ଏଟିଏମ୍‌ ଭ୍ୟାନ୍‌ରୁ ୨୪ ଲକ୍ଷ ଲୁଟ୍‌, ୩ ଅଟକ

ବ୍ରହ୍ମପୁର ଅଫିସ,୧୯।୮: ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ଏକ ଗାଡ଼ି ସହ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ବୁଧବାର ଦିନ ଦ୍ୱିପ୍ରହରରେ ଅପହରଣ କରାଯାଇଛି। ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ବଜାର ଓ ଗୋଳନ୍ଥରା ଥାନା ପୋଲିସ ଗାଡ଼ି ଓ ଚାଳକଙ୍କୁ ଗିରିସୋଲାରୁ ଉଦ୍ଧାର କରିଛି। ଚାଳକ ଅସୁସ୍ଥ ଥିବାରୁ ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତିି କରାଯାଇଛି।
ଏଜିଏସ୍‌ କମ୍ପାନୀର ଗାଡ଼ି (ନଂ ଓଡି୦୨ବିଡି-୮୮୧୬) ବୁଧବାର ସକାଳେ ୨୬ ଲକ୍ଷ ଟଙ୍କା ନେଇ ବ୍ରହ୍ମପୁର ସହରର ବିଭିନ୍ନ ଏଟିଏମ୍‌ରେ ଭର୍ତ୍ତି କରିବାକୁ ଯାଇଥିଲା। ସେହି ଗାଡ଼ିରେ ଚାଳକ ଆଶିଷ ଦିଗାଲଙ୍କ ସହ ସୁରକ୍ଷା କର୍ମୀଙ୍କୁ ମିଶାଇ ମୋଟ ୪ ଜଣ ଥିଲେ। ଗାଡ଼ିଟି ଏକ ଏଟିଏମ୍‌ କାଉଣ୍ଟରରେ ଟଙ୍କା ଭର୍ତ୍ତିି କରି ସାରିବା ପରେ ଆସିକା ରୋଡ୍‌ରେ ଥିବା ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌କୁ ଯାଇଥିଲା। ସେଠାରେ ପହଞ୍ଚତ୍ବା ପରେ ଗାଡ଼ି ଚାଳକ ବାହାରେ ଅପେକ୍ଷା କରିଥିବା ବେଳେ ୨ କର୍ମଚାରୀ ଓ ସୁରକ୍ଷା କର୍ମୀ ଏଟିଏମ୍‌ ଭିତରକୁ ଯାଇଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଡ୍ରାଇଭର ଆଶିଷଙ୍କ ପାଖରେ ପହଞ୍ଚତ୍ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରିଥିଲେ। ପରେ ସେମାନେ ଗାଡ଼ିଟିକୁ ଅପହରଣ କରି ଗିରିସୋଲାକୁ ନେଇ ଯାଇଥିଲେ। ସେଠାରେ ଚାଳକଙ୍କ ମୁହଁରେ କୌଣସି ନିଶାଦ୍ରବ୍ୟ ସ୍ପ୍ରେ କରି ୨୪ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଅନ୍ୟମାନେ ବ୍ୟାଙ୍କରୁ ଫେରି ଗାଡ଼ି ଓ ଡ୍ରାଇଭରଙ୍କୁ ନ ପାଇ ବଡ଼ବଜାର ଥାନାକୁ ଜଣାଇଥିଲେ। ଗାଡ଼ି ଓ ଡ୍ରାଇଭରଙ୍କୁ ଧରିବାକୁ ପୋଲିସ ଲୋକେଶନ ଟ୍ରାକିଂ କରିଥିଲା। ପରେ ଗୋଳନ୍ଥରା ଥାନା ପୋଲିସ ଗିରିସୋଲା ନିକଟରୁ ଗାଡ଼ିକୁ ଠାବ କରିଥିଲା। ଗାଡିରେ ଥିବା ଚାଳକ ଅଚେତ ଅବସ୍ଥାରେ ପଡ଼ିରହିଥିବା ବେଳେ ୨୪ ଲକ୍ଷ ଟଙ୍କା ନ ଥିବା ଜଣାପଡ଼ିଥିଲା। ଚାଳକ ଆଶିଷଙ୍କ ଚେତା ଫେରିବା ପରେ ସେ ଘଟଣା ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ। ଗାଡ଼ି ଭିତରେ ଥିବା କମ୍ପାନୀର ୩ କର୍ମଚାରୀଙ୍କୁ ବଡ଼ବଜାର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଏପଟେ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ସ୍ବତନ୍ତ୍ର ଟିମ୍‌ ତନାଘନା ଚଳାଇଛି।
ଏନେଇ ବ୍ରହ୍ମପୁର ଏସ୍‌ଡିପିଓଙ୍କୁ ପଚାରିବାରୁ ଅଭିଯୋଗ ପରେ ଅପହରଣ ହୋଇଥିବା ଗାଡ଼ି ଜବତ କରିବା ସହ ଡ୍ରାଇଭରଙ୍କୁ ଉଦ୍ଧାର କରିଛୁ। ଥାନାରେ ଏବେ ୩ଜଣଙ୍କୁ ଅଟକ ରଖାଯାଇଛି। ଡ୍ରାଇଭର ସାମାନ୍ୟ ଅସୁସ୍ଥ ଥିବାରୁ ସେ ଏବେ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେ ସୁସ୍ଥ ହେବା ପରେ ତାଙ୍କ ବୟାନକୁ ଆଧାର କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri