ସୌରଚାଳିତ ଯନ୍ତ୍ରର ବ୍ୟବହାର ବଢ଼ୁଛି

ଭୁବନେଶ୍ୱର,୨୨।୮(ବ୍ୟୁରୋ): ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜୁଲାଇ ଶେଷ ସୁଦ୍ଧା ଓରେଡା ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଲକ୍ଷ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ଓ ବ୍ୟବହାର ଯନ୍ତ୍ର ପ୍ରତିଷ୍ଠା କରିଛି। ଏହାଦ୍ୱାରା ୫.୫ ନିୟୁତ ଲୋକ ଉପକୃତ ହେଉଛନ୍ତି। ଏଥିଯୋଗୁ ଓରେଡା ବାର୍ଷିକ ହାରାହାରି ୩୦ ମେଟ୍ରିକ୍‌ ଟନ୍‌ କାର୍ବନ ନିର୍ଗମନ କମାଇବାରେ ସକ୍ଷମ ହୋଇଛି। ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସୂଚନା ମିଳିଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଓରେଡା ପ୍ରାୟ ୧୨.୩ ମେଗାୱାଟ୍‌ ସୌରଶକ୍ତି ଉତ୍ପାଦନ ପାଇଁ ୧୧୬୩ ଛାତ-ଉପର ସୌରଶକ୍ତି ୟୁନିଟ୍‌ ସ୍ଥାପନ କରିଛି। ଏହାଛଡ଼ା ଓରେଡା ୨.୪୪ ଲକ୍ଷ ଜୈବ-ଗ୍ୟାସ୍‌ ପ୍ଲାଣ୍ଟ, ୧୩,୨୧୯ ସୌରଶକ୍ତି ପାନୀୟ ଜଳ ପ୍ରକଳ୍ପ, ୧,୬୮୭ ସୌର-ଜଳସେଚନ ପମ୍ପ, ୧୮,୧୨୨ ଉନ୍ନତ ସୌର-ରନ୍ଧନ ଚୁଲା ଆଦି ସ୍ଥାପନ କରିଛି। ୨,୯୦୩ ଗ୍ରାମରେ ୮୪,୮୫୮ଟି ଘରୋଇ ବାସଗୃହକୁ ଓରେଡା ବିଦ୍ୟୁତ୍‌ ଯୋଗାଇବା ସହ ୮୨,୦୩୩ ସୌର-ଲଣ୍ଠନ ବଣ୍ଟନ କରିଛି।
ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଓରେଡାର କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ସମୀକ୍ଷା କରି ଘରୋଇ, ବେସରକାରୀ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକରେ ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପାଣି ଗରମ ପାଇଁ ସୌର-ହିଟର, ସୌର-ଲାଇଟ୍‌, ମାଙ୍କଡ଼ ଆଦି ବନ୍ୟଜନ୍ତୁଙ୍କଠାରୁ ବଗିଚା, ଓ କୃଷି ଫାର୍ମ ଆଦି ସୁରକ୍ଷା ନିମନ୍ତେ ସୌର-ପାଚେରି, ଚାଷ ଏବଂ କୃଷି ଉତ୍ପାଦିତ ଦ୍ରବ୍ୟର ପ୍ରକ୍ରିୟାକରଣରେ ସୌରଚାଳିତ ଯନ୍ତ୍ରର ବ୍ୟବହାର ଆଦି ବଢ଼ାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ସଚେତନତା ଓ କ୍ଷେତ୍ର ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଏବଂ ଆବଶ୍ୟକତାଭିତ୍ତିକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଓରେଡା ମୁଖ୍ୟ କାର୍ଯ୍ୟନିର୍ବାହୀ ଧନଞ୍ଜୟ ସ୍ବାଇଁ ବୈଠକରେ ସୌର-ଶୀତଳଭଣ୍ଡାର, ସୌର-ପାନୀୟଜଳ କିଓସ୍କ, ସୌରଚାଳିତ ଲୋକସେବା କେନ୍ଦ୍ର, ଦଉଡ଼ି ତିଆରି ପାଇଁ ସୌରଚାଳିତ ଯନ୍ତ୍ର, ରେଶମଗୁଡ଼ା ସୌରଯନ୍ତ୍ର, ପନିପରିବା, ଶସ୍ୟ, ମାଛ ଏବଂ ମସଲାଜାତୀୟ କୃଷି ଉତ୍ପାଦ ଆଦିକୁ ସ୍ବାସ୍ଥ୍ୟକର ଭାବେ ଶୁଖାଇବା ନିମନ୍ତେ ସୌର-ଶୋଷକ ଆଦି ନୂତନ ବୈଷୟିକ କୌଶଳ ବିଷୟରେ ସୂଚନା ଦେଇଥିଲେ। ଏସବୁ ଅଭିନବ ସୌରଚାଳିତ ବୈଷୟିକ କୌଶଳର ବ୍ୟାପକ ପ୍ରୟୋଗ ଓ ବ୍ୟବହାର ନିମନ୍ତେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ଯୋଜନାର ରୂପରେଖ ତିଆରି କରିବା ପାଇଁ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସୌରଶକ୍ତି ବ୍ୟବହାର ସମ୍ଭାବନା ଥିବା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନଙ୍କୁ କମିଟିରେ ସାମିଲ କରାଯାଇଛି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ କହିଛନ୍ତି ଯେ, ଇତିିମଧ୍ୟରେ ଓରେଡାର ଗ୍ରାହକ ସେବା ବ୍ୟବସ୍ଥାକୁ ସ୍ବୟଂକ୍ରିୟ କରାଯାଇଛି। ଏଥିରେ ୧୮୦୦-୩୪୫-୭୧୩୫ ଟୋଲ୍‌ ଫ୍ରି ନମ୍ବର ଏବଂ ୯୪୩୮୦୧୬୦୦୭/୯୪୩୮୦୧୬୦୦୮ ଦୁଇଟି ମୋବାଇଲ୍‌ ନମ୍ବର ସଂଯୋଜିତ କରାଯାଇଛି। ଫୋନ୍‌ କଲ୍‌, ଇ-ମେଲ୍‌, ଏସ୍‌ଏମ୍‌ଏସ୍‌ ଆଦି ମାଧ୍ୟମରେ ତୁରନ୍ତ ଗ୍ରାହକ ସେବା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri