Posted inଫୁରସତ

ବଜାରରେ ବଢୁଛି କଳା କୁକୁଡ଼ାର ଚାହିଦା, ରାଜଧାନୀରେ କିଲୋ ପ୍ରତି ବିକ୍ରି ହେଉଛି…

ଭୋପାଳ,୨୯ା୧୧: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମିଳୁଥିବା ଚିକେନ୍‌ର ଏକ ବିଶେଷ ପ୍ରଜାତିର ନାଁ କଡ଼କନାଥ। ବର୍ତ୍ତମାନ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଛି। ମଧ୍ୟପ୍ରଦେଶର ଆଦିବାସୀ ବାହୁଲ ଜାବୁଆ ଜିଲାରେ ମିଳୁଥିବା ଏହା ଏକ ନିଆରା କଳା ରଙ୍ଗର କୁକୁଡ଼ା।

ସରକାରୀ ଅଧିକାରୀଙ୍କ କହିବାନୁସାରେ, କରୋନା ସଂକ୍ରମଣ ବୃଦ୍ଧି ହେତୁ ଆଜିକାଲି ଏହି କଳା କୁକୁଡ଼ାର ଚାହିଦା ବୃଦ୍ଧି ପାଇଛି। କରୋନା ଯୋଗୁ ଚିକେନ୍‌ ଖାଇବା କମାଇ ଦେଇଥିଲେ ଲୋକେ। ବର୍ତ୍ତମାନ ଅନଲକ୍‌ ଲାଗୁ ହେବା ପରଠାରୁ ଏହାର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ବିଶେଷ କଥା ହେଉଛି, ଏହି କୁକୁଡ଼ା ଦେଖିବାକୁ କଳା ମାତ୍ର ଏହାର ମାଂସ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ବୋଲି ବିବେଚନା କରାଯାଏ। ଖାଲି ଏତିକି ନୁହେଁ, କମ୍‌ ଚର୍ବି ଏବଂ ଅଧିକ ପ୍ରୋଟିନ୍‌ ଯୋଗୁ ଏହାର ମାଂସ ହାର୍ଟ୍‌, ଶ୍ୱାସକ୍ରିୟା ଏବଂ ରକ୍ତହୀନ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ।

ମଧ୍ୟପ୍ରଦେଶ ସରକାରଙ୍କ ଏକ ବିବୃତ୍ତିରେ କୁହାଯାଇଛି, ଚାହିଦାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷ ମାଲିକଙ୍କ ଆୟ ବୃଦ୍ଧି ନିଶ୍ଚିତ କରିବାକୁ ରାଜ୍ୟ ସରକାର ଏହାର ଉତ୍ପାଦନ ତଥା ବିକ୍ରୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ପ୍ରଜାତିର କୁକୁଡ଼ା ଉତ୍ପାଦନ ବୃଦ୍ଧି ପାଇଁ ସମବାୟ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ଜାବୁଆ, ଆଲିରାଜପୁର, ବାରଓ୍ବାନି ଏବଂ ଧର ଜିଲାର ପଞ୍ଜୀକୃତ କୁକୁଡ଼ା ଫାର୍ମଗୁଡ଼ିକରେ ମୋଟ ୩୦୦ ସଦସ୍ୟ ଅଛନ୍ତି। ଯେଉଁମାନେ ଏହି କୁକୁଡ଼ା ପାଳନ କରନ୍ତି।


ଜାବୁଆର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଟୋମର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରୁ କୁକୁଡ଼ା ମାଲିକମାନେ କଡ଼କନାଥ କୁକୁଡ଼ା କିଣିବାକୁ ଆସୁଛନ୍ତି। ତେବେ କରୋନା ଭୂତାଣୁ ସହ ଏହି କୁକୁଡ଼ା ମାଂସ ଲଢ଼ିଥାଏ ବୋଲି ଖାଉଥିବା ଲୋକେ କହୁଛନ୍ତି। ମାତ୍ର ବୈଜ୍ଞାନିକମାନେ ଏହାର ଏପର୍ଯ୍ୟନ୍ତ ଅଧ୍ୟୟନ କରିନାହାନ୍ତି। କିନ୍ତୁ ଏହି ପ୍ରଜାତିର କୁକୁଡ଼ାଙ୍କଠାରେ ଅଧିକ ପ୍ରୋଟିନ ଥାଏ ଏବଂ ଅନ୍ୟ କୁକୁଡ଼ାମାନଙ୍କ ତୁଳନାରେ ଚର୍ବି ଏବଂ କୋଲେଷ୍ଟରଲ ପରିମାଣ କମ୍‌ ରହିଥାଏ ଏହା ନିଶ୍ଚିତ। ଦିଲୀରେ ଏହି ପ୍ରଜାତିର କୁକୁଡ଼ା ମୂଲ୍ୟ ପ୍ରାୟ ୮୫୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri