ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: କାର୍‌ କାଚ ଭାଙ୍ଗିଲେ, ଶିଶୁ, ଡ୍ରାଇଭର ଆହତ

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବଡ଼ବଜାର ଥାନା ଫାଷ୍ଟଗେଟ୍‌ ନିକଟରେ ବୁଧବାର ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗଞ୍ଜେଇ ଥିବା ସନ୍ଦେହରେ ଯାଞ୍ଚ ବେଳେ ଅବକାରୀ କର୍ମଚାରୀ ଏକ ବୋଲେରୋ କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଗାଡ଼ି ଡ୍ରାଇଭର ଓ ସେଥିରେ ଥିବା ଶିଶୁ ଆହତ ହୋଇଛନ୍ତି। ବୋଲେରୋରେ ଥିବା ଲୋକ ଓ ଅବକାରୀ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଯୋଗୁ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ବଡ଼ବଜାର ପୋଲିସ ପହଞ୍ଚତ୍ ସମସ୍ୟା ସମାଧାନ କରି ଆହତଙ୍କୁ ମେଡିକାଲ ପଠାଇଛି।
କୋରାପୁଟର ସହଦେବ ସ୍ବାଇଁ ବୋଲେରୋ (ନଂ ଓଡ଼ି ୦୪-୦୦୦୩) ରେ ଝିଅ ସଙ୍ଗୀତାଙ୍କୁ ତାଙ୍କ ଶାଶୁଘର ଭୁବନେଶ୍ୱରକୁ ଛାଡ଼ିବାକୁ ଆସୁଥିଲେ। ତାଙ୍କ ସହ ଦୁଇ ଭାଇ ଏବଂ ଜଣେ ଶିଶୁ ଥିଲେ। ଅନ୍ୟପଟେ ଉକ୍ତ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇଥିଲା। ବ୍ରହ୍ମପୁର ଅବକାରୀ ଟିମ୍‌ ଫାଷ୍ଟଗେଟ୍‌ ନିକଟରେ ଜଗି ଥିଲା। ଏହି କଳା ରଙ୍ଗର ବୋଲେରୋ ଦେଖି କର୍ମଚାରୀମାନେ ଗାଡ଼ି ଅଟକାଇଥିଲେ। ଡ୍ରାଇଭର କାହିଁକି ଗାଡ଼ି ଅଟକାଇବୁ ବୋଲି ପଚାରିଥିଲେ। ଅବକାରୀ କନ୍‌ଷ୍ଟେବଳ ଉତ୍ତ୍ୟକ୍ତ ହୋଇ ତାଙ୍କ ଗାଡ଼ି କାଚ ଭାଙ୍ଗି ଦେଇଥିଲେ। ଅନ୍ୟ ଜଣେ ଗାଳିଗୁଲଜ କରି ଡ୍ରାଇଭରଙ୍କୁ ବାହାରକୁ ଟାଣି ଆଣିଥିଲେ। ଗାଡ଼ି ଯାଞ୍ଚ କରାଯାଇଥିଲେ ମଧ୍ୟ ସେଥିରୁ ଗଞ୍ଜେଇ ମିଳି ନ ଥିଲା। ପରେ ଆହତ ସହଦେବ ସ୍ବାଇଁ ଏନେଇ ଥାନାରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri