Posted inଖେଳ

ଜାତୀୟ ସିନିୟର ରୋଡ୍‌ ରେସ୍‌ ସାଇକ୍ଲିଂ: ସ୍ବସ୍ତି ସିଂଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୯।୩(କ୍ରୀଡ଼ା ପ୍ରତିନିଧି):ସାଇକ୍ଲିଂ ପ୍ରତିଭା ସ୍ବସ୍ତି ସିଂ ନିଜ ପ୍ରଦର୍ଶନ ମାଧ୍ୟମରେ ପୁଣି ଓଡ଼ିଶାକୁ ଗର୍ବିତ କରିଛନ୍ତି। ମହାରାଷ୍ଟ୍ରର ନଭି ମୁମ୍ବାଇରେ ୫ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ୨୫ତମ ଜାତୀୟ ସିନିୟର, ଏଲିଟ, ଜୁନିୟର ଓ ୟୁଥ୍‌ ରୋଡ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ର ମହିଳା ୬୦ କିଲୋମିଟର ରେସ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ବସ୍ତି ୧୯ ବର୍ଷରୁ କମ୍‌ ହୋଇଥିଲେ ହେଁ ସିନିୟର ବିଭାଗରେ ରେସ୍‌ କରି ସଫଳତା ପାଇଥିଲେ। ସେ ୦୨:୦୦:୨୫.୪୬୨ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। କର୍ନାଟକର ଦନାମ୍ମା ଚିଚାଖଣ୍ଡି ରୌପ୍ୟ ଏବଂ ଆରଏସ୍‌ପିବିର କୋମଲ ଦେଶମୁଖ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ରେସ୍‌ ପ୍ରକୃତରେ ୧୦୦ କିଲୋମିଟର ବିଶିଷ୍ଟ ଥିଲା। ମାତ୍ର ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାକୁ ୬୦ କିମି ବିଶିଷ୍ଟ କରାଯାଇଥିଲା। ସ୍ବସ୍ତିଙ୍କ ରକ୍ତଚାପ ବହୁତ ବଢ଼ି ଯାଇଥିଲା। ଏହା ସତ୍ତ୍ୱେ ସେ ସାହସର ସହ ରେସ୍‌ କରି ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ ବୋଲି ସ୍ବସ୍ତିଙ୍କ କୋଚ୍‌ ସୁଶୀଲ କୁମାର ଦାସ ପ୍ରକାଶ କରିଛନ୍ତି। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କ୍ୟାଡେଟ ସ୍ବସ୍ତିଙ୍କର ସାଇକେଲ ଚାଳନା ବେଗ ଘଣ୍ଟାପ୍ରତି ୨୯.୮୯ କିମିଥିଲା। ସ୍ବସ୍ତି ଚଳିତ ମାସରେ ହାଇଦ୍ରାବାଦରେ ହେବାକୁଥିବା ଜାତୀୟ ଟ୍ରାକ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ଭାଗନେବେ। ଏହା ବ୍ୟତୀତ ନଭେମ୍ବରରେ ହେବାକୁଥିବା ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ାରେ ମଧ୍ୟ ସେ ଅଂଶଗ୍ରହଣ କରିବେ।
ଉମା ଦେବୀ ଓ ଅମର ସିଂଙ୍କ କନ୍ୟା ସ୍ବସ୍ତି ସୁଶୀଲ କୁମାର ଦାସଙ୍କଠାରୁ କୋଚିଂ ନେଇ କ୍ୟାରିୟର ଆଗକୁ ବଢ଼ାଇଛନ୍ତି। ୨୦୧୫ରେ ସାଇକ୍ଲିଂ କ୍ୟାରିୟର ଆରମ୍ଭ କରିଥିବା ଏହି ପ୍ରତିଭା ସମ୍ପନ୍ନ ସାଇକ୍ଲିଷ୍ଟ ଇତିମଧ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ କିଛି ସଫଳତା ମଧ୍ୟ ଅର୍ଜନ କରିସାରିଛନ୍ତି। ୨୦୨୦ ଜାନୁୟାରୀରେ ଗୁଆହାଟୀରେ ଅନୁଷ୍ଠିତ ୩ୟ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ବାଳିକା କାଟେଗୋରିରେ ସେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ପାଇଥିଲେ। ଏହାପୂର୍ବରୁ ୨୦୧୮ରେ ହରିୟାଣାରେ ଅନୁଷ୍ଠିତ ୨୩ତମ ଜାତୀୟ ରୋଡ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୧୫ କିମି ବ୍ୟକ୍ତିଗତ ଟାଇମ୍‌ ଟ୍ରାଏଲ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ୨୦୧୮ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫ମ ଏସିଆନ୍‌ କପ୍‌ ଟ୍ରାକ୍‌ ସାଇକ୍ଲିଂର ଜୁନିୟର ମହିଳା ୨ କିମି ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରି ଅନ୍ତର୍ଜାତୀୟ କ୍ୟାରିୟରକୁ ରୁଦ୍ଧିମନ୍ତ କରିଥିଲେ ସ୍ବସ୍ତି। ୨୦୧୯ରେ ନୂଆଦିଲ୍ଲୀରେ ଆୟୋଜିତ ଏସିଆ କପ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୨ କିମି ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ପାଇଥିଲେ। ଏହି ଅବସରରେ ସେ ୨:୩୫.୧୬୧ ସେକେଣ୍ଡ ସମୟ ନେଇ ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। ୨୦୧୯ରେ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ାର ମହିଳା ବ୍ୟକ୍ତିଗତ ରୋଡ୍‌ରେସ୍‌ ଇଭେଣ୍ଟରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ଜୁନିୟର ସ୍ତରରୁ ପ୍ରଦର୍ଶନର ଛାପ ଛାଡ଼ି ସ୍ବସ୍ତି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri