ଯେ, ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା? ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏହି ପ୍ରଶ୍ନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା।

ଆସନ୍ତା ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନଠାରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ଲାଗି ଗତ ଗୁରୁବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଦଳ ସହ ମେଣ୍ଟର ଭାବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଡ୍ରେସିଂ ରୁମ୍‌ରେ ଉପସ୍ଥିତ ରହିବେ ବୋଲି ଘୋଷଣା କରିଥିଲେ ବିସିସିଆଇ ସମ୍ପାଦକ ଜୟ ଶାହ। ଏଭଳି ପଦକ୍ଷେପ ଧୋନୀଙ୍କ ଫ୍ୟାନ୍ସଙ୍କୁ ଉତ୍ସାହିତ କରିଥିବା ବେଳେ ଏହି ପଦକ୍ଷେପ ପଛର କାରଣ ଖୋଜୁଛନ୍ତି ଜାଡେଜା।

କ୍ରିକେଟରରୁ ଭାଷ୍ୟକାର ପାଲଟିଥିବା ଜାଡେଜା କହିଛନ୍ତି, ଏହା ମୋ ପାଇଁ ବୁଝିବା କଷ୍ଟକର। ଧୋନୀଙ୍କ ନିଯୁକ୍ତି ଉପରେ ଗତ ଦୁଇ ଦିନ ହେଲା ଚିନ୍ତା କରୁଛି। କିନ୍ତୁ ବିସିସିଆଇର ଏଭଳି ନିଷ୍ପତ୍ତି ପଛର କାରଣ ବୁଝିପାରୁ ନାହିଁ। ମୁଁ ଧୋନୀଙ୍କ ସମ୍ପର୍କରେ କହୁ ନାହିଁ। ତାଙ୍କ ଅଭିଜ୍ଞତା ବିଶ୍ୱକପ୍‌ ଭଳି ଇଭେଣ୍ଟରେ ଦଳ ପାଇଁ ବେଶ୍‌ ଉପଯୋଗୀ। ମୋ ଠାରୁ ବଡ଼ ଧୋନୀଙ୍କ ପ୍ରଶଂସକ ନାହାନ୍ତି। ମୋ ମତରେ ଧୋନୀ ପ୍ରଥମ ଅଧିନାୟକ ଯିଏକି, ନେତୃତ୍ୱ ଛାଡ଼ିବା ପୂବରୁ ପରବର୍ତ୍ତୀ ଅଧିନାୟକଙ୍କୁ ପ୍ରସ୍ତୁତ କରିଥିଲେ। ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରୁଛି। ଦଳକୁ ଶୀର୍ଷରେ ପହଞ୍ଚାଇଥିବା କୋଚ୍‌ ଥିବା ବେଳେ ଆଗାମୀ ବିଶ୍ୱକପ୍‌ ପାଇଁ ମେଣ୍ଟରଙ୍କ ଆବଶ୍ୟକତା କ’ଣ। ଏହା ମୁଁ ବୁଝି ପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri