Posted inଜାତୀୟ

ବାୟୁସେନାର ସି-୧୩୦ଜେ ବିମାନ ୮୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଭାରତ ଅଭିମୁଖେ, ୨୫୦ ନାଗରିକଙ୍କୁ ନେଇ ଉଡିବାକୁ ପ୍ରସ୍ତୁତ ସି-୧୭

ନୂଆଦିଲ୍ଲୀ,୨୧ ।୮: ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍ । ଏବେ ସେଠାକାର ପରିସ୍ଥିତି ଏମିତି ବିଗିଡି ଯାଇଛି ଯେ ତାଲିବାନ ଭୟରେ ପାୟ ସମସ୍ତେ ଦେଶ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ବାୟୁସେନା ବି ଅପେକ୍ଷା କରିଛି । ଶନିବାର ୮୫ରୁ ଉର୍ଦ୍ଧ୍ୱ ଭାରତୀୟଙ୍କୁ ଧରି ବାୟୁସେନାର ସି-୧୩୦ଜେ ବିମାନ ଭାରତ ଅଭିମୁଖେ ଯାତ୍ରା କରିଛି । ଏହା ଇନ୍ଧନ ଭରିବାକୁ ତାଜିକିସ୍ତାନରେ ଅଟକି ରହିଥିବା ବେଳେ ଆଉ ଅଳ୍ପ ସମୟ ମଧ୍ୟରେ ଏମାନେ ଭାରତ ପହଞ୍ଚିବେ ବୋଲି କୁହାଯାଉଛି । ଇତିମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ କାବୁଲରୁ ଦେଶର ନାଗରିକଙ୍କୁ ବାହାରକୁ ବାହାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହାରି ଭିତରେ ବାୟୁସେନାର ଏକ ସି-୧୭ ପରିବହନ ବିମାନ ବି ଉଡିବାକୁ ପ୍ରସ୍ତୁତ ହୋଇ ରହିଛି । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଆଫଗାନିସ୍ତାନରେ ତାଲିବାନ କବଜାରେ ଫସିରହି ଅପେକ୍ଷା କରିବା ପରେ ଭାରତୀୟ ନାଗରିକମାନେ ସ୍ୱଦେଶ ଫେରିଛନ୍ତି । ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି କି ଅଧିକ ସଂଖ୍ୟକ ଭାରତୀୟ ଆଫଗାନର ରାଜଧାନୀ କାବୁଲର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ତୁରନ୍ତ ସ୍ୱଦେଶ ପଠାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

ଭାରତରେ ୮% ହ୍ରାସ ପାଇଛି ହିନ୍ଦୁମାନଙ୍କ ଜନସଂଖ୍ୟା, ଏଇ ସମ୍ପ୍ରଦାୟର ହୋଇଛି ବୃଦ୍ଧି: ପ୍ରଧାନମନ୍ତ୍ରୀଙ୍କ ପ୍ୟାନେଲ୍ ରିପୋର୍ଟ

ନୂଆଦିଲ୍ଲୀ,୮।୫: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୯୫୦ ରୁ ୨୦୧୫ ମଧ୍ୟରେ ଭାରତରେ (ହିନ୍ଦୁ) ଅଧିକାଂଶ ଧର୍ମର...

କେଜ୍‌ରିଓ୍ବାଲ ଜେଲ୍‌ରେ ରହିବେ ନା ଘରକୁ ଯିବେ ଆସନ୍ତାକାଲି ଆସିବ ବଡ଼ ରାୟ

ନୂଆଦିଲ୍ଲୀ,୮ା୫: ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଉପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର...

ବିଶ୍ୱ ବଜାରରୁ କୋଭିସିଲ୍ଡ ଟିକା ପ୍ରତ୍ୟାହୃତ କରିବ ଆଷ୍ଟ୍ରାଜେନେକା, ପାର୍ଶ୍ୱପ୍ରତିକ୍ରିୟା ନେଇ ଖୁଲାସା ପରେ…

ନୂଆଦିଲ୍ଲୀ,୮।୫: ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱ ବଜାରରୁ ଏହାର କୋଭିଡ-୧୯ ଟିକାର ବିକ୍ରି ଉପରେ ରୋକୋ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ...

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୮ା୫: ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ରେଡ୍‌ କରିଛି। ଗିରଫ ଅଭିଯୁକ୍ତ ସଞ୍ଜୀବ ଲାଲଙ୍କ ସହ ଇଡି ପ୍ରୋଜେକ୍ଟ ଭବନରେ ବୁଧବାର ପହଞ୍ଚିଛି। ଗ୍ରାମ୍ୟ...

ମୋଦିଙ୍କ ଆଦାନୀ-ଅମ୍ବାନୀ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, କଂଗ୍ରେସ କହିଲା…

ନୂଆଦିଲ୍ଲୀ,୮।୫: ଲୋକ ସଭା ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତେଲଙ୍ଗାନା ଗସ୍ତରେ ଥିବାବେଳେ...

ପିଟ୍ରୋଡାଙ୍କ ବୟାନକୁ ନେଇ ବର୍ଷିଲେ ମୋଦି, କହିଲେ କଳା ରଙ୍ଗ କହି ଆକ୍ଷେପ କଲେ…

ନୂଆଦିଲ୍ଲୀ,୮।୫: ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବୟାନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ‘ଦି ଷ୍ଟେଟମ୍ୟାନ’କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମ...

ପୁଣି ବିବାଦୀୟ ବୟାନ ଦେଲେ ସାମ ପିଟ୍ରୋଡା, ଭାରତୀୟଙ୍କୁ କହିଲେ କଳା-ଗୋରା

ନୂଆଦିଲ୍ଲୀ,୮।୫: ପୁଣି ବିବାଦରେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା। ନିକଟରେ ଅମେରିକାର ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ବୟାନ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri