୧ ଲକ୍ଷ ଚାଷୀଙ୍କୁ ମିଳିଲାନି ବୀମା ସହାୟତା

ଛତ୍ରପୁର,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ୧ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ମିଳି ନ ଥିବା ଜଣାପଡିଛି। ଏହି ଯୋଜନାରେ ପ୍ରିମିୟମ ଦେଇ ବୀମା କରିଥିବା ଚାଷୀମାନେ ନିରାଶ ହୋଇଛନ୍ତି। ଜିଲାର ବିଭିନ୍ନ ଚାଷୀ ସଙ୍ଗଠନ ଏଥିପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଫସଲ ବୀମା ବାବଦ ସହାୟତା ପାଇ ନ ଥିବା ଚାଷୀମାନେ ଏବେ ଜିଲାପାଳ, ବିଡିଓ, କୃଷି ଓ ସମବାୟ ଅଧିକାରୀଙ୍କ ନିକଟକୁ ଯାଇ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ପ୍ରଶାସନର ମଧ୍ୟ ମୁଣ୍ଡବ୍ୟଥା ବଢିଯାଇଛି। ଗତବର୍ଷ ଜିଲାରେ ବନ୍ୟା, ବାତ୍ୟାରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଥିଲା। ଯେଉଁ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଦେଇ ବୀମା ଭୁକ୍ତ ହୋଇଥିଲେ ସେମାନଙ୍କୁ ସହାୟତା ମିଳିବା କଥା ା ମାତ୍ର ବିଭିନ୍ନ ନିୟମ ଆଳ ଦେଖାଇ ବୀମା କମ୍ପାନୀ ଜିଲାର ପାଖାପାଖି ୧ ଲକ୍ଷ ଚାଷୀଙ୍କୁ ସହାୟତା ଦେଇନାହାନ୍ତି। ଏହା ପ୍ରତିବାଦରେ ଚାଷୀ ସଙ୍ଗଠନଗୁଡିକ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ା ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କ ଫସଲ ବୀମା କରିବା ପାଇଁ ରୟାଲ ସୁନ୍ଦରମ ବୀମା କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିଲା ା ବୀମା ସହାୟତା ପାଇ ନ ଥିବାରୁ ଦୈନିକ ବହୁ ଚାଷୀ ଅଭିଯୋଗ ଜଣାଇବାକୁ ଆସୁଥିବାରୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉକ୍ତ ବୀମା କମ୍ପାନୀକୁ ଚିଠି କରିଛନ୍ତି। ଜିଲାପାଳଙ୍କ ଅଫିସରେ ଏକ ପ୍ରକୋଷ୍ଠ ଦିଆଯିବ ଏବଂ ସେଠାରେ ବୀମା କମ୍ପାନୀର ଅଧିକାରୀ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ବସିବେ। ଚାଷୀମାନଙ୍କୁ କ’ଣ ପାଇଁ ବୀମା ବାବଦ ସହାୟତା ମିଳିନି ସେ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଜଣାଇବେ ବୋଲି ଜିଲାପାଳ ଉକ୍ତ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ୭ ବର୍ଷର ଫସଲ, ୨ ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅମଳକୁ ଆଧାର କରି ବୀମା ବାବଦରେ ଚାଷୀଙ୍କୁ ସହାୟତା ଦିଆଯାଇଥାଏ ବୋଲି ବୀମା କମ୍ପାନୀ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି ା
ସୂଚନାଯୋଗ୍ୟ, ୨୦୧୮ରେ ଖରିଫ ଫସଲ ପାଇଁ ଜିଲାର ୧ ଲକ୍ଷ ୫୩ ହଜାର ୧୯୪ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କରିଥିଲେ ା ପ୍ରତି ହେକ୍ଟର ଫସଲ ପିଛା ୧୧୮୦ ଟଙ୍କା ପ୍ରିମିୟମ ଦେଇଥିଲେ ା ବଳକା ପ୍ରିମିୟମ ସରକାର ଦେଇଥିଲେ ା ଏଥିମଧ୍ୟରୁ ମାତ୍ର ୫୪ହଜାର ୬୧ ଜଣ ଚାଷୀଙ୍କୁ ବୀମା ବାବଦରେ କ୍ଷତିପୂରଣ ପ୍ରଦାନ ପାଇଁ ବୀମା କମ୍ପାନୀ ଚିହ୍ନଟ କରିଥିଲା ା ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏ ପର୍ଯ୍ୟନ୍ତ ବି ସହାୟତା ମିଳିନି ା ତୁରନ୍ତ ଚାଷୀଙ୍କୁ ବୀମା ବାବଦରେ ସହାୟତା ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri