Posted inଫୁରସତ

ସତ୍ୟର ବିଜୟ

ସଂସାରର ସମସ୍ତ କର୍ମକୁ ବେଦ, ଉପନିଷଦ ଓ ଶ୍ରୀମଦ୍‌ ଭଗବଦ୍‌ଗୀତାରେ ଯଜ୍ଞର ମାନ୍ୟତା ପ୍ରଦାନ କରାଯାଇଛି। ମହର୍ଷି ମନୁଙ୍କ ଭାଷାରେ ପଞ୍ଚ ମହାଯଜ୍ଞ (ବ୍ରହ୍ମଯଜ୍ଞ, ଦେବଯଜ୍ଞ, ପିତୃଯଜ୍ଞ, ଭୂତଯଜ୍ଞ ଓ ଅତିଥି ଯଜ୍ଞ )ସଂପାଦନ ଦ୍ୱାରା ମାନବ ଜୀବନର ପୁରୁଷାର୍ଥ (ଧର୍ମ, ଅର୍ଥ, କାମ ଓ ମୋକ୍ଷ)ପୂର୍ତ୍ତି ହୋଇଥାଏ। ଆମର ସନାତନ ଧର୍ମ ପ୍ରତ୍ୟେକ ପରୋପକାର କର୍ମକୁ ମଧ୍ୟ ଯଜ୍ଞ ବୋଲି ବିବେଚନା କରେ ା ଯଜ୍ଞର ଅର୍ଥ ପୂଜା, ସଙ୍ଗତୀକରଣ ଓ ଦାନ ା ଜ୍ୟେଷ୍ଠ ବ୍ୟକ୍ତିକୁ ପୂଜା, ସମସ୍କନ୍ଧଙ୍କ ସହିତ ସଦ୍‌ଭାବପୂର୍ଣ୍ଣ ବସବାସ ଓ କନିଷ୍ଠଙ୍କୁ ଦାନର ତାତ୍ପର୍ଯ୍ୟ ଯଜ୍ଞ ବୁଝାଇଥାଏ ା ପଞ୍ଚ ମହାଯଜ୍ଞ ମଧ୍ୟରେ ଭୂତଯଜ୍ଞକୁ ବଳିବୈଶ୍ୱଦେବ ଯଜ୍ଞ କୁହାଯାଏ ା ଏଠାରେ ବ୍ୟବହୃତ ହେଉଥିବା ବଳିର ଅର୍ଥ ହତ୍ୟା ନୁହେଁ ଭାଗ ବା ଅଂଶ ା
ସମାଜର ସମସ୍ତ ଦୁର୍ବଳ ପ୍ରାଣୀଙ୍କ ପ୍ରତି ହିଂସା ପ୍ରତିରୋପଣ ନ କରି ନିଜ ପାଇଁ ସିଦ୍ଧ ହୋଇଥିବା ପ୍ରୟୋଜନ ବସ୍ତୁର କିଛି ଅଂଶକୁ ଭାଗ କରି ନିଜେ ଉପଭୋଗ ବା ଖାଇବା ପୂର୍ବରୁ ସମାଜର ଦରିଦ୍ର ଓ ଅସହାୟ ପ୍ରାଣୀଙ୍କୁ ଅର୍ପଣ କରିବା ହେଉଛି ବଳି ା ମାତ୍ର ବର୍ତ୍ତମାନ ସମାଜରେ ବଳି ନାମରେ ବିଭିନ୍ନ ପର୍ବ ପର୍ବାଣିରେ ପଶୁଙ୍କୁ ବଧ କରି ପ୍ରସାଦ ସ୍ବରୂପ ସେମାନଙ୍କର ମାଂସକୁ ଭକ୍ଷଣ କରାଯାଉଛି ା
ବୈଦିକ ଯୁଗରେ ଯଜ୍ଞରେ ପଶୁବଳି ପ୍ରଥା ନ ଥିଲା ା ପରବର୍ତ୍ତୀ କାଳରେ ଅଜ୍ଞାନତା ଯୋଗୁ ବିଭିନ୍ନ ପୁରାଣରେ ପଶୁବଳି ନାମରେ ମାଂସ ଭକ୍ଷଣ ଓ ସୋମରସ ପାନ ନାମରେ ମଦ୍ୟପାନ ଆଦି କୁସଂସ୍କାର ଅପମିଶ୍ରିତ ହେଲା ା ସମୟ କ୍ରମେ ମଦିରା ପାନ ଓ ମାଂସ ଭକ୍ଷଣ ମନୁଷ୍ୟ ଜୀବନରେ ଦୈନନ୍ଦିନ ଅଙ୍ଗ ହୋଇଗଲା ା ପୌରାଣିକ ପଣ୍ଡିତମାନେ ଗୋମେଧ, ଅଶ୍ୱମେଧ ଓ ଅଜମେଧ ଆଦି ଯଜ୍ଞଗୁଡିକରେ ଗାଈ, ଘୋଡ଼ା ଓ ଛେଳି ପ୍ରଭୃତି ପ୍ରାଣୀଙ୍କୁ ହତ୍ୟା କରି ଆହୁତି ଦେବା ପାଇଁ ପରାମର୍ଶ ଦେଲେ ା ସଂସ୍କୃତରେ ମେଧୃ ଶବ୍ଦ ତିନୋଟି ଅର୍ଥ ପ୍ରତିପାଦନ କରିଥାଏ- ଯଥା ବିକାଶ, ପ୍ରଦର୍ଶନ ଓ ହିଂସା ା ବ୍ରାହ୍ମଣ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ, ରାଷ୍ଟ୍ରର ବିକାଶ ତଥା ପ୍ରଜାଙ୍କର ହିତ ପାଇଁ ଅନୁଷ୍ଠିତ ହେଉଥିବା ଯଜ୍ଞର ନାମ ‘ଅଶ୍ୱମେଧ’ ଯଜ୍ଞ ା ଗୋ ଜାତିର କଲ୍ୟାଣ ପାଇଁ ‘ଗୋମେଧ’ ଯଜ୍ଞ ଓ ଅଗ୍ନିରେ ପୁଷ୍ଟିକର ବନସ୍ପତିର ବୀଜକୁ ଆହୁତି ପ୍ରଦାନ କରି ପରିବେଶକୁ ସୁସ୍ଥ ରଖିବା ‘ଅଜମେଧ’ ଯଜ୍ଞ ଅଟେ ା ଅଶ୍ୱ, ଗୋ ଓ ଅଜର ଅର୍ଥ ଏଠାରେ ଘୋଡା, ଗାଈ ବା ଛେଳି ବଧ ନୁହେଁ ା
ବେଦ ସର୍ବବ୍ୟାପକ ପରମାତ୍ମାକୁ ବିଭିନ୍ନ ନାମରେ ସମ୍ବୋଧନ କରିଥାଏ ା
ସମାଜରେ ଦେବଦେବୀଙ୍କୁ ବିଭିନ୍ନ ନାମରେ ପୂଜାର୍ଚ୍ଚନା କରାଯାଇଥାଏ ା ସେହି ଦେବତାକୁ ଖୁସି କରିବା ପାଇଁ ତାଙ୍କ ଦ୍ୱାରା ସୃଷ୍ଟ ସନ୍ତାନଙ୍କୁ ହତ୍ୟାକରି ହିଂସ୍ରକ କାର୍ଯ୍ୟ କରିବା ଧର୍ମ ବିରୁଦ୍ଧ ା ପତଞ୍ଜଳି ଯୋଗ ଦର୍ଶନରେ ଅହିଂସାକୁ ସାର୍ବଭୌମ୍ୟ ଓ ମହାବ୍ରତ ବୋଲି ଦର୍ଶାଯାଇଛି। ଅର୍ଥାତ୍‌ ପଶୁହତ୍ୟା ଦେଶ, କାଳ, ବାର, ସମୟ, ପର୍ବ, ଜାତି, ସ୍ଥଳ ଓ ତିଥି ଆଦି ସର୍ବଦା ବର୍ଜନୀୟ। ମନୁସ୍ମୃତିରେ କୁହାଯାଇଛି ଯେ, ଜୀବହତ୍ୟା ପାଇଁ ଆଦେଶ ଦେଉଥିବା, ଜୀବ ହତ୍ୟା କରୁଥିବା, ମାଂସ କାଟୁଥିବା, ମାଂସ ବାଣ୍ଟୁଥିବା, ମାଂସ ବିକୁଥିବା ତଥା ରୋଷେଇ ଓ ଭୋଜନ କରୁଥିବା ପ୍ରମୁଖ ବ୍ୟକ୍ତି ପଶୁହତ୍ୟା ଦୋଷରେ ଜଡିତ ହୁଅନ୍ତି।
ଦଶହରା ପର୍ବ ନଅଦିନ ଧରି ପାଳିତ ହୁଏ। ଏହାକୁ ନବରାତ୍ର କୁହାଯାଏ। ଶୁଦ୍ଧପୂତ ହୃଦୟରେ ଦୈହିକ ଓ ମାନସିକ ଶାନ୍ତି ପାଇଁ ଉପବାସ ଏବଂ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଏକାଗ୍ରତାର ସହିତ ଦୈବୀଶକ୍ତିକୁ ଆରାଧନା କରାଯାଇଥାଏ। ଏହାଦ୍ୱାରା ଶରୀରରେ ନୂତନ ଶକ୍ତି ପ୍ରବାହିତ ହୁଏ। ଶରୀର ନୀରୋଗ ହେବାସହ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ମା’ ଦୁର୍ଗାଙ୍କର ପୂଜା ମଣ୍ଡପରେ ମହିଷି ନାମକ ଏକ ଆଳସ୍ୟ ପରାୟଣ ପଶୁକୁ ମହିଷାସୁରର ବାହନ ରୂପରେ ପ୍ରଦର୍ଶନ କରାଯାଇଥାଏ। ଶକ୍ତି ଓ ପରାକ୍ରମର ପ୍ରତୀକ ସ୍ବରୂପ ମା’ଦୁର୍ଗାଙ୍କର ବାହନ ସିଂହ ମହିଷାସୁରକୁ ବଦ୍ଧ କରିବାର ଦୃଶ୍ୟ ପରିଲକ୍ଷିତ ହୁଏ। କାମ, କ୍ରୋଧ, ଲୋଭ, ମୋହ ଓ ଆଳସ୍ୟ ଆଦି ତାମସିକ ଗୁଣଗୁଡିକର ତ୍ୟାଗ ତଥା ବ୍ରହ୍ମଚର୍ଯ୍ୟ ଶକ୍ତି ଦ୍ୱାରା ଏହା ସମ୍ଭବ ବୋଲି ଗୃହୀତ ହୋଇଥାଏ। ବିଶେଷ ଭାବରେ ପରସ୍ପର ବିରୋଧୀ ତତ୍ତ୍ୱ ଯଥା, ମୂଷିକ-ସର୍ପ, ସର୍ପ-ମୟୂର ଓ ସିଂହ-ବଳଦ ଯାହା ବିଭିନ୍ନ ଦେବତାଙ୍କର ବାହନ ବୋଲି କୁହାଯାଏ। ସମସ୍ତେ ଗୋଟିଏ ସ୍ଥଳରେ ସଦ୍‌ଭାବନାର ସହିତ ଅବସ୍ଥାନ କରିଥାଆନ୍ତି। ଦୁର୍ଗାପୂଜା ଅବସରରେ ଅବିରତ ନଅ ତାମସୀ ରାତ୍ରର ସାଧନାର ଅତିକ୍ରାନ୍ତ ପରେ ଯେଉଁ ଦିବସ ଆସେ ତାହା ବିଜୟା ଦଶମୀ ନାମରେ ପ୍ରସିଦ୍ଧ। ଅହିଂସା ଓ ଅସତ୍ୟ ଉପରେ ବିଜୟର ନାମ ବିଜୟା ଦଶମୀ।
ଭାବନାଶ ତା’ର କର୍ମକୁ ପ୍ରଭାବିତ କରେ। ମନୁଷ୍ୟ ସବୁ ପ୍ରାଣୀ ମଧ୍ୟରେ ଶ୍ରେଷ୍ଠ ବିବେଚିତ। ଅହିଂସା ମାନବର ପରମଧର୍ମ। ସବୁ ଧର୍ମରେ ଜୀବ ହତ୍ୟାକୁ ବିରୋଧ କରାଯାଉଛି। ଦୟା ଓ ବିନୟତା ମନୁଷ୍ୟର ଭୂଷଣ। କ୍ରୂରତା ମନୁଷ୍ୟକୁ ଜୀବହତ୍ୟା କରିବାକୁ ପ୍ରେରିତ କରିଥାଏ। ଏହା ମନୁଷ୍ୟର ଗୁଣ ନୁହେଁ ଅବଗୁଣ।
ମହାତ୍ମା ବୁଦ୍ଧ, ବର୍ଦ୍ଧମାନ, ମହାବୀର, ମହର୍ଷି ଦୟାନନ୍ଦ, ସନ୍ଥ କବିର, ରାଷ୍ଟ୍ରପିତା ମହାମତ୍ା ଗାନ୍ଧୀ ତଥା ଅନେକ ମହାପୁରୁଷ ପଶୁବଳିର ବିରୋଧୀ । ଯେଉଁ ବ୍ୟକ୍ତିଠାରେ ଅହିଂସା, ଦୟା, କ୍ଷମା ଓ ପରୋପକାର ଭଳି ଭାବନା ଥାଏ ସେ ଅନ୍ୟ କୌଣସି ପ୍ରାଣୀକୁ ପୀଡା ଦେବାଭଳି ନିଷ୍ଠୁର କର୍ମକୁ ପ୍ରୋତ୍ସାହନ ଦିଏ ନାହିଁ। ତେଣୁ ସମସ୍ତ ମାନବ ସମାଜ ପବିତ୍ର ଦଶହରା ପର୍ବରେ ପଶୁବଳିକୁ ବିରୋଧ କରିବା ଏକାନ୍ତ ଆବଶ୍ୟକ।
-ଗୋପାଳ ଚନ୍ଦ୍ର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri