ଚୋରା ଚାଲାଣ ଉଦ୍ୟମ ପଣ୍ଡ, ୧୨ ଗିରଫ

କଟକ ଅଫିସ, ୧୬।୧୨: କଟକ ସହରର ବିଭିନ୍ନ ସ୍ଥାନରେ ଦାଦାବଟି ସହ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ପ୍ରସ୍ତୁତ ସରିଥିଲା ପୂରା ରୋଡ୍‌ମ୍ୟାପ। ଏଥିପାଇଁ ବିହାର ଓ ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକରୁ କିଣାଯାଇଥିଲା ବିପୁଳ ଅସ୍ତ୍ରଶସ୍ତ୍ର। ହେଲେ ସବୁକିଛି ହୋଇଗଲା ଚୂର୍‌ମାର। ପୋଲିସ ଗୋଇନ୍ଦା ରିପୋର୍ଟକୁ ଆଧାର କରି ସୋମବାର କଟକ ସହରର ବିଭିନ୍ନ ଥାନା ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଚଢ଼ାଉ କରିଥିଲା। କଟକ ଚାଉଳିଆଗଞ୍ଜ, ମାଲଗୋଦାମ, ମର୍କତନଗର ଓ ଜଗତ୍‌ପୁର ଥାନାରେ ପୋଲିସ ଚଢ଼ାଉ କରି ୨୪ଘଣ୍ଟା ମଧ୍ୟରେ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କଠାରୁ ୭ଟି ଦେଶୀ ପିସ୍ତଲ, ୩୫ଟି ଅଫୁଟା ଗୁଳି ସହ ଗୋଟିଏ ଇନୋଭା କାର୍‌ ଓ ଗୋଟିଏ ପଲ୍‌ସର ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଥିବା ଜଣାପଡ଼ିଛି। ତେବେ ଏନେଇ ଅଧିକ ତଦନ୍ତ ଚାଲିଛି ସମସ୍ତ ଅଭିଯୁକ୍ତ ଧଳସାମନ୍ତ ଭ୍ରାତାଙ୍କ ସହ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି ବୋଲି କଟକ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଜଗତ୍‌ସିଂହପୁର ଅଞ୍ଚଳର କେତେଜଣଯୁବକ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା ପାଇଁ କଟକ ସହରର ବିଭିନ୍ନ ସ୍ଥାନରେ ଲୁଚିଥିବା ନେଇ ସୋମବାର ପୋଲିସକୁ ଖବର ମିଳିଥିଲା। ଉକ୍ତ ଖବରକୁ ଆଧାରକରି ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଜଗତ୍‌ସିଂହପୁର ଅଞ୍ଚଳର ଅସିତ କୁମାର ଦାସ ଓରଫ ଡିମା, ରାକେଶ ମଲିକ ଓରଫ ପିଙ୍କୁ ଓ ସୂର୍ଯ୍ୟକାନ୍ତ ସ୍ବାଇଁଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୨ଟି ୯ଏମ୍‌ଏମ୍‌ର ଦେଶୀ ବନ୍ଧୁକ ଓ ୧୨ଟି ଅଫୁଟା ଗୁଳି ଜବତ କରାଯାଇଥିଲା। ଏମାନଙ୍କ ନାମରେ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା(୪୫୦/୨୦୨୦) ରୁଜୁ ହୋଇଛି। ସେହିପରି ମାଲଗୋଦାମ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଜଗତ୍‌ସିଂହପୁର ଅଞ୍ଚଳର ବ୍ରଜକିଶୋର ସ୍ବାଇଁ ଓରଫ ବିଭୁ, ରତ୍ନାକର ଦାସ ଓରଫ ବାବୁଲା ଓ ଧନଞ୍ଜୟ ସାହୁଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଗୋଟିଏ ୯ ଏମ୍‌ଏମ୍‌ର ଦେଶୀ ବନ୍ଧୁକ, ୯ଟି ଅଫୁଟା ଗୁଳି ଓ ଗୋଟିଏ ଇନୋଭା କାର୍‌(ଓଡି୨୧-ଇ-୨୫୫୫) ଜବତ କରାଯାଇଥିଲା ା ଏମାନଙ୍କ ନାମରେ ମାଲଗୋଦାମ ଥାନାରେ ଏକ ମାମଲା(ନଂ.୨୫୩/୨୦୨୦) ରୁଜୁ କରାଯାଇଛି। ଆଉ ଏକ ଚଢ଼ାଉରେ ମର୍କତନଗର ଥାନା ଅଞ୍ଚଳର ସୁବ୍ରତ ସାମଲ ଓରଫ ଚିଣ୍ଟୁ, ବିଶ୍ୱଜିତ ପଟ୍ଟନାୟକ ଓରଫ ଲକି, ବିଶ୍ୱଜିତ ସାମଲ ଓରଫ ରାଜାଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ,ଗୋଟିଏ ଦେଶୀ ଏୟାର ଗନ୍‌, ୨ଟି ଅଫୁଟା ଗୁଳି, ଗୋଟିଏ ପଲ୍‌ସର ମୋଟର ସାଇକେଲ,୨ଟି ମୋବାଇଲ ଫୋନ୍‌ ଓ ୧୨୫୦ ଟଙ୍କା ଜବତ କରାଯାଇଥିଲା ା ଏମାନେ ସମସ୍ତେ କଟକ ଜିଲାର ଅଟନ୍ତି । ଏମାନଙ୍କ ନାମରେ ମର୍କତନଗର ଥାନାରେ ଏକ ମାମଲା(ନଂ. ୨୨୨/୨୦୨୦) ରୁଜୁ କରାଯାଇଛି ା ମଙ୍ଗଳବାର ଜଗତ୍‌ପୁର ଥାନା ଅଞ୍ଚଳରୁ ରାକେଶ ଦାସ ଓରଫ ରାକା, ସ୍ମୃତି ରଞ୍ଜନ ଦାସ ଓରଫ ଲିପୁ ଓ ଆଶିଷ କୁମାର ଜେନା ଓରଫ ଟିଟୁଆଙ୍କ ଠାରୁ ୨ଟି ୯ଏମ୍‌ଏମ୍‌ର ଦେଶୀ ବନ୍ଧୁକ ଓ ୧୨ଟି ଅଫୁଟା ଗୁଳି ଜବତ କରାଯାଇଛି ା ଏମାନଙ୍କ ଘର ଜଗତ୍‌ସିଂହପୁର ଜିଲା ବୋଲି ଜଣାପଡ଼ିଛି। ଏମାନଙ୍କ ନାମରେ ଜଗତ୍‌ପୁର ଥାନାରେ ଏକ ମାମଲା (ନଂ. ୫୨୬/୨୦୨୦) ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ବିଭିନ୍ନ ଅପରାଧ ପାଇଁ ଅସାମାଜିକ ଯୁବକଙ୍କୁ ଅଭିଯୁକ୍ତମାନେ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଯୋଗାଇଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କ ଅପରାଧ ସାମ୍ରାଜ୍ୟର ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ଅତିରିକ୍ତ ଡିସିପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri