୧ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ ୭ ଦିନ ସରକାରୀ ଦିବସ ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୩ ତାରିଖ ବେସରକାରୀ ଦିବସ ପାଇଁ ଦିନ ଧାର୍ଯ୍ୟ ହୋଇଛି। ୫ ତାରିଖ ରବିବାର ପାଇଁ ଛୁଟି ରହିବ। ଏ ନେଇ ସୋମବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ସେପ୍ଟେମ୍ବର ୧ତାରିଖ ପୂର୍ବାହ୍ନ ୧୧ଟାରେ ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ରାଜ୍ୟପାଳ ସମନ ଜାରି କରିଛନ୍ତି। ଚଳିତଥର ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ମଧ୍ୟରେ ଗୃହ ପରିଚାଳିତ ହେବ। ଅଧିବେଶନ ସମୟରେ ବିଧାନସଭାକୁ ଆସୁଥିବା ସମସ୍ତ ଜନପ୍ରତିନିଧି, ସେମାନଙ୍କ ଡ୍ରାଇଭର, ବିଧାନସଭା କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କର ଆର୍‌ଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯିବ। ତେବେ ଏହି ସ୍ବଳ୍ପକାଳୀନ ବିଧାନସଭା ଅଧିବେଶନ କେତେ ସମୟ ବସିବ ସେ ନେଇ ଆଗାମୀ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ ବୋଲି ବିଧାନସଭା ସଚିବ ଦାଶରଥି ଶତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri