Posted inଜାତୀୟ

ସକ୍ରିୟ ରାଜନୀତିରୁ ଛୁଟି ନେଇ ଏବେ ଏହି କାମ କରୁଛନ୍ତି କେଜ୍‌ରିଓ୍ବାଲ୍‌

ଜୟପୁର,୧।୯: ରାଜନୀତି ଯୋଗୁ ଦିନକୁ ଦିନ ବୃଦ୍ଧି ପାଉଥିବା ଚାପକୁ ଦୂର କରିବା ପାଇଁ ରାଜନେତାମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିଛି ନେତା ପରିବାର ସହିତ ଭ୍ରମଣରେ ଯାଉଛନ୍ତି ତ କିଛି ନେତା ଏଥିପାଇଁ ନିୟମିତ ଯୋଗ କରୁଛନ୍ତି। ଏବେ ଚାପରୁ ମୁକ୍ତି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଭିପାସନା କେନ୍ଦ୍ରର ଆଶ୍ରୟ ନେଇଛନ୍ତି। ଏଥିପାଇଁ କେଜ୍‌ରିୱାଲ ଦଶ ଦିନ ସକ୍ରିୟ ରାଜନୀତିରୁ ଛୁଟି ନେଇଛନ୍ତି। ଦିଲ୍ଲୀ ଠାରୁ ପ୍ରାୟ ତିନି ଶହ କିଲୋମିଟର ଦୂରରେ ଥିବା ଜୟପୁରର ଗାଲଟା ଉପତ୍ୟକାର ଧାମଥାଲି ଭିପାସାନା କେନ୍ଦ୍ରରେ ମନକୁ ନିୟନ୍ତ୍ରଣ କରିବା ଏବଂ ଆତ୍ମ ଅବଲୋକନ କରିବା ପାଇଁ କେଜ୍‌ରିଓ୍ବାଲ ଚେଷ୍ଟା କରୁଛନ୍ତି। କେଜ୍‌ରିଓ୍ବାଲ ଦୁଇ ଦିନ ପୂର୍ବରୁ ଜୟପୁରରେ ପହଞ୍ଚିଛନ୍ତି ଏବଂ ସେ ଏହି ଭିପାସାନା କେନ୍ଦ୍ରରେ ଚାଲିଥିବା ଦଶ ଦିନିଆ ଶିବିରରେ ଯୋଗ ଦେଉଛନ୍ତି। ଯଦିଓ କେଜ୍‌ରିଓ୍ବାଲ ଜଣେ ମୁଖ୍ୟମନ୍ତ୍ରୀ ହେତୁ ରାଜ୍ୟ ଅତିଥି ମାନ୍ୟତା ପାଇଛନ୍ତି, କିନ୍ତୁ ଭିପାସାନା କେନ୍ଦ୍ର ଭିତରେ କେଜ୍‌ରିଓ୍ବାଲଙ୍କ ସିଏମ ପ୍ରୋଟୋକଲ ଆଦୌ ପ୍ରଭାବଶାଳୀ ନୁହେଁ ଏବଂ ସେ ଏକ କୋଠରୀରେ ଏକୁଟିଆ ରହୁଛନ୍ତି।
ଉଲ୍ଲେଖଥାଉ କି, ଏହି ଦଶ ଦିନରେ କେଜ୍‌ରିଓ୍ବାଲ୍‌ଙ୍କ ନିତ୍ୟକର୍ମ କ’ଣ ହେବ ତାହା କହିବା କଷ୍ଟକର। ଏହି ଭିପାସାନା କେନ୍ଦ୍ରକୁ ସିଏମ କେଜ୍‌ରିଓ୍ବାଲ୍‌ଙ୍କ ଦ୍ୱିତୀୟ ଗସ୍ତ। ଏହାପୂର୍ବରୁ ପ୍ରାୟ ଅଢେଇ ବର୍ଷ ପୂର୍ବେ କେଜ୍‌ରିଓ୍ବାଲ୍‌ ତାଙ୍କର ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଏହି ଭିପାସାନା କେନ୍ଦ୍ରରେ ଆଧ୍ୟାତ୍ମିକ ଅଭ୍ୟାସ କରିଥିଲେ। କେଜ୍‌ରିଓ୍ବାଲ୍‌ ଏହି ଭିପାସାନା କେନ୍ଦ୍ରରେ ଦଶ ଦିନ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri