ଉଡ଼ାଣ ପୁଣି ବନ୍ଦ

ଆକାର ପଟେଲ

ଚଳିତ ସପ୍ତାହରେ ହଂକଂ ଏୟାର ଇଣ୍ଡିଆ ଉଡାଣକୁ ପୁଣି ବନ୍ଦ କରିଛି। ସେଠାରେ ଓହ୍ଲାଇଥିବା ଭାରତୀୟମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ମିଳିବା ପରେ ହଂକଂ ଏହି ନିଷ୍ପତ୍ତି ନେଇଛି। ଅଗଷ୍ଟରୁ ଏଯାବତ ୫ମ ଥର ଲାଗି ଏଭଳି ଘଟଣା ଦେଖିବାକୁ ମିଳିଛି। ଯାତ୍ରୀମାନେ କୋଭିଡ୍‌ ଟେଷ୍ଟ୍‌ କରି ନେଗେଟିଭ ସୁନିଶ୍ଚିତ ହେବା ପରେ ବିମାନରେ ବସିବା କଥା, କିନ୍ତୁ ଆମ ପକ୍ଷରୁ ଏଭଳି ଟେଷ୍ଟ୍‌ କରାଯିବାରେ କୌଣସି ପ୍ରକାର କଠୋରତା ପ୍ରକାଶ ପାଉ ନ ଥିବା ଜଣାପଡୁଛି। ଯେଉଁ ଯାତ୍ରୀମାନେ ବିମାନରେ ବସିଲେ ଓ ହଂକଂରେ ପହଞ୍ଚିିଲେ ସେମାନଙ୍କ ସାର୍ଟିଫିକେଟରେ କୋଭିଡ୍‌ ନେଗେଟିଭ ଉଲ୍ଲେଖ ରହିଥିଲା ଏବଂ ଏହା ମିଥ୍ୟା ବୋଲି ଜଣାପଡିଲା। ମୁଁ ଜାଣିବା ପରେ ଏଥିରେ ଆଶ୍ଚର୍ଯ୍ୟ ହୋଇ ନ ଥିଲି, କାରଣ ପରୀକ୍ଷା ପାଇଁ ଭରତରେ କୌଣସି ଷ୍ଟାଣ୍ଡାର୍ଡ ପ୍ରୋସେସ୍‌ ବା ମାନକ ପଦ୍ଧତି ଅବଲମ୍ବନ କରାଯାଉନାହିଁ। ଏମିତି କି ବିମାନଯାତ୍ରା ଲାଗି ଏହା ହେଉନାହିଁ ଓ ମୋ ନିଜ ଅନୁଭୂତିରୁ ମୁଁ ଏହାର ପ୍ରମାଣ ଦେବି। ସୁରଟ୍‌ରେ ମୋ ବିରୋଧରେ ଏକ କେସ୍‌ ଚାଲିଛି ଓ ଏଥିତ୍ପାଇଁ କଛି ମାସ ହେବ ମୁଁ ନିୟମିତ ସୁରଟ୍‌ ଯିବା ଆସିବା କରୁଛି। କୋଭିଡ୍‌ କଟକଣା ଉଠିବା ପରେ ପ୍ରଥମେ ବିମାନରେ ମୁଁ ସେଠାରେ ପ୍ରଥମ ଥର ପହଞ୍ଚିଲି ଓ ବାସ୍ତବରେ ବିମାନ ଯାତ୍ରା କେମିତି ରହିଥିଲା ତାହା ଦେଖିବାକୁ ପାଇଲି । ସେଠାରେ ପହଞ୍ଚିବା ପରେ ସୁରଟ୍‌ ମ୍ୟୁନିସିପାଲିଟିରୁ ଏକ ଆପ୍‌କୁ ଡାଉନ୍‌ଲୋଡ କରିବାକୁ ପଡିବ ବୋଲି ମୋତେ ଏୟାରଲାଇନ ପକ୍ଷରୁ କୁହାଯାଇଥିଲା। ସେଲ୍ଫ ଆଟେଷ୍ଟେଡର ଏକ ଫର୍ମରେ ମୋଠାରେ କୋଭିଡ୍‌ର କୌଣସି ଲକ୍ଷଣ ନାହିଁ ବୋଲି ଦର୍ଶାଇ ସେଥିରେ ଦସ୍ତଖତ କରି ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା। ମୁଁ ସେହି ଆପ୍‌କୁ ଡାଉନ୍‌ଲୋଡ କରିବାକୁ ଚେଷ୍ଟା କଲି। ଏହା ଏତେ ସହଜ ନ ଥିଲା ଏବଂ ମୋ ଫୋନ୍‌ରେ ତାହା ହୋଇପାରିଲା ନାହିଁ। ସୁରଟ୍‌ରେ ଓହ୍ଲାଇବା ପରେ ମୋତେ ଆପ୍‌ କିମ୍ବା ଫର୍ମ ଦେଖାଇବା ପାଇଁ କୁହାଗଲା ନାହିଁ। କିନ୍ତୁ ଏହା ପରିବର୍ତ୍ତେ ବିମାନରେ ଯାଇଥିତ୍ବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ର଼୍ୟାପିଡ ଟେଷ୍ଟ କରିବା ଲାଗି କୁହାଗଲା। ସେମାନଙ୍କ ଫୋନ ନମ୍ବର ଓ ଠିକଣା ମଧ୍ୟ ରଖାଗଲା। କିନ୍ତୁ ମୁଁ ସୁରଟ୍‌ ଛାଡିବାବେଳେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ କରିଛି କି ନାହଁି ତାହା ଦେଖାଇବାକୁ ମୋତେ କୁହାଗଲା। କିନ୍ତୁ ମୋ ପାଖରେ ଏହା ନ ଥିଲା। ଏହା ଦରକାର ବୋଲି ମୋତେ ବି ଜଣା ନ ଥିଲା। ସୁରଟ୍‌ରୁ ବେଙ୍ଗାଲୁରୁରେ ପହଞ୍ଚିବା ପରେ ସେଠାରେ ମଧ୍ୟ ମୋତେ ଏବିଷୟରେ କିଛି କୁହାଯାଇ ନ ଥିଲା। କୋଭିଡ୍‌ ପରେ ଏହା ଥିଲା ମୋର ପ୍ରଥମଯାତ୍ରା। ତା’ପର ମାସରେ ଦ୍ୱିତୀୟ ଥର ସୁରଟ୍‌ ଗଲି। ସେଠାରେ ବିମାନରୁ ଓହ୍ଲାଇବା ପରେ କେହି କିଛି ମଧ୍ୟ ଯାଞ୍ଚ କରି ନ ଥିଲେ। ବିନା ଟେଷ୍ଟ କି ଫର୍ମରେ ମୁଁ ଚାଲିଲି। ଅକ୍ଟୋବରରେ ମୁଁ ତୃତୀୟ ଥର ସୁରଟ୍‌ ଗଲି। ବିମାନବନ୍ଦରରେ ଥିବା ଲୋକମାନେ ବିମାନରୁ ଓହ୍ଲାଉଥିବା ଯାତ୍ରୀମାନଙ୍କର ତାପମାତ୍ରା ନେଉଥିତ୍ଲେ, କିନ୍ତୁ କୋଭିଡ୍‌ ପରୀକ୍ଷା କରୁ ନ ଥିଲେ। ଯାତ୍ରୀମାନଙ୍କର ଠିକଣା ଓ ଫୋନ ନମ୍ବର ମଧ୍ୟ ରଖୁ ନ ଥିଲେ। ଏଥର ସୁରଟ୍‌ ଛାଡିବାବେଳେ କେହି ଆରୋଗ୍ୟ ସେତୁ ସମ୍ପର୍କରେ ଯାଞ୍ଚ କରି ନ ଥିଲେ। ଗୋଟିଏ ଏୟାରଲାଇନରେ ଫେସ୍‌ ସିଲ୍ଡ ବଣ୍ଟାଗଲା କିନ୍ତୁ ତାହାକୁ ବ୍ୟବହାର କରିବା ପାଇଁ ଜୋର୍‌ ଦିଆଗଲା ନାହିଁ। କିନ୍ତୁ ଆଉ ଏକ ଏୟାରଲାଇନରେ ମାସ୍କ ଉପରେ ଏହି ସିଲ୍ଡକୁ ପିନ୍ଧିବା ପାଇଁ ବାଧ୍ୟ କରାଗଲା।
ମୁଁ ଯିବା ଆସିବା କରିବା ମଧ୍ୟରେ ପ୍ରତ୍ୟେକ ଥର ଏକ ଭିନ୍ନ ପଦ୍ଧତି ଦେଖିବାକୁ ପାଇଥିଲି। ଏପରି କି ଏହାକୁ ଦଢ଼ତାର ସହ ପାଳନ କରାଯାଉ ନ ଥିବା ଲକ୍ଷ୍ୟ କରିଥିଲି। ଏହା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ଅଟେ ଏବଂ କୋଭିିଡ୍‌ ଭୂତାଣୁକୁ ନେଇ ଆମେ ସେଭଳି ଗମ୍ଭୀରତା ପ୍ରକାଶ କରି ନାହଁୁ ଯାହା ବିଶ୍ୱର ଅନ୍ୟଦେଶଗୁଡ଼ିକ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ଚାଇନାରେ ଭାରତଠାରୁ ୧୦୦ଗୁଣ କମ୍‌ ସଂକ୍ରମିତ ହୋଇଛନ୍ତି ଓ ହଂକଂ ବାରମ୍ବାର ଏୟାର ଇଣ୍ଡିଆ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଚାଲିଛି। କୋଭିଡ୍‌ ଟେଷ୍ଟ୍‌ର ସମସ୍ୟା କେବଳ ଏୟାର ଲାଇନରେ ସୀମିତ ନାହିଁ। ଭାରତରେ ସନ୍ଦିଗ୍ଧଙ୍କୁ ପରୀକ୍ଷା କରାଯିବା ହିଁ କୋଭିଡ୍‌ ସଂକ୍ରମଣ ସଂଖ୍ୟା କମିବାର ଏକ କାରଣ ହୋଇପାରେ ବୋଲି ଚଳିତ ସପ୍ତାହରେ ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି । ଭାରତରେ କରାଯାଇଥିତ୍ବା ମୋଟ ଟେଷ୍ଟ୍‌ ମଧ୍ୟରୁ ଅଧା ର଼୍ୟାପିଡ୍‌ ଆଣ୍ଟିଜେନ ଟେଷ୍ଟ୍‌ ମାଧ୍ୟମରେ କରାଯାଇଥିଲା। ଏହି ପଦ୍ଧତି ଶୀଘ୍ର ହେଉଥିଲା ଓ ଏଥିରେ ମିଳୁଥିବା ନେଗେଟିଭ ଅଧା ସମୟରେ ଭୁଲ ହେବାର ସମ୍ଭାବନା ଥିଲା। ଏଥିତ୍ରୁ ଜଣାପଡେ ଯେ,ଟେଷ୍ଟ୍‌ରୁ ଜଣାପଡୁଥିବା ପ୍ରତି ୪ ଜଣ ନେଗେଟିଭଙ୍କ ମଧ୍ୟରେ ଜଣେ ବାସ୍ତବରେ କୋଭିଡ ସଂକ୍ରମିତ ରହୁଥିଲେ। ଏହି ପଦ୍ଧତିରେ ମୋଟ ଟେଷ୍ଟ୍‌ର ୨୫% କେବଳ ମଧ୍ୟ ଅଗଷ୍ଟ ସୁଦ୍ଧା କରାଯାଇଥିଲା, କିନ୍ତୁ ଏବେ ଏହା ୫୦ ପ୍ରତିଶତରେ ପହଞ୍ଚିଛି। ବିହାରରେ ମୋଟ ଟେଷ୍ଟ୍‌ ମଧ୍ୟରୁ ପ୍ରାୟ ୯୦% ର଼୍ୟାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଶୀଘ୍ର କମିବାର କାରଣ କ’ଣ ହୋଇପାରେ, ତାହା ଏଥିରୁ ବୁଝାପଡେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକା ଏବଂ ଇଂଲଣ୍ଡ ଭଳି ଅନ୍ୟ ଦେଶଗୁଡ଼ିକରେ ଯେଉଁଠି ପଜିଟିଭ୍‌ କେସ୍‌ ଅଧିକ ସେଠାରେ ସେମାନେ ଆରଟି-ପିସିଆର୍‌ ଟେଷ୍ଟ୍‌ କରିଥିଲେ। ଏହା ବିଳମ୍ବ ହେଲେ ମଧ୍ୟ ଭରସାଯୋଗ୍ୟ।
ଦେଶସାରା କୋଭିଡ୍‌ ଟେଷ୍ଟ୍‌ ଅନିୟମିତ ରହିଛି ଏବଂ ଏହାର ନିର୍ଦ୍ଦିଷ୍ଟ ମାନକ ନାହିଁ। ଯେଉଁଦିନ ବ୍ଲୁମବର୍ଗ ରିପୋର୍ଟ ପ୍ରକାଶ ପାଇଲା, ବିହାର ବିଧାନସଭା ପାଇଁ ବଡ ବଡ ର଼୍ୟାଲି କରାଯାଇ ଭୋଟଗ୍ରହଣ ସରିଥିତ୍ଲେ ମଧ୍ୟ ସେହିଦିନ ସେଠାରେ ମାତ୍ର ୬୦୦ ପଜିଟିଭ୍‌ କେସ୍‌ ସାମ୍‌ନାକୁ ଆସିଥିଲା। ଅନ୍ୟପକ୍ଷରେ ଦିଲ୍ଲୀରେ ସେହିଦିନ ଅଧିକ ୭,୦୦୦ ପଜିଟିଭ କେସ୍‌ ମିଳିଥିଲା। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ସମ୍ପର୍କରେ ସଂଶୟରେ ଥିବା ଅନେକ ବିଶେଷଜ୍ଞଙ୍କ ମତକୁ ଆଧାର କରି ଏହି ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ହେଲେ ଏହା ଜାଣିବା ପରେ ବି ମୁଁ ବିସ୍ମିତ ନୁହେଁ। ଅଧିକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଚିହ୍ନଟ କରି ତାହାର ମୁକାବିଲା ଲାଗି ଏବେ ଆମ ପାଖରେ କୌଣସି ଷ୍ଟାଣ୍ଡାର୍ଡ ପ୍ରୋସେସ ନାହିଁ। ଆମମାନଙ୍କ ମଧ୍ୟରୁ ଯେଉଁମାନେ ବିମାନ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ନ ଥିବା ସ୍ବାଭାବିକ। ହଂକଂ ଏୟାର ଇଣ୍ଡିଆ ଉଡ଼ାଣକୁ ବାରମ୍ବାର ବନ୍ଦ କରିବା ଯୋଗୁ ଏବେ ଅବଶିଷ୍ଟ ବିଶ୍ୱ ଆମ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଜାଣିପାରିଛି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri