‘ପିଲାଙ୍କ ସ୍ବପ୍ନ ସାକାର ହେଲେ ନବୀନ ଓଡ଼ିଶାର ଲକ୍ଷ୍ୟ ପୂରଣ ସମ୍ଭବ’

ଭୁବନେଶ୍ୱର,୨୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି। ସେଥିମଧ୍ୟରୁ ୧୦ ସ୍କୁଲକୁ ଶନିବାର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉକ୍ତ ୧୦ଟି ଯାକ ସ୍କୁଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନକରି କହିଛନ୍ତି, ପ୍ରତ୍ୟେକ ପିଲା ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ। ସୁନ୍ଦର ଭବିଷ୍ୟତ ପାଇଁ ସେମାନଙ୍କ ସ୍ବପ୍ନ ଓ ଏହାକୁ ସାକାର କରିବା ଲାଗି ରୂପାନ୍ତରଣର ସୁଯୋଗ ଆଣିଦେଇଛି। ପିଲାଙ୍କ ସ୍ବପ୍ନ ସାକାର ହେଲେ ନବୀନ ଓଡ଼ିଶାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହାକୁ ସେ ନୂଆ ଓଡ଼ିଶାର ଭିତ୍ତି ଭାବେ ବର୍ଣ୍ଣନା କରିଛନ୍ତି।

ନବୀନ ଆହୁରି କହିଛନ୍ତି, ସ୍କୁଲ ହେଉଛି ପିଲାଙ୍କ ଜୀବନର ଶ୍ରେଷ୍ଠ ସମୟ। ପିଲାଙ୍କ ପାଇଁ ଯାହା ସେମାନଙ୍କ ଭବିଷ୍ୟତ ସହ ତାଙ୍କୁ ଶ୍ରେଷ୍ଠ ଭାବେ ଗଢିବାକୁ ଅନେକ ସୁଯୋଗ ସୃଷ୍ଟି କରିବ। ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତର କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି। ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ। ଏହା ହେଉଛି ୫-ଟି କାର୍ଯ୍ୟକ୍ରମର କ୍ଲାସିକ ଉଦାହରଣ। ଟେକ୍ନୋଲୋଜି ଯୋଗୁ ସ୍ମାର୍ଟ କ୍ଲାସ୍‌ ରୁମ୍‌, ଇ-ଲାଇବ୍ରେରି, କମ୍ପ୍ୟୁଟର ଓ ମଡର୍ନ ଲାବରେଟାରିର ସୁବିଧା ଦେଇଛି। ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ଓ୍ବାର୍କ, ପଞ୍ଚାୟତ ପ୍ରତିନିଧିଠାରୁ ଆରମ୍ଭକରି ସ୍କୁଲ ପରିଚାଳନା କମିଟି, ଶିକ୍ଷୟିତ୍ରୀ-ଶିକ୍ଷକ, ପୁରାତନ ଛାତ୍ରୀଛାତ୍ର, ପ୍ରଶାସନ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ସମସ୍ତେ ଏଥିଲାଗି ମିଶି କାମ କରିଛନ୍ତି। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହିଞ୍ଜିଳିର ସ୍କୁଲଗୁଡ଼ିକର ରୂପାନ୍ତରଣ ସମସ୍ତଙ୍କ ପାଇଁ ନିଶ୍ଚିତ ଏକ ବଡ଼ ପ୍ରେରଣା। ଏହା ସାରା ରାଜ୍ୟରେ ମଧ୍ୟ ସମ୍ଭବ। ଗଞ୍ଜାମରେ ଏହାର ସଫଳତା ହେଉଛି ଗୋଷ୍ଠୀର ଅଂଶଗ୍ରହଣ। ଗଞ୍ଜାମରେ ଯଦି କୌଣସି କାମ ଲାଗି ଲକ୍ଷେ ଟଙ୍କା ଦିଆଯାଏ ସେମାନେ ୨ ଲକ୍ଷ ଟଙ୍କାର କାମ କରି ଦେଖାଇବେ। ଗଞ୍ଜାମର ଏହି ଗୋଷ୍ଠୀ ଚେତନା ହିଁ ସବୁଠାରୁ ବଡ଼ ଶକ୍ତି ଓ ସଫଳତା। ଏଥିରେ ମୋଟ ୨୦ ଜଣ ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଥିବା ବେଳେ ଏହାଛଡ଼ା ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଓ ବର୍ତ୍ତମାନର ଛାତ୍ରୀଛାତ୍ର, ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri