Posted inଫୁରସତ

ଘର ତିଆରି ପାଇଁ ଗଛକୁ ନ କାଟି କରିନେଲେ ନିଜ ପରିବାର ସଦସ୍ୟ

ଯଦି ଘର ତିଆରି କରିବାର ଥାଏ ଆମେ ପ୍ରଥମେ ସେହି ଜାଗାରେ ଥିବା ଗଛ କାଟି ସଫା କରିଥାଉ। ବୃକ୍ଷ ହିଁ ଜୀବନ ଜାଣି ମଧ୍ୟ ଆମେ ଏହା କରିବାକୁ ପଛାଇ ନ ଥାଉ। କିନ୍ତୁ ଏପରି ଗୋଟେ ପରିବାର ଅଛି, ଯିଏକି ଗଛ ନ କାଟି ତା ସହ ରହିବାକୁ ପସନ୍ଦ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରରେ। ଯେଉଁଠାରେ ଘର କରିବା ପାଇଁ ପରିବାର ଲୋକ ଗଛ ନ କାଟି ଗଛରେ ହିଁ ଘର କରି ରହୁଛନ୍ତି। ଘର ନର୍ମାଣ ସମୟରେ ଗଛ କାଟିବା ବଦଳରେ ତାକୁ ନିଜ ପରିବାରର ଏକ ସଦସ୍ୟ ଭାବେ ଗ୍ରହଣ କରିନେଇଛନ୍ତି।
୧୯୯୪ରୁ ଘରେ ରହିଛି ଗଛ
ଜବଲପୁରରେ ଯେ କୌଣସି ଲୋକଙ୍କୁ ଏହି ଘର ବିଷୟରେ ପଚାରିବେ ତାହା ସମସ୍ତଙ୍କୁ ଜଣାଥିବ। ସେହି ଘରକୁ ପୁରାପୁରି ଅଶ୍ୱସ୍ତ ଗଛ ଢାଙ୍କିକି ରହିଛି। ଯୋଗେସ କେସରବାନି ନାମକ ବ୍ୟକ୍ତି ପୂରା ପରିବାର ସହ ସେଠାରେ ରହୁଛନ୍ତି। ତାଙ୍କ କହିବା ଅନୁସାରେ ୧୯୯୪ରୁ ସେଠାରେ ଅଶ୍ୱସ୍ତ ଗଛ ରହିଛି। ଘର ତିଆରି କରିବା ସମୟରେ ଯୋଗେସଙ୍କ ମା ବାପା ଜଣେ ଇଞ୍ଜିନିୟରଙ୍କୁ ଡାକି ଏହି ଘର ତିଆରି କରିଥିଲେ।

ଗଛକୁ ହୋଇସାରିଛି ୧୫୦ ବର୍ଷ
ଯୋଗେସ କୁହନ୍ତି, ତାଙ୍କ ମା ବାପା ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଘର ତିଆରି ସମୟରେ ହିଁ ତାଙ୍କ ବାପା ଗଛ ନ କାଟିବା ପାଇଁ ନିଷ୍ପତି ନେଇଥିଲେ। ଏବେ ସେହି ଗଛକୁ ୧୫୦ ବର୍ଷ ହୋଇସାରିଛି। ଗଛଟିକୁ କାଟିବା ବହୁତ ସହଜ କିନ୍ତୁ ଏହାକୁ ବଢ଼ାଇବା ବହୁତ କଷ୍ଟ ବୋଲି ସେ କୁହନ୍ତି।
ଯୋଗେଶଙ୍କ ଗଛ ଚିନ୍ତା
ଗଛ ଏବେ ଯୋଗେସଙ୍କ ପରିବାର ସଦସ୍ୟ ହୋଇଯାଇଛି। ଏହି ଗଛ ଯୋଗୁ ବିଭିନ୍ନ ପ୍ରକାର ପକ୍ଷୀ ମଧ୍ୟ ଆସି ବସା ବାନ୍ଧିଛନ୍ତି। ଏହି ଗଛ ଲୋକମାନଙ୍କୁ ଆକର୍ଷିତ କରିଥାଏ। ବାଟରେ ଯାଉଥିବା ଲୋକେ ଗଛ ସହ ସେଲଫି ମଧ୍ୟ ଉଠାଇଥାନ୍ତି। ତେବେ ଗଛ ନ କାଟି ଏଭଳି ଭାବେ ପ୍ରକୃତିକୁ ରକ୍ଷା କରାଯାଇପାରିବ ବୋଲି ଯୋଗେଶ ଭାବନ୍ତି।


ଗଛ ପାଇଁ ହୋଇନି କୌଣସି ଅସୁବିଧା
ଘର ତିଆରି ହେଲା ପରେ କିଛି ଇଞ୍ଜିନିୟରିଂ ଛାତ୍ର ସେହି ସ୍ଥାନକୁ ଆସି ଘରର ଡିଜାଇନ ବିଷୟରେ ଅଧ୍ୟୟନ କରନ୍ତି। ଏହି ଗଛ ପାଇଁ ପରିବାରକୁ କୌଣସି ଅସୁବିଧା ହୁଏ କି ବୋଲି ଛାତ୍ରମାନେ ପଚାରନ୍ତି। ଆଉ ଏହାର ଉତ୍ତରରେ ଯୋଗେସ କୁହନ୍ତି ଏଠାରେ ଗଛ ଅଛି ବୋଲି ଆମକୁ ଜଣାପଡ଼େ ନାହିଁ। ତେବେ ଜବଲପୁରରେ ଥିବା ଏହି ଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri