ଶରଧାବାଲିରେ ତିନିରଥ : ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ

ପୁରୀ ଅଫିସ,୫।୭ : ଶ୍ରୀମନ୍ଦିର ଛାଡ଼ି ବଡଦାଣ୍ଡକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାବିଗ୍ରହ। ତାଙ୍କ ସ୍ପର୍ଶରେ ରଥ, ପଥ ହେଲା ବ୍ରହ୍ମମୟ। ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ଘଟିଲା ମହାମିଳନ। ଦାରୁଦିଅଁଙ୍କ ଦର୍ଶନ ପାଇ ଭାବରେ ଭିଜିଲେ ଭକ୍ତ। ପରେ ଭଉଣୀ ଭାଇଙ୍କୁ ସାଥିରେ ଧରି କଳାଠାକୁର ବାହାରିଲେ ଜନ୍ମବେଦି ଅଭିମୁଖେ। ଗୁରୁବାର ଘୋଷଯାତ୍ରାରେ ଅନୁକୂଳ ପାଗ ଓ ସଅଳ ନୀତିକାନ୍ତି ଯୋଗୁ ସଞ୍ଜ ନଇଁବା ପୂର୍ବରୁ ଶରଧାବାଲିରେ ତିନିରଥ ପହଞ୍ଚିଛନ୍ତି। ରାତିରେ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଶୁକ୍ରବାର ଆଡ଼ପମଣ୍ଡପକୁ ବିଜେ କରିବେ ଦାରୁଦିଅଁ। ଏହି ନବଦିନାତ୍ମକ ଯାତ୍ରା ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।
ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର। ମେଘୁଆ ପାଗ ସହ ସାମାନ୍ୟ ଗୁଳୁଗୁଳି ହେଉଥିଲେ ବି ଭକ୍ତ-ଭଗବାନଙ୍କ ମଧ୍ୟରେ ଏହା ବାଧକ ସାଜିପାରି ନ ଥିଲା। ରଥାରୂଢ ଠାକୁରଙ୍କ ଦର୍ଶନ ଲାଗି ଅପେକ୍ଷା କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ପ୍ରାତଃ ୫ଟା ୨୫ରେ ଠାକୁରଙ୍କ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ହୋଇଥିଲା। ସକାଳ ୭ଟା ୪୫ରେ ସକାଳ ଧୂପ ବଢିଥିଲା। ଏହାପରେ ଦେଉଳ ପୁରୋହିତ ତିନିରଥ ପ୍ରତିଷ୍ଠା କରିଥିଲେ। ସକାଳ ୮ଟା ୫ରେ ମଙ୍ଗଳାର୍ପଣ ହୋଇ ପୁଷ୍ପାଞ୍ଜଳି ସରିଥିଲା। ନିର୍ଦ୍ଧାରିତ ପହଣ୍ଡି ନୀତିର ୧ଘଣ୍ଟା ୧୦ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ସକାଳ ୮ଟା ୨୦ରେ ବାଜିଥିଲା ବିଜେ କାହାଳୀ। ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି। ହରିବୋଲ, ହୁଳହୁଳି, ଘଣ୍ଟନାଦ ଏବଂ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସିଂହଦ୍ୱାର ସମ୍ମୁଖ। ପରମ୍ପରା ଅନୁଯାୟୀ, ଧାଡ଼ି ପହଣ୍ଡିରେ ଆସିଥିଲେ ଦାରୁବିଗ୍ରହ। ପ୍ରଥମେ ଶ୍ରୀସୁଦର୍ଶନ ଦର୍ପଦଳନ (ଦେବୀ ସୁଭଦ୍ରା) ରଥରେ ସକାଳ ୮ଟା ୫୦ରେ ବିଜେ କରିଥିଲେ। ଏହାପରେ ୯ଟା ୪୫ରେ ବଡ ଠାକୁର ବଳଭଦ୍ର ଏବଂ ୧୦ଟାରେ ଦେବୀ ସୁଭଦ୍ରା ରଥାରୂଢ ହୋଇଥିଲେ। ଶେଷରେ ଆସିଥିଲେ କଳାଠାକୁର। ତେବେ ପହଣ୍ଡି ବେଳେ ବେଶ୍‌ ଅଝଟ କରିଥିଲେ। ପୂର୍ବାହ୍ନ ୧୦ଟାରେ ସିଂହଦ୍ୱାର ଗୁମୁଟରେ ପହଞ୍ଚତ୍ ଯାଇଥିଲେ ମଧ୍ୟ ଆଉ ଆଗକୁ ବଢି ନ ଥିଲେ। ସତେ ଯେମିତି ଗୁମୁଟରୁ ବାହାରିବାକୁ ଇଚ୍ଛା ନ ଥିଲା। ପ୍ରାୟ ୩୫ ମିନିଟ୍‌ ଗୁମୁଟ ଭିତରେ ବାମ ଡାହାଣ ହୋଇଥିଲେ। ଶେଷରେ ଅଭିମାନ ଭାଙ୍ଗି ୧୦ଟା ୩୫ରେ ବାହାରକୁ ଆସିଥିଲେ। ଏହାପରେ ଟହଲି ଟହଲି ସାଢେ ୧୧ଟାରେ ରଥାରୂଢ ହୋଇଥିଲେ ହଟିଆ ଠାକୁର। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ ଲାଗି ସମୟ ଧାର୍ଯ୍ୟ ହୋଇଥିଲେ ହେଁ, ୧ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସାଢେ ୧୧ଟା ସୁଦ୍ଧା ଏହା ସମ୍ପନ୍ନ ହୋଇଥିଲା। ୧୧ଟା ୫୦ରେ ମଦନମୋହନ ରଥକୁ ବିଜେ ହୋଇଥିଲେ। ଏହାପରେ ମହାପ୍ରଭୁଙ୍କ ଚିତା ଲାଗି କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ତାଙ୍କ ଶିଷ୍ୟ ଓ ସାଧକଙ୍କ ସହିତ ଆସି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ବେଶ ବଢିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ଅପରାହ୍ନ ୧ଟା ୧୦ରେ ତିନିରଥରେ ଛେରାପହଁରା କରିଥିଲେ। ଏହା ପରେ ସଙ୍ଗେସଙ୍ଗେ ଚାରମାଳ ଫିଟା ହୋଇ ଘୋଡ଼ା ଓ ସାରଥି ଲାଗି କରାଯାଇଥିଲା। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଏହାର ପ୍ରାୟ ୧ଘଣ୍ଟା ୫୦ ମିନିଟ ପୂର୍ବରୁ ଅର୍ଥାତ୍‌ ୨ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ୩ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଅପରାହ୍ନ ୩ଟା ୪୦ରେ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା।
ତିନିରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେଇଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଅପରାହ୍ନ ୫ଟା ୪୫ରେ ଶରଧାବାଲିରେ ଲାଗିଥିଲା ତାଳଧ୍ୱଜ ରଥ। ଏହାର ୧୦ମିନିଟ୍‌ ପରେ ଦର୍ପଦଳନ ରଥ ଏବଂ ଶେଷରେ ସନ୍ଧ୍ୟା ୬ଟା ୪୦ରେ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ସେଠାରେ ପ୍ରଶାସନ ପକ୍ଷରୁ ରଥ ଚତୁଃପାର୍ଶ୍ୱରେ ବ୍ୟାରିକେଡ୍‌ କରାଯାଇଛି। ଭକ୍ତମାନେ ରଥତଳେ ରହି ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବେ। ଶୁକ୍ରବାର ରଥରେ ଠାକୁରଙ୍କ ସନ୍ଧ୍ୟାଧୂପ ନୀତି ସରିବା ପରେ ପହଣ୍ଡି ହେବ। ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ଯାଇ ଆଡ଼ପମଣ୍ଡପ ତଥା ଜନ୍ମବେଦିରେ ବିଜେ କରିବେ ଏବଂ ଶନିବାରଠାରୁ ସେଠାରେ ଭକ୍ତଙ୍କୁ ଦର୍ଶନ ଦେବେ। ରଥଯାତ୍ରାରେ ୮ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ ପ୍ରାକ୍‌ ଆକଳନ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri