Posted inଜାତୀୟ

‘ଭାଜପାକୁ ରାଜନୈତିକ ଅମ୍ଳଜାନ ଆବଶ୍ୟକ’

କୋଲକାତା, ୫।୫: ପଶ୍ଚିମବଙ୍ଗ ଜନସାଧାରଣ ଭାଜପାକୁ ପ୍ରତ୍ୟାଖ୍ୟାନ କରିଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ଭାଜପାକୁ ଏବେ ରାଜନୈତିକ ଅମ୍ଳଜାନ ଆବଶ୍ୟକ ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଭାଜପା ହାରିପାରେ ନିର୍ବାଚନ ଫଳାଫଳ ତାହା ପ୍ରମାଣିତ କରିଛି। ଶେଷରେ ଗଣତନ୍ତ୍ରର ବିଜୟ ହୋଇଛି। ରାଜ୍ୟବାସୀ ଭାଜପାକୁ ବାଟ ଦେଖାଇ ଦେଇଛନ୍ତି। ଗଣତନ୍ତ୍ରରେ ତୁମେ ଅହଂକାର ଦେଖାଇବା ଉଚିତ ନୁହେଁ ବୋଲି ଟିଏମ୍‌ସି ନେତ୍ରୀ କହିଛନ୍ତି।
ଭାଜପା ସାମ୍ପ୍ରଦାୟିକ ଦଳ, ସେମାନେ ଅନ୍ୟମାନଙ୍କୁ ଅସୁବିଧାରେ ପକାଇଥାନ୍ତି। ସେମାନେ ଜାଲ୍‌ ଭିଡିଓ ବ୍ୟବହାର କରିବା ସହ କ୍ଷମତାର ଅପବ୍ୟବହାର କରିଥାନ୍ତି। ସେମାନେ କେନ୍ଦ୍ରୀୟ ସଂସ୍ଥାକୁ ନିଜ ଫାଇଦା ପାଇଁ ବ୍ୟବହାର କରିଥାନ୍ତି। ଉକ୍ତ ଦଳ ଭ୍ରାତୃଭାବ ଏବଂ ଦେଶର ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିଦେବାକୁ ଚାହାନ୍ତି। ଏଭଳି ଏଜେନ୍ସି ରାଜନୀତିର ଅନ୍ତ ହେଲେ ନରେନ୍ଦ୍ର ମୋଦି-ଅମିତ୍‌ ଶାହାଙ୍କ ରାଜନୀତି ଯୁଗ ଶେଷ ହେବ। ଏପରିକି ଭାଜପାର ବରିଷ୍ଠ ସଦସ୍ୟମାନେ ମୋଦି-ଶାହାଙ୍କ ରାଜନୈତିକ ଢାଞ୍ଚାକୁ ପ୍ରତ୍ୟାଖ୍ୟାନ କରିଥିବା ପଶ୍ଚିିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି।
ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ହେଉ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ସେଠାରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ସ୍ବେଚ୍ଛାସେବୀ ସଂଗଠନ (ଏନ୍‌ଜିଓ) ଆବେଦନ କରିଛି। ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ସମ୍ବିଧାନର ଅନୁଚ୍ଛେଦ ୩୫୬ ଅନୁସାରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ। ଏହା ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଉ ବୋଲି ଇଣ୍ଡିକ୍‌ କଲେକ୍ଟିଭ୍‌ ଟ୍ରଷ୍ଟ ଅନୁରୋଧ କରିଛି। ଉକ୍ତ ଟ୍ରଷ୍ଟରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ନାଗରିକ ସ୍ବାଧୀନତା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ରହିଛନ୍ତି। ମେ’୨ରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରେ ହିଂସାକାଣ୍ଡ ଆରମ୍ଭ ହୋଇଛି। ବିରୋଧୀ ଦଳର କର୍ମୀ ଓ ସମର୍ଥକମାନଙ୍କୁ ନୃଶଂସ ଭାବେ ହତ୍ୟା କରାଯିବା ସହ ସେମାନଙ୍କ ଘର ଓ ସମ୍ପତ୍ତିକୁ ନଷ୍ଟ କରିଦିଆଯାଉଛି। ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଦୁର୍ବୃତ୍ତମାନେ ରାଜ୍ୟକୁ ସମ୍ପୂର୍ଣ୍ଣ ଆଇନଶୂନ୍ୟ ଜୋନ୍‌ରେ ପରିଣତ କରିଦେଇଥିବା ଟ୍ରଷ୍ଟ ଅଭିଯୋଗ କରିଛି।

ହିଂସାକୁ ନେଇ ଉଦ୍‌ବେଗ ଜଣାଇଲେ ମୋଦି

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ୧୨ ଜଣଙ୍କ ଜୀବନ ଗଲାଣି। ମାସବ୍ୟାପୀ ନିର୍ବାଚନ ବେଳେ ମଧ୍ୟ ହିଂସାକାଣ୍ଡରେ କେତେଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍‌ ଧନଖରଙ୍କୁ ଫୋନ୍‌ କରି ରାଜନୈତିକ ହିଂସା ଓ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ହିଂସାକାଣ୍ଡକୁ ନେଇ ରିପୋର୍ଟ ମାଗିଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଚିନ୍ତାବ୍ୟକ୍ତ କରିଥିବା ରାଜ୍ୟପାଳ ଟୁଇଟ୍‌ କରିଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଦଙ୍ଗା, ପୋଡ଼ାଜଳା, ହତ୍ୟା, ଲୁଟ୍‌ପାଟ ଜାରି ରହିଛି। ହିଂସାକାଣ୍ଡର ସିବିଆଇ ତଦନ୍ତ ପାଇଁ ଜଣେ ଭାଜପା ନେତା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଭାଜପା କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରାଯିବା ସହ ମହିଳାମାନେ ବଳାତ୍କାରର ଶିକାର ହେଉଥିବା ସେ ପିଟିଶନରେ ଉଲ୍ଲେଖ କରିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଶାନ୍ତ ହେବାକୁ ଅନୁରୋଧ କରିବା ସହ ହିଂସା ପାଇଁ ଭାଜପାକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍‌ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri