ସଂରକ୍ଷଣ ସୀମା ୫୦% ଟପିବନି

ସଂରକ୍ଷଣ ସୀମା ୫୦% ଟପିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨ଟି ଅଧିନିୟମରେ ସଂଶୋଧନ ଆଣିଛନ୍ତି। ସେଥିରୁ ଗୋଟିଏ ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି। ଏହାଦ୍ୱାରା ସଂରକ୍ଷଣ ସୀମା ୫୦% ମଧ୍ୟରେ ସୀମିତ ରହିବ। ଏଥିସହିତ ରାଜ୍ୟରେ ପୌର ନିର୍ବାଚନ ପାଇଁ
ବାଟ ଫିଟିଛି।

ଭୁବନେଶ୍ୱର,୭।୯(ବ୍ୟୁରୋ)ରାଜ୍ୟରେ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ୫୦%ରୁ ଅଧିକ ଥିବା ସ୍ଥାନ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ଅଡୁଆରେ ପଡ଼ିଛନ୍ତି। ଏଥିଯୋଗୁ ଗତ ୩ ବର୍ଷ ହେବ ରାଜ୍ୟରେ ପୌର ନିର୍ବାଚନ ହୋଇପାରି ନାହିଁ। ସୁପ୍ରିମ୍‌କୋର୍ଟରୁ ନିରାଶ ହେବା ପରେ ରାଜ୍ୟ ସରକାର ପ୍ରଚଳିତ ଓଡ଼ିଶା ପୌର ଅଧିନିୟମ ୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଅଧିନିୟମ ୨୦୦୩କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ବିଲ୍‌ ସଂଶୋଧନ ହେବା ପରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି। ଗତ କ୍ୟାବିନେଟ ବୈଠକରେ ଉକ୍ତ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ରାଜ୍ୟ ସରକାର ଏହାକୁ ଓଡ଼ିଶା ବିଧାନସଭାର ଅନୁମୋଦନ କରିବାକୁ ଯାଉଛନ୍ତି। ସୋମବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ପୌର ବିଧି(ସଂଶୋଧନ) ବିଲ୍‌-୨୦୨୧କୁ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି। ସମୟ ଅଭାବରୁ ଓଡ଼ିଶା ପଞ୍ଚାୟତ ବିଧି (ସଂଶୋଧନ) ୨୦୨୧କୁ ବିଧାନସଭାରେ ଆଗତ କରାଯାଇପାରି ନାହିଁ। ମଙ୍ଗଳବାର ବିଧାନସଭାରେ ତାହାକୁ ଉପସ୍ଥାପନ କରାଯାଇପାରେ।
ଏହି ବିଲ୍‌ ବିଧାନସଭାର ଅନୁମୋଦନ ଲାଭ କରିବା ପରେ ପ୍ରତ୍ୟେକ ପୌରପାଳିକାରେ ଅନୁସୂଚିତ ଜାତି ଓ ଜନଜାତିର ଜନସଂଖ୍ୟା ଅନୁପାତରେ ଆସନ ସଂରକ୍ଷଣ କରାଯିବ। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଉକ୍ତ ବର୍ଗ ଓ ମହିଳାମାନଙ୍କ ପାଇଁ ଅଧ୍ୟକ୍ଷ ପଦର ସଂରକ୍ଷଣ କେଉଁ ରୀତିରେ କରାଯିବ ତାହା ବିଧାନସଭାର ବିଚାର ଉପରେ ନିର୍ଭର କରିବ। ସେହିପରି ପଛୁଆ ବର୍ଗର ଲୋକମାନଙ୍କ କ୍ଷେତ୍ରରେ

ଯେକୌଣସି ପୌର ପରିଷଦର ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନୀତି, ବିଧାନସଭାର ବିଚାର ପରେ ନିଷ୍ପତ୍ତି ନିଆଯିବ। ୨୦୧୩ରେ ୨୧ଟି ରିଟ୍‌ ଆବେଦନ ଉପରେ ବିଚାର କରି ହାଇକୋର୍ଟ ୨୦୧୮ ମାର୍ଚ୍ଚ ୧୮ରେ ଦେଇଥିବା ରାୟ ଅନୁଯାୟୀ ପୌର ସଂସ୍ଥାଗୁଡିକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ନାଗରିକମାନଙ୍କ ନିମନ୍ତେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୌର ଅଧିନିୟମ ୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଅଧିନିୟମ ୨୦୦୩ରେ ଥିବା ବ୍ୟବସ୍ଥାରେ କେତେକ ସଂଶୋଧନ କରାଯାଇଛି। କେ. କ୍ରିଷ୍ଣାମୂର୍ତ୍ତି ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟଙ୍କ ଆଦେଶ ମତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ସମୁଦାୟ ଆସନର ସଂରକ୍ଷଣକୁ ୫୦%ରେ ସୀମିତ ରଖାଯିବ।
ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ହେଉଥିବାରୁ ଭାଜପା ଏ ନେଇ କୋର୍ଟର ଦ୍ୱାରସ୍ଥ ହୋଇଛି। ଆଇନ ସଂଶୋଧନ ହେବା ପରେ ପୌର ନିର୍ବାଚନ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିବେ। ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ପୌର ନିର୍ବାଚନ ପ୍ରସ୍ତୁତି ପାଇଁ ଜିଲାପାଳଙ୍କୁ ଚିଠି ଲେଖି ସାରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୧୯ରେ ପୌର ନିର୍ବାଚନ କରିବା ସକାଶେ ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଶେଷ କରିଥିଲେ। ତେବେ ସ୍ଥାନ ସଂରକ୍ଷଣକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବାରୁ ପୌର ନିର୍ବାଚନକୁ ଝଟକା ଲାଗିଥିଲା। ସଂରକ୍ଷଣ ସୀମା ୫୦%ରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ପାରି ନ ଥିଲା। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସରକାରଙ୍କ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିବା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri