Posted inଖେଳ

ରାଗରେ ମୁଣ୍ଡରୁ ଟୋପି ଓହ୍ଲାଇ ଫୋପାଡି ଦେଇଥିଲେ ରାହୁଲ ଦ୍ରାଭିଡ: ଜାଣନ୍ତୁ କାହିଁକି

କଲମ୍ବୋ,୪।୭: ଶ୍ରୀଲଙ୍କା ଗସ୍ତ ପାଇଁ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଦ୍ରାଭିଡ ଜଣେ ଶାନ୍ତ ବ୍ୟକ୍ତି ଏବଂ ତାଙ୍କ ଭିତରେ ବହୁତ ଧୈର୍ଯ୍ୟ ଅଛି। ସେ ସର୍ବଦା ଯୁବ ଖେଳାଳିମାନଙ୍କୁ ଏହି ଶିକ୍ଷା ଦିଅନ୍ତି। ଦ୍ରାଭିଡ ସର୍ବଦା କୁହନ୍ତି ଯେ, କୌଣସି ଖେଳାଳି ପଡ଼ିଆରେ ନିଜର କ୍ରୋଧ ହରାଇବା ଉଚିତ୍‌ ନୁହେଁ ଏବଂ ଯଦି ସ୍ଥିତି ଆପଣଙ୍କ ସପକ୍ଷରେ ନଥାଏ ତେବେ ଆଗକୁ ଚିନ୍ତା କରନ୍ତୁ। ଅବଶ୍ୟ, ଦ୍ରାଭିଡଙ୍କ କ୍ୟାରିୟରରେ ଅନେକ ଥର ଘଟିଛି ଯେତେବେଳେ ତାଙ୍କର ଧୈର୍ଯ୍ୟ ମଧ୍ୟ ଭାଙ୍ଗି ଯାଇଛି ଏବଂ ଲାଇଭ ମ୍ୟାଚ ସମୟରେ ମଧ୍ୟ ଏହା ଘଟିଛି।
ଆଇପିଏଲ ୨୦୧୪ରେ ଦ୍ରାଭିଡ ରାଜସ୍ଥାନ ରୟାଲ୍ସ ସହିତ ଜଣେ ପରାମର୍ଶଦାତା ଭାବରେ ଜଡିତ ଥିଲେ। ଏହି ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ସିଜିନ୍‌ରେ ତିଷ୍ଠି ରହିବା ପାଇଁ କର କିମ୍ବା ମର ପରିସ୍ଥିତି ଥିଲା ଏବଂ ଏହି ମ୍ୟାଚରେ ଏକ ବିଜୟ ଏକ ଜରୁରୀ ଥିଲା। ଏହି ମ୍ୟାଚରେ ମୁମ୍ବାଇକୁ ୧୪.୩ ଓଭରରେ ୧୯୦ ରନ କରିବାକୁ ପଡିଥିଲା ଏବଂ ଦ୍ରାଭିଡ ଅନୁଭବ କରିଥିଲେ ଯେ, ରାଜସ୍ଥାନ ଏହି ମ୍ୟାଚକୁ ସହଜରେ ଜିତିବ, ଯଦିଓ ଏହା ହୋଇ ନ ଥିଲା। ମୁମ୍ବାଇର ବ୍ୟାଟ୍ସମ୍ୟାନ ରାଜସ୍ଥାନକୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ପରେ ଦ୍ରାଭିଡ ନିଜ ମୁଣ୍ଡରୁ କ୍ୟାପ୍‌ ଓହ୍ଲାଇ ଫୋପାଡି ଦେଇଥିଲେ। ନିକଟରେ ଏକ ସାକ୍ଷାତକାରରେ ଦ୍ରାଭିଡ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୁଁ ବି ଜଣେ ମଣିଷ। ୨୦୦୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ହାରିବା ପରେ ରାହୁଲ ଦ୍ରାଭିଡ କ୍ରୋଧରେ ଡ୍ରେସିଂ ରୁମରେ ଚେୟାର ଫିଙ୍ଗିଥିଲେ। ଦ୍ରାଭିଡ ଘରକୁ ଆସି ନିଜ ସ୍ତ୍ରୀଙ୍କୁ ଏହା କହିଥିଲେ। ଦ୍ରାବିଡ ମଧ୍ୟ ତାଙ୍କ କାର୍ଯ୍ୟକଳାପ ପାଇଁ ଦୁଃଖ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri