ଏଇ ଭାରତରେ

ଦେଶର ଗୃହଶତ୍ରୁ ଭାବେ ମାଓବାଦୀଙ୍କୁ ବିବେଚନା କରାଯାଏ। ସରକାର ତଥା ପ୍ରଶାସନ ବିରୋଧୀ କାମ ଯୋଗୁ ଜନସାଧାରଣଙ୍କ ଜୀବନ ତଥା ସମ୍ପତ୍ତି ନଷ୍ଟ ହୋଇଥାଏ। ଅନେକ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ଯୋଗୁ ସେଠାରେ ବିକାଶମୂଳକ କାମ ଆଗେଇପାରି ନ ଥାଏ। ତେଣୁ ସରକାର ସେମାନଙ୍କୁ ଗୁଳିଗୋଳା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇ ଉନ୍ନତ ଜୀବନଯାପନ କରିବାକୁ ଆହ୍ବାନ ଦେଇଆସୁଛନ୍ତି। ଏପରି ସ୍ଥିତିରେ ଜଙ୍ଗଲୀ ଜୀବନକୁ ପଛ କରି ପୋଲିସ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପାଇଁ ଛତିଶଗଡ଼ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓବାଦୀଙ୍କ ନିମନ୍ତେ ରାଜ୍ୟ ସରକାର ଦନ୍ତଓ୍ବୋଡାଠାରେ ଏକ ଟାଉନଶିପ୍‌ ନିର୍ମାଣ କରୁଛନ୍ତି। ସେଠାରେ ସେମାନଙ୍କୁ ରହିବା ନିମନ୍ତେ ସମସ୍ତ ସୁବିଧା ପ୍ରଦାନ କରାଯିବା ସହ ଦକ୍ଷତା ବିକାଶ ତାଲିମ ଦିଆଯିବ। ଏହା ଦ୍ୱାରା ସେମାନେ ନିଜ ଗୋଡ଼ରେ ଛିଡ଼ା ହୋଇ ମୁଣ୍ଡ ଟେକି ବଞ୍ଚିପାରିବେ ବୋଲି ଗୁରୁବାର ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୩୯ ଏକର ଜମିରେ ନିର୍ମାଣ କରାଯାଉଥିବା ଏହି ଟାଉନ୍‌ଶିପ୍‌ରେ ୧୦୮ଟି ଘର ରହିବ। ଏହାସହ ଯୋଗ କେନ୍ଦ୍ର, ଜିମ୍‌ ସେଣ୍ଟର, ସ୍କୁଲ, ସ୍ବାସ୍ଥ୍ୟକେନ୍ଦ୍ର, ହୋଟେଲ ମଧ୍ୟ ରହିବ। ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଉଛି। ସରକାରଙ୍କ ଏଭଳି ପ୍ରୟାସ ମାଓବାଦୀଙ୍କୁ ଠିକ୍‌ ରାସ୍ତାକୁ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri