Posted inଜାତୀୟ

ବଢ଼ିବ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା

ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଲୋକ ସଭା ଓ ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଖର୍ଚ୍ଚ ସୀମା କେତେ ହେବା ଆବଶ୍ୟକ ଏନେଇ ନିର୍ବାଚନ କମିଶନ (ଇସି) ସ୍ବୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳଗୁଡ଼ିକର ମତାମତ ଲୋଡ଼ିଛନ୍ତି। ସେମାନଙ୍କୁ ମତାମତ ଓ ପ୍ରସ୍ତାବ କମିଟିର ନୋଡାଲ ଅଫିସରଙ୍କ ପାଖକୁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି। ନିର୍ବାଚନୀ ଖର୍ଚ୍ଚ ସୀମା ସଂଶୋଧନ ଲାଗି ଗତ ଅକ୍ଟୋବରରେ ଉକ୍ତ କମିଟି ଗଠନ କରାଯାଇଥିଲା।
ଭୋଟରଙ୍କ ସଂଖ୍ୟା ବଢ଼ିବା ସହ ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ପୁନଃ ନିର୍ଦ୍ଧାରଣ ଲାଗି କମିଟିକୁ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ୨୦୧୪ରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ସଂଶୋଧନ ହୋଇଥିତ୍ଲା। ଗତ ୬ ବର୍ଷ ମଧ୍ୟରେ ଭୋଟରଙ୍କ ସଂଖ୍ୟା ୮୩.୪ କୋଟିରୁ ୯୨.୧ କୋଟିକୁ ବୃଦ୍ଧି ପାଇଛି। ଉକ୍ତ ସମୟ ମଧ୍ୟରେ ମୂଲ୍ୟ ମୁଦ୍ରାସ୍ଫୀତି ୨୨୦ରୁ ବଢ଼ି ୩୦୧ରେ ପହଞ୍ଚତ୍ଲାଣି ବୋଲି ଅକ୍ଟୋବରରେ କମିଟି ଗଠନ ବେଳେ ଘୋଷଣା କରାଯାଇଥିଲା। କମିଟି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ଦ୍ଧିତ ଭୋଟର ସଂଖ୍ୟା ଏବଂ ମୁଦ୍ରାସ୍ଫୀତି ସୂଚକାଙ୍କକୁ ଅନୁଧ୍ୟାନ କରି ବର୍ତ୍ତମାନ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚ କେତେ ହେବା ଆବଶ୍ୟକ ତାହା ସ୍ଥିର କରିବ। ଆସନ୍ତା ବର୍ଷ ପ୍ରଥମ ଭାଗରେ କମିଟି ଇସିଙ୍କୁ ରିପୋର୍ଟ ଦେବା ଆଶା କରାଯାଉଛି। କରୋନା ମହାମାରୀ ସମୟରେ ପ୍ରାର୍ଥୀମାନେ ପ୍ରଚାରକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ବିଚାରକୁ ନେଇ ଇସିଙ୍କ ସୁପାରିସ କ୍ରମେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୧୦ ପ୍ରତିଶତ ମଧ୍ୟରେ ବଢ଼ାଇବା ପାଇଁ ସରକାର କମିଟି ଗଠନ କରିଥିଲେ। ଏହି ସଂଶୋଧିତ ଖର୍ଚ୍ଚ ବିହାର ବିଧାନସଭା ନିର୍ବାଚନ ଓ ଅନ୍ୟାନ୍ୟ ଉପନିର୍ବାଚନ ପାଇଁ ଲାଗୁ ହେବ।
ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ତେଲଙ୍ଗାନା ଏବଂ ଦିଲ୍ଲୀ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଲୋକ ସଭା ନିର୍ବାଚନ ପାଇଁ ୭୭ ଲକ୍ଷ ଏବଂ ବିଧାନସଭା ପାଇଁ ୩୦.୮ ଲକ୍ଷ ଟଙ୍କା ରଖାଯାଇଛି। ସେହିପରି ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରାରେ ଲୋକ ସଭା ନିର୍ବାଚନ ଖର୍ଚ୍ଚ ସୀମା ୭୭ ଲକ୍ଷ ହୋଇଥିବାବେଳେ ବିଧାନସଭା ଖର୍ଚ୍ଚ ସୀମା ୨୨ ଲକ୍ଷ ରହିଛି। ଅରୁଣାଚଳପ୍ରଦେଶ, ଗୋଆ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାଭେଲି ଏବଂ ଡାମନ ଓ ଡିଉ, ଲାକ୍ଷାଦ୍ୱୀପ, ପୁଡ଼ୁଚେରୀ ଓ ଲଦାଖ ପାଇଁ ପ୍ରାର୍ଥୀଙ୍କ ଲୋକ ସଭା ନିର୍ବାଚନ ଖର୍ଚ୍ଚ ସୀମା ୫୯.୪ ଲକ୍ଷ ଏବଂ ବିଧାନସଭା ନିର୍ବାଚନ ପାଇଁ ୨୨ ଲକ୍ଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri