Posted inଖେଳ

ସିରାଜଙ୍କୁ ଅଷ୍ଟ୍ରେଲିଆ ଗଣମାଧ୍ୟମର ପ୍ରଶଂସା

ସିଡ୍‌ନୀ, ୧୩ା୧୨ (ପି.ଟି.)- ଶନିବାର ଓ୍ବାର୍ମଅପ୍‌ ମ୍ୟାଚ ପ୍ରଥମ ଦିବସରେ ଅଷ୍ଟ୍ରେଲୀୟ ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜିବା ପରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କ ଆଚରଣକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଉଚ୍ଚ ପ୍ରଶଂସା କରାଯାଇଛି। କାମେରନ ଗ୍ରୀନ୍‌ ନିଜ ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କ ଷ୍ଟ୍ରେଟ୍‌ ଡ୍ରାଇଭ୍‌ କ୍ୟାଚ ଧରିବାକୁ ଉଦ୍ୟମ କରୁଥିବା ବେଳେ ବଲ୍‌ ତାଙ୍କ ହାତରୁ ଖସିବାପରେ ଯାଇ ମୁଣ୍ଡରେ ବାଜିଥିଲା। ସେତେବେଳେ ସିରାଜ ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌ରେ ଥିଲେ। ସେ ତୁରନ୍ତ ତାଙ୍କ ବ୍ୟାଟ୍‌କୁ ତଳେ ପକାଇ ସହାୟତା ପାଇଁ ଗ୍ରୀନ୍‌ଙ୍କ ପାଖକୁ ଯାଇଥିଲେ। ବୁମ୍‌ରା ମଧ୍ୟ ତାଙ୍କ ପଛେ ପଛେ ଘଟଣାସ୍ଥଳକୁ ଯାଇଥିଲେ। ମୁଣ୍ଡରେ ଆଘାତପାଇବା ପରେ ଭାରତ ଓ ଅଷ୍ଟ୍ରେଲିଆ ଏ’ ମଧ୍ୟରେ ଚାଲିଥିବା ୩ଦିନିଆ ପିଙ୍କ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌ରୁ ଗ୍ରୀନ୍‌ ବାଦ୍‌ ପଡିିଛନ୍ତି। ନାଇନ୍‌ ନ୍ୟୁଜ୍‌ ଅଷ୍ଟ୍ରେଲିଆ ଟୁଇଟ୍‌ କରି କହିଛି, ଯୁବ ଅଲ୍‌ରାଉଣ୍ଡର ଗ୍ରୀନ୍‌ଙ୍କ ମୁଣ୍ଡରେ ବଲ୍‌ ବାଜିବା ପରେ ତାଙ୍କୁ ସହାୟତା ପାଇଁ ଆଗେଇ ଆସିବା ଦ୍ୱାରା ଭାରତୀୟ କ୍ରିକେଟର ମହମ୍ମଦ ସିରାଜ ତାଙ୍କ ଖେଳୁଆଡ ମନୋବୃତ୍ତିିର ପରିଚୟ ଦେଇଛନ୍ତି। କ୍ରିକେଟ ଡଟ୍‌ କମ୍‌ ଡଟ୍‌ ଏୟୁ ଟୁଇଟ୍‌ କରି କହିଛି ଯେ, ସିରାଜ ଏହି ସୁଯୋଗରେ ରନ୍‌ ସଂଗ୍ରହକୁ ଗୁରୁତ୍ୱ ନ ଦେଇ ଗ୍ରୀନ୍‌ଙ୍କ ଅବସ୍ଥା ଜାଣିବା ପାଇଁ ତାଙ୍କ ନିକଟକୁ ଯାଇଥିଲେ ଏବଂ ସବୁ ଠିକ୍‌ ହୋଇଯିବ ବୋଲି କହି ତାଙ୍କୁ ଆଶ୍ୱାସନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri