ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ : କାଳିଆ, ଜଳସେଚନ, ଏସ୍‌ଏଚ୍‌ଜିକୁ ଗୁରୁତ୍ୱ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯିବ। ଏ ନେଇ ଚିଠା ବଜେଟ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଗୁରୁବାର ଅପରାହ୍ନରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ବଜେଟକୁ ଅନୁମୋଦନ କରାଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚିଠା ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ। ବଜେଟରେ ଜଳସେଚନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମାଞ୍ଚଳ ଭିତ୍ତିଭୂମି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କାଳିଆ ଆଦି ଯୋଜନା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ ବ୍ୟବସ୍ଥା କରାଯାଇଛି। ଗତ ନିର୍ବାଚନରେ ମହିଳାମାନେ ଅଧିକ ସଂଖ୍ୟାରେ ମତଦାନ କରିଥିବାରୁ ରାଜ୍ୟ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନକିଣା କାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଗୋଷ୍ଠୀଗୁଡିକ ସକାଶେ ଧାନ କ୍ରୟ ପାଇଁ ୧ ହଜାର କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଯିବ। ସେହି ଅର୍ଥରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଧାନ କ୍ରୟ କରିବେ। ଏଥିସହିତ ସେମାନଙ୍କୁ ବିନା ସୁଧରେ ଋଣ ଦେବାକୁ ମଧ୍ୟ ବଜେଟରେ ବ୍ୟୟବରାଦ କରାଯାଇଛି।
କୃଷକ, ଯୁବଗୋଷ୍ଠୀ, ମହିଳାମାନଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରାଯାଇଛି। ଏହାଛଡା ଖାଦ୍ୟ ନିରାପତ୍ତା, ସାମାଜିକ ନିରାପତ୍ତା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ଜନଜାତି ବିକାଶ, ଶିକ୍ଷା, କ୍ରୀଡ଼ା, ଜଳସେଚନ ଆଦି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ୧ ଲକ୍ଷ ୧୦ ହଜାର ୭୧୦ କୋଟି ଟଙ୍କା ରାଜସ୍ବ ପାଇବା ନେଇ ଆକଳନ କରାଯାଇଛି। ୨୦୧୯-୨୦ରେ ବିତ୍ତୀୟ ନିଅଣ୍ଟ ୧୬ ହଜାର ୧୯୩ କୋଟି ଅର୍ଥାତ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସଡିପି)ର ୩ ପ୍ରତିଶତ ହେବ ବୋଲି ଅନୁମାନ କରାଯାଇଛି। ବଜେଟରେ କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୫ଟି କୃଷି ଋତୁ ପାଇଁ ପରିବାର ପିଛା ୨୫ ହଜାର ଟଙ୍କାର ଅନୁଦାନ ଦେବାକୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନାରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଅତିରିକ୍ତ ହିତାଧିକାରୀଙ୍କୁ କିଲୋ ପିଛା ୧ ଟଙ୍କାରେ ଚାଉଳ ଯୋଗାଇବା ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି। ବିତ୍ତୀୟ ନିଅଣ୍ଟ ୧୩ ହଜାର ୯୩୫ କୋଟି ଟଙ୍କା ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଇଛି। ରାଜ୍ୟରେ ୨୦୧୮ ଡିସେମ୍ବର ସୁଦ୍ଧା ୭୯ ହଜାର ୭୮୯ କୋଟି ଟଙ୍କା ଋଣ ଭାର ରହିଛି। ୨୦୧୯-୨୦ ମାର୍ଚ୍ଚ ଶେଷ ସୁଦ୍ଧା ଋଣ ଭାର ୧ ଲକ୍ଷ ୩ ହଜାର ୮୪୩ କୋଟି ଅର୍ଥାତ ଜିଏସ୍‌ଡିପିର ୧୯.୨ ପ୍ରତିଶତ ହେବ ବୋଲି ଅନୁମାନ କରାଯାଇଛି। ବିଭିନ୍ନ ଖର୍ଚ୍ଚ ତୁଲାଇବା ପାଇଁ ରାଜ୍ୟ ସରକାର ଖୋଲା ବଜାରରୁ ୪ ହଜାର ୫୦୦ କୋଟି ଟଙ୍କାର ଋଣ ଉଠାଇଛନ୍ତି। ୨୦୧୯-୨୦ରେ ଖୋଲା ବଜାରରୁ ୧୪ ହଜାର ୬୭୫ କୋଟି ଟଙ୍କାର ଋଣ ଉଠାଇବାକୁ ସରକାର ଯୋଜନା କରିଛନ୍ତି। ୨୦୧୮-୧୯ ଆର୍ଥିକବର୍ଷରେ ୧ ଲକ୍ଷ ୨୦ ହଜାର ୧୨୫ କୋଟି ଟଙ୍କାର ବଜେଟ ଅଟକଳ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri