Posted inଜାତୀୟ

ଡିଜିଟାଲ ପ୍ଲାଟ୍‌ଫର୍ମରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ସକ୍ରିୟ, ବିନିଯୋଗ କରୁଛନ୍ତି ୫୦%ରୁ ଅଧିକ ସମୟ

ନୂଆଦିଲ୍ଲୀ,୧୯।୫(ଆଇଏଏନ୍‌ଏସ୍‌): ଭାରତର ସହରାଞ୍ଚଳରେ ଡିଜିଟାଲ ବିପ୍ଳବର ମଙ୍ଗ ଏବେ ମହିଳାମାନଙ୍କ ହାତରେ। ବିଶେଷକରି ମନୋରଞ୍ଜନ, ମେସେଜିଂ, ଇ-କମର୍ସ ଏବଂ କ୍ୱିକ୍‌ କମର୍ସ ଭଳି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଇଣ୍ଟରନେଟ୍‌ରେ ଅଧିକ ସମୟ ବିତାଉଛନ୍ତି। କଞ୍ଜ୍ୟୁମର ବିହେଭିୟର୍‌ ଆନାଲିଟିକ୍ସ ପ୍ଲାଟଫର୍ମ ‘ଭିଟିସନ’ ଏବଂ ଇଣ୍ଟରନେଟ ଆଣ୍ଡ୍‌ ମୋବାଇଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଆଇଏଏମ୍‌ଏଆଇ) ପକ୍ଷରୁ ମିଳିତ ଭାବେ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ସହରାଞ୍ଚଳର ମହିଳାମାନେ ଦୈନିକ ହାରାହାରି ୮୨.୪ ମିନିଟ୍‌ କେବଳ ମନୋରଞ୍ଜନଭିତ୍ତିକ କଣ୍ଟେଣ୍ଟ ଦେଖିବାରେ ବିତାଉଛନ୍ତି। ଏଥିମଧ୍ୟରେ ୨୫ରୁ ୩୪ ବର୍ଷ ବୟସ୍କା ମହିଳାମାନଙ୍କର ସକ୍ରିୟତା ସବୁଠାରୁ ଅଧିକ। ସେମାନେ ପ୍ରତିଦିନ ପ୍ରାୟ ୮୬.୩ ମିନିଟ୍‌ ଡିଜିଟାଲ ମନୋରଞ୍ଜନରେ ଅତିବାହିତ କରୁଛନ୍ତି। ଇ-କମର୍ସ ଏବଂ କ୍ୱିକ୍‌ କମର୍ସ ପ୍ଲାଟଫର୍ମଗୁଡ଼ିକରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବ୍ୟବହାରର ସବୁଠାରୁ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି। ମେଟ୍ରୋ ସହରଗୁଡ଼ିକରେ ୨୫-୩୪ ବର୍ଷର ମହିଳାମାନେ ଶପିଂ ପାଇଁ ଦୈନିକ ହାରାହାରି ୩୫.୨ ମିନିଟ୍‌ ଏବଂ ପୁରୁଷମାନେ ୨୪.୮ ମିନିଟ୍‌ ସମୟ ଦେଉଛନ୍ତି। ଅର୍ଥାତ୍‌ ଅନଲାଇନ ଶପିଂ କ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରି ପୁରୁଷଙ୍କ ଅପେକ୍ଷା ୪୨% ଅଧିକ। ପ୍ରାୟ ୪୦.୭ କୋଟି ସହରୀ ଭାରତୀୟଙ୍କ ପ୍ରତିନିଧିତ୍ୱ କରୁଥିବା ୧ ଲକ୍ଷରୁ ଅଧିକ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ତଥ୍ୟକୁ ଅନୁଧ୍ୟାନ କରି ଏହି ବିଶ୍ଳେଷଣ ପ୍ରସ୍ତୁତ କରାଯାଇଛି।

ଭାରତୀୟ ସହରଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆପ୍‌ ବ୍ୟବହାର ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ଏହି କ୍ଷେତ୍ରରେ ୧୦୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ରେକର୍ଡ କରାଯାଇଛି। ସହରୀ ବ୍ୟବହାରକାରୀମାନେ ଦୈନିକ ହାରାହାରି ୧୧.୩ ମିନିଟ୍‌ ଏଆଇ ଆପ୍ଲିକେଶନ୍‌ରେ ବିତାଉଛନ୍ତି। ବର୍ତ୍ତମାନ ଏହି ବ୍ୟବହାର ମୁଖ୍ୟତଃ ୧୮-୩୪ ବର୍ଷର ଯୁବପିଢ଼ି ଏବଂ ଉଚ୍ଚ ଆୟକାରୀ ସହରୀ ପରିବାର ମଧ୍ୟରେ ସୀମିତ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାରମ୍ପରିକ ସର୍ଚ୍ଚ ଇଞ୍ଜିନ କିମ୍ବା ଇ-କମର୍ସ ସାଇଟ୍‌ ଖୋଲିବା ପୂର୍ବରୁ ଗ୍ରାହକମାନେ ବ୍ରାଣ୍ଡ୍‌ ଓ ପ୍ରଡକ୍ଟ ବିଷୟରେ ଜାଣିବା ପାଇଁ କନଭର୍ସେନାଲ ଏଆଇ ଟୁଲ୍ସର ସାହାଯ୍ୟ ନେଉଛନ୍ତି।
ଅନ୍ୟପକ୍ଷରେ ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ୧୮ରୁ ୨୪ ବର୍ଷ ବୟସ୍କ ଯୁବ ଗ୍ରାହକମାନେ ସବୁଠାରୁ ଆଗରେ ଅଛନ୍ତି। ଏହି ବର୍ଗର ଉପଭୋକ୍ତାମାନେ ଦୈନିକ ହାରାହାରି ୧୨୦ ମିନିଟ୍‌ (୨ ଘଣ୍ଟା) ସୋସିଆଲ ମିଡିଆରେ ବିତାଉଛନ୍ତି, ଯାହାକି ସାଧାରଣ ହାରାହାରି ସମୟ (୯୭.୯ ମିନିଟ୍‌) ଠାରୁ ଯଥେଷ୍ଟ ଅଧିକ। ଅପରପକ୍ଷରେ ୩୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ମନୋରଞ୍ଜନ କ୍ଷେତ୍ରରେ ଦୈନିକ ୭୭-୭୮ ମିନିଟ ସମୟ ଦେଉଛନ୍ତି। ରିପୋର୍ଟ ଅନୁସାରେ, ଡିଜିଟାଲ ପେମେଣ୍ଟ କିମ୍ବା ଟଙ୍କା କାରବାର ଆପ୍‌ ବ୍ୟବହାର କରିବା ଶୈଳୀ ସବୁ ଆୟ ବର୍ଗର (ଉଚ୍ଚ, ମଧ୍ୟମ ଓ ନିମ୍ନ) ପରିବାର ମଧ୍ୟରେ ପ୍ରାୟ ସମାନ ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ବିଶ୍ୱର ସବୁଠୁ ବଡ଼ ପରୀକ୍ଷା: ୫ମ ସ୍ଥାନରେ ଏନ୍‌ଇଇଟି ୟୁଜି

ନୂଆଦିଲ୍ଲୀ,୬।୧୦: ଭାରତର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି ୟୁଜି ବିଶ୍ୱର ସବୁଠାରୁ ବଡ଼ ପରୀକ୍ଷାଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଏସବିଆଇ ରିସର୍ଚ୍ଚର ଏକ ରିପୋର୍ଟ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?