ପ୍ରଥମ ଦଫାରେ ୩ କୋଟି ପୋଷ୍ଟ ଡିଲିଟ୍‌

ନୂଆଦିଲ୍ଲୀ: ଦେଶର ଗରିମା ଓ ସଭ୍ୟତା ସହ ସଂସ୍କୃତିକୁ ସୁରକ୍ଷା ଦେବା ହେଉଛି ସରକାରଙ୍କ କାମ। ଭାରତର ଗରିମାକୁ ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଗତ କିଛି ବର୍ଷ ହେବ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ନିଜ ସ୍ବାର୍ଥ ପୂରଣ ପାଇଁ ଭାରତୀୟ ସଭ୍ୟତାକୁ କଦର୍ଥ କରି ଚାଲିଥିଲେ। ଏହାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇ ନିକଟରେ ନୂଆ ଆଇଟି ନିୟମ ଲାଗୁ କରିବା ସହ ଦେଶର ଆଇନକୁ ସମସ୍ତ ସଂସ୍ଥା ଓ କମ୍ପାନୀ ମାନିବାକୁ ବାଧ୍ୟ ବୋଲି କୁହାଯାଇଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରର କମ୍ପାନୀଗୁଡିକ ସହ କେନ୍ଦ୍ର ସରକାର ମଧ୍ୟରେ ଏକ ଛକାପଞ୍ଝା ଲାଗି ରହିଥିଲା। ସରକାରଙ୍କ ଏକା ଜିଦ୍‌ ଯେ ଦେଶରେ ବ୍ୟବସାୟ କରିବାକୁ ଇଚ୍ଛା ଥିଲେ ଭାରତର ଆଇନକୁ ମାନିବାକୁ ପଡିବ ବୋଲି ରବିଶଙ୍କର କହିଥିଲେ। ବହୁ ବାଦବିବାଦ ପରେ ଡିଜିଟାଲ ପ୍ଲାଟ୍‌ଫର୍ମରେ କାମ କରୁଥିବା ଅଗ୍ରଣୀ କମ୍ପାନୀଗୁଡିକ ମାନିବାକୁ ରାଜି ହୋଇଥିବା ସୂଚନା ମିଳିଥିଲା।
ଶନିବାର ଆଇଟି ମନ୍ତ୍ରୀ ନୂତନ ଆଇନ ଲାଗୁର ପ୍ରଥମ ସମୀକ୍ଷା ବୈଠକରେ ବିଭିନ୍ନ କମ୍ପାନୀର ପଦକ୍ଷେପ ଓ ଯୋଜନା ସମ୍ପର୍କିତ ଏକ ରିର୍ପୋଟ ଯାଞ୍ଚ କରିଥିଲେ। ରିର୍ପୋଟ ଅନୁସାରେ ଗୁଗଲ, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ କମ୍ପାନୀ ଦେଶର ଗରିମା ରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ସହ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇଥିବା ଜଣାପଡିଛି। ପ୍ରଥମ ଦଫାରେ କମ୍ପାନୀଗୁଡିକ ଏକ ବଡ଼ ପଦକ୍ଷେପ ନେଇଥିବା ରବିଶଙ୍କର କହିଛନ୍ତି। ଭାରତ ସରକାରଙ୍କ ନୂଆ ଡିଜିଟାଲ ଆଇନ ଆଧାରରେ ଫେସ୍‌ବୁକ୍‌ ୩୦ ନିୟୁତରୁ ଅଧିକ ପୋଷ୍ଟ, ଇନ୍‌ଷ୍ଟାଗ୍ରାମ ୨ ନିୟୁତ ପୋଷ୍ଟ ଓ ଗୁଗଲ ୫୯,୩୫୦ ଲିଙ୍କ୍‌ ନିଜ ନିଜ ପ୍ଲାଟ୍‌ଫର୍ମରୁ ହଟାଇଦେଇଛି। ମେ’୧୫ ରୁ ଜୁନ୍‌ ୧୫ ମଧ୍ୟରେ ବିଭିନ୍ନ ଅଶ୍ଳୀଳ ଓ ଆପତ୍ତିଜନକ ପୋଷ୍ଟ ଆଳରେ ଏହି ସଂସ୍ଥାଗୁଡ଼ିକ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହିସବୁ କାରଣରୁ ଉକ୍ତ ୩ ସଂସ୍ଥା ବର୍ତ୍ତମାନ ସ୍ବଚ୍ଛତା ଆଡ଼କୁ ଯାଉଥିବା ଏବଂ ଦେଶର ଗରିମାକୁ ନଷ୍ଟ ନ କରିବା ଦିଗରେ ନେଇଥିବା ପଦକ୍ଷେପକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ୩ ସଂସ୍ଥା ବ୍ୟତୀତ ସ୍ବଦେଶୀ ଆପ୍‌କୁ ମଧ୍ୟ ୫୫୦୨ଟି ଅଭିଯୋଗ ଆଧାରରେ ୧୨୫୩ଟି ଆକାଉଣ୍ଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏ ନେଇ ମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଗୁଗଲ, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ଭଳି ସଂସ୍ଥା ନୂଆ ଡିଜିଟାଲ ଆଇନକୁ ପାଳନ କରୁଥିବାରୁ ଏହା ଆମ ପାଇଁ ବେଶ୍‌ ଭଲ ଖବର। ନୂଆ ଆଇଟି ନିୟମ ଅନୁସାରେ ସେମାନେ ନିଜ ଆଡୁ ବିଭିନ୍ନ ଆପତ୍ତିଜନକ ଓ ଅଶ୍ଳୀଳ ପୋଷ୍ଟ ଗୁଡ଼ିକ ସୋସିଆଲ ମିଡିଆରୁ ହଟାଇ ନିଜର ସ୍ବଚ୍ଛତା ସହ ଏକ ଦେଶର ସଂସ୍କୃତିର ସମ୍ମାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସୋସିଆଲ ମିଡିଆରୁ ବିଭିନ୍ନ ଅନାବଶ୍ୟକ ଲିଙ୍କ୍‌ ଓ ପୋଷ୍ଟ ହଟାଇବା ସମ୍ପର୍କରେ ପ୍ରକାଶ ପାଇଥିବା ଖବରଗୁଡ଼ିକ ମଧ୍ୟ ମନ୍ତ୍ରୀ ଉକ୍ତ ଟୁଇଟରେ ଲିଙ୍କ୍‌ କରିଛନ୍ତି। ଅନ୍ୟପକ୍ଷରେ ଟୁଇଟ୍‌ର ସମ୍ପର୍କରେ ମନ୍ତ୍ରୀ କିଛି ବି କହିନାହାନ୍ତି। ନୂଆ ଡିଜିଟାଲ ଆଇନକୁ ନେଇ ଟୁଇଟର ଓ ଭାରତ ସରକାରଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କାରଣରୁ କେନ୍ଦ୍ରମନ୍ତ୍ରୀ ଟୁଇଟର ସମ୍ପର୍କରେ କିଛି ବି କହିନାହାନ୍ତି ବୋଲି କୁହାଯାଇଛି। ନୂଆ ଡିଜିଟାଲ ଆଇନ ଅନୁଯାୟୀ ଭାରତରେ କାର୍ଯ୍ୟ କରୁଥିବା ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ମାସିକ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ଏକ ବିସ୍ତୃତ ବିବରଣୀ ସାର୍ବଜନୀନ କରିବେ ବୋଲି ମନ୍ତ୍ରୀ ଉକ୍ତ ବୈଠକରେ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ବୈଠକରେ ବିଭିନ୍ନ ସଂସ୍ଥା ପ୍ରାୟ ୨.୫ ଘୃଣା ମନୋଭାବ ସୃଷ୍ଟି କରୁଥିବା ପୋଷ୍ଟ, ୧.୮ ମିଲିୟନ ବିଭିନ୍ନ ବର୍ଗର ଯୌନ ଉପତ୍ଡୀନ ପୋଷ୍ଟ,୩,୧୧,୦୦୦ ଟି ଅଶ୍ରାବ୍ୟ ମନ୍ତବ୍ୟ ରହିଥିବା ପୋଷ୍ଟକୁ ହଟାଯାଇଛି। ସେହିଭଳି ୧,୧୮,୦୦୦ ହାରସମେଣ୍ଟ ପୋଷ୍ଟ, ୫,୮୯,୦୦୦ ସୁସାଇଡ ସମ୍ପର୍କିତ ପୋଷ୍ଟ, ୧,୦୬,୦୦୦ ଦେଶ ବିରୋଧୀ ପୋଷ୍ଟ ଏବଂ ୭୫,୦୦୦ ସଂଗଠନର ପୋଷ୍ଟକୁ ହଟାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

ବେଆଇନ ଭାବେ ଡାଲି ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୪, (ଅନୁରାଧା ମହାରଣା): ଡାଲି ବେଆଇନ ଭାବେ ମହଜୁଦ ରଖୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ଦିନ ଧରି କେତେକ ରାଜ୍ୟରେ...

ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି...

ହିଣ୍ଡାଲ୍‌କୋର ପ୍ରୋଜେକ୍ଟ ‘ଜ୍ଞାନାର୍ଜନ’

ଭୁବନେଶ୍ୱର,୩୦।୪: ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଜ୍ଞାନାର୍ଜନ’ ନିକଟରେ ହୀରାକୁଦଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି।...

ପହିଲାରୁ ଫୁଲ୍‌ ପଇସା ଭାସୁଲ ସେଲ୍‌

ଭୁବନେଶ୍ୱର,୩୦।୪: ରିଲାଏନ୍ସ ଗ୍ରୁପର ଅଗ୍ରଣୀ କମ୍ପାନୀ ତଥା ରିଟେଲ ପ୍ଲାଟଫର୍ମ ସ୍ମାର୍ଟ ବଜାର ଓ ଜିଓ ମାର୍ଟର ଲୋକପ୍ରିୟ ଅଫର ‘ଫୁଲ ପଇସା ଭାସୁଲ ସେଲ୍‌’ର...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri