Posted inଖେଳ

୧୨୩ ବର୍ଷ ପୂର୍ବେ ଆଜିର ଦିନରେ ମରାଯାଇଥିଲା କ୍ରିକେଟ ଇତିହାସର ପ୍ରଥମ ଛକା: କିଛି ଏଭଳି ଥିଲା..

ନୂଆଦିଲ୍ଲୀ,୧୪।୧: ଖେଳଜଗତରେ ଏଭଳି ଅନେକ ଘଟଣା ଘଟେ ଯାହାକୁ ସହଜରେ ଭୁଲି ହୁଏନା। ସେଭଳି ଏକ ଘଟଣାକ୍ରମରେ କ୍ରିକେଟ ଇତିହାସରେ ଜାନୁୟାରୀ ୧୪ରେ ପ୍ରଥମ ଛକା ମରାଯାଇଥିଲା। ଆଜିଠାରୁ ୧୨୩ ବର୍ଷ ପୂର୍ବେ ୧୮୯୮ରେ କ୍ରିକେଟରେ ପ୍ରଥମ ଛକା ଦେଖିବାକୁ ମିଳିଥିଲା।

୧୯୭୭ରେ ଟେଷ୍ଟ କ୍ରିକେଟ ଆରମ୍ଭ ହୋଇଥିଲା। ୧୮୯୮ର ଉକ୍ତ ମ୍ୟାଚ୍‌ ପର୍ଯ୍ୟନ୍ତ ମୋଟ ୫୪ ଟେଷ୍ଟ ଖେଳା ସରିଥିଲା। ହେଲେ କେହି ବି ଖେଳାଳି ଛକା ମାରି ନ ଥିଲେ। ଶେଷରେ ୫୫ତମ ମ୍ୟାଚ୍‌ରେ ଇଂଲଣ୍ଡ ସହ ଅଷ୍ଟ୍ରେଲିଆକୁ ଭେଟିଥିଲା। ଆଡିଲେଡ୍‌ରେ ଖେଳାଯାଇଥିବା ସେହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଜୋ ଡାର୍ଲିଂ ନିଜର ଶତକ ପୂରଣ କରିବା ଲାଗି ଏକ ଶର୍ଟ ମାରିଥିଲେ। ତାହା ଛକା ହୋଇଥିଲା। ପ୍ରଥମ ଥର ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ କୌଣସି ବ୍ୟାଟ୍ସମ୍ୟାନ୍‌ ଛକା ମାରିଥିବାରୁ ତାହା ସ୍ମରଣୀୟ ଥିଲା।

ତେବେ ସେହି ସମୟରେ ବଲ୍‌ ବାଉଣ୍ଡ୍ରି ବାହାରକୁ ଯାଉଥିଲେ ବ୍ୟାଟ୍ସମ୍ୟାନ୍‌ଙ୍କୁ ୫ ରନ୍‌ ମିଳୁଥିଲା। ହେଲେ ଷ୍ଟାଡିୟମ ବାହାରକୁ ବଲ୍‌ ଗଲେ ତାହା ଛକା ହେଉଥିଲା। ପରବର୍ତ୍ତୀ ସମୟରେ ନିୟମ ବଦଳିଛି। ଉକ୍ତ ମ୍ୟାଚ୍‌ରେ ଡାର୍ଲିଂ ୧୭୮ ରନ୍‌ କରିଥିଲେ। ସେଥିରେ ୨୬ ଚଉକା ଏବଂ ୩ ଛକା ଥିଲା। ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri