Posted inଜାତୀୟ

ରାମ ମନ୍ଦିରକୁ ଯାଉଥିବା ରାସ୍ତାର ନାମ ହେବ କଲ୍ୟାଣ ସିଂ ମାର୍ଗ…

ଅଯୋଧ୍ୟା,୨୩।୮: ଅଯୋଧ୍ୟାରେ ରାମ ମନ୍ଦିରକୁ ଯାଉଥିବା ରାସ୍ତାର ନାମ କଲ୍ୟାଣ ସିଂ ମାର୍ଗ ହେବ। ଏହା ସହିତ ଲକ୍ଷ୍ନୌ, ପ୍ରୟାଗରାଜ, ବୁଲନ୍ଦଶହର ଏବଂ ଅଲିଗଡରେ ଗୋଟିଏ ଲେଖାଏଁ ରାସ୍ତା ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶରର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ ପରେ ସୋମବାର ତାଙ୍କର ଶେଷ ରୀତିନୀତି ଅଲିଗଡର ଅତରୋଲିରେ ଅନୁଷ୍ଠିତ ହେବ। ତାଙ୍କ ମୃତ୍ୟୁରେ ରାଜ୍ୟରେ ତିନି ଦିନିଆ ଶୋକ ପାଳନ ଘୋଷଣା କରାଯାଇଛି।
ରବିବାର ଦିନ କଲ୍ୟାଣ ସିଂଙ୍କ ମୃତଦେହକୁ ଲକ୍ଷ୍ନୌରୁ ଅଲିଗଡକୁ ନିଆଯାଇଥିଲା। ଏହାପୂର୍ବରୁ ତାଙ୍କ ମୃତଦେହକୁ ଲକ୍ଷ୍ନୌର ବିଜେପି କାର୍ଯ୍ୟାଳୟରେ ରଖାଯାଇଥିଲା ସେଠାରେ ଦଳର କର୍ମୀମାନେ କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଲକ୍ଷ୍ନୌସ୍ଥିତ ବାସଭବନ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ।
ଅନ୍ତିମ ସଂସ୍କାର ପାଇଁ ଅତରୋଲିରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ଏଠାରେ ଦୁଇଟି ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଛି। ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଆସିଥିବା ଦଳୀୟ ନେତାଙ୍କୁ ପିଡବ୍ଲୁଡି ଗେଷ୍ଟ ହାଉସରେ ରହିବାକୁ ବ୍ୟବସ୍ଥା କରାଯାଇଛି। କଲ୍ୟାଣ ସିଂଙ୍କ ମୃତଦେହକୁ କେଏମଭି ଇଣ୍ଟର କଲେଜର ଆନେକ୍ସ୍‌ରେ ସର୍ବସାଧାରଣ ଦର୍ଶନ ପାଇଁ ରଖାଯିବ। ଏହା ପରେ, ଅପରାହ୍ନ ୧ ଟା ବେଳେ ବୁଲନ୍ଦଶହରସ୍ଥିତ ନରୋରା ଗଙ୍ଗା ଘାଟକୁ ଅନ୍ତିମ ସଂସ୍କାର କରାଯିବ। ନରୋରା ଗଙ୍ଗା ଘାଟରେ ବୁଲନ୍ଦଶହର ପ୍ରଶାସନ ଦ୍ୱାରା ଚାରିଟି ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri