Posted inଜାତୀୟ

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ବଢ଼ିଲା: ପ୍ରସ୍ତାବ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୨ା୭(ପି.ଟି.): ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବା ପ୍ରସ୍ତାବ ସୋମବାର ରାଜ୍ୟସଭାରେ ଗୃହୀତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଉକ୍ତ ପ୍ରସ୍ତାବ ଆଗତ କରିଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ରାଷ୍ଟ୍ରପତି ଶାସନ ମିଆଦ ବଢ଼ାଇବା ଆବଶ୍ୟକ ପଡୁଛି ବୋଲି ସେ କହିଥିଲେ। ପ୍ରସ୍ତାବକୁ ବିଜେଡି ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ସମର୍ଥନ ଜଣାଇଥିଲେ। ଜୁଲାଇ ୩ରୁ ଆଉ ୬ ମାସ ପାଇଁ ଲାଗୁ ହେବାକୁ ଥିବା ରାଷ୍ଟ୍ରପତି ଶାସନ ପ୍ରସ୍ତାବ ଗତ ଶୁକ୍ରବାର ଲୋକ ସଭାର ଅନୁମୋଦନ ଲାଭ କରିଥିଲା।
ବିଧାନସଭା ନିର୍ବାଚନ ବିଳମ୍ବକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବାରୁ ଶାହ କହିଥିଲେ, ପୂର୍ବରୁ କେବେ ରମଜାନ ମାସରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହୋଇ ନଥିଲା। ଜୁନ୍‌ ୩୦ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅମରନାଥ ଯାତ୍ରା ଏବଂ ଅକ୍ଟୋବର ପର୍ଯ୍ୟନ୍ତ ବକରଓ୍ବାଲ ସମ୍ପ୍ରଦାୟ ପର୍ବତାରୋହଣରେ ଯାଉଥିବାରୁ ଏହା ପରେ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।
ସେହିପରି ରାଜ୍ୟ ସଭାରେ ଶାହ ଆଣିଥିବା ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍‌, ୨୦୧୯ ମଧ୍ୟ ବାଚନିକ ଭୋଟରେ ଗୃହୀତ ହୋଇଯାଇଛି। ଏହି ବିଲ୍‌ ମଧ୍ୟ ପୂର୍ବରୁ ଲୋକ ସଭାରେ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ: କହିଲେ ରାଜ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ…

ଭୁବନେଶ୍ୱର,୧ା୧: କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri